ଖେଳ ପଡ଼ିଆ ନିର୍ମାଣକୁ ନେଇ ଶାସକ ଦଳର ଦୁଇଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ

Straight to the Point

ଭଦ୍ରକ: ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଆର.ଏନ. ବେତରା ପଂଚାୟତର ଗୋହିରାଣୀ ଗ୍ରାମ ନିକଟରେ ଖେଳ ପଡିଆ ନିର୍ମାଣକୁ ନେଇ ଶାସକ ଦଳର ଦୁଇଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଯୁବକର ମୃତ୍ୟୁ ହୋଇଛି । ଏବଂ ଉଭୟପକ୍ଷର ୩ ଜଣ ଗୁରୁତର ହୋଇ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିସିôତ ହେଉଛନ୍ତି । ତେବେ ଏହି ଘଟଣା ପଛରେ ଶାସକ ଦଳର ସ୍ଥାନୀୟ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଓ ଏକଦା ଏହି ଆସନରେ ବିଧାୟକ ଥାଇ ଏବେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରୁ ଜିତି ମନ୍ତ୍ରୀ ପଦ ଅଳଙ୍କୃତ କରିଥିବା ପ୍ରଫୁଲ୍ଲ ସାମଲଙ୍କ ଗୋଷ୍ଠୀର ବିବାଦ ହିଁ ମୂଳ କାରଣ ବୋଲି ଜଣାପଡିଛି ।

ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଗୋହିରାଣୀ ଗ୍ରାମ ନିକଟ ଖେଳ ପଡିଆ ନିର୍ମାଣ ନେଇ ଦୁଇଗୋଷ୍ଠୀର ଛକାପଞ୍ଝା ଲାଗିଥିଲା । ତେବେ ଶେଷ ମୁହୂର୍ତ୍ତରେ ମନ୍ତ୍ରୀ ଶ୍ରୀ ସାମଲଙ୍କ ସମର୍ଥକ କୁହାଯାଉଥିବା ଶାସକ ବିଜେଡି ଦଳର ହରେକୃଷ୍ଣ ସେଠୀ ୩ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର କାର୍ଯ୍ୟାଦେଶଟି ପାଇ ନିଜର ସଂପର୍କୀୟଙ୍କ ଦ୍ୱାରା ତାହା ନିର୍ମାଣ କରାଉଥିଲେ । ଆଜିର ଘଟଣାରେ ସ୍ଥାନୀୟ ଜନସାଧାରଣଙ୍କ ସୂତ୍ର ଓ ଗ୍ରାମାଞ୍ଚଳ ଥାନାରେ ଦାଖଲ କରିଥିବା ଗୋହିରାଣୀର ଅରୁଣ କୁମାର ସେଠୀଙ୍କ ଅଭିଯୋଗ ପତ୍ରରୁ ଯାହା ଜଣାଯାଏ ସ୍ଥାନୀୟ ସରପଞ୍ଚ ବିମ୍ବାଧର ଦାସ ଓ ତାଙ୍କ ପୁତ୍ର ଚନ୍ଦନ ଓରଫ ଦେବାଶିଷ, ମୋହନ ଦାସ, କୁନା ଦାସ, ରଘୁନାଥ ଦାସ, ଅଜୟ ଦାସ, ଅଭିରାମ ବାରିକ ପ୍ରମୁଖଙ୍କ ନେତୃତ୍ୱରେ ନଟ ବାରିକ, ରାମଚନ୍ଦ୍ର ବାରିକ, ନକୁଳ ଦାସ, ଟୁନା ମୁଦୁଲି, ମନୁ ମହାକୁଡ, ବାଦୁଆ ତିଆଡିଙ୍କ ସମେତ ପ୍ରାୟ ୨୦ ରୁ ଉଦ୍ଧ୍ୱର୍ ସହଯୋଗୀ (ବିଧାୟକ ଶ୍ରୀ ପଟ୍ଟନାୟକଙ୍କ ସମର୍ଥକ) ଖଣ୍ଡା, ବାଡି ଓ ଛୁରୀ ଭଳି ମାରଣାସ୍ତ୍ର ସହ ସେଠାରେ ପହଞ୍ôଚ ଉକ୍ତ ନିର୍ମାଣ କାର୍ଯ୍ୟରୁ ବିରତ ହେବାପାଇଁ ଅପରପକ୍ଷଙ୍କୁ ଧମକାଇଥିଲେ ।

ଏହି ଘଟଣାକୁ ନେଇ ବିବାଦ ହେବାରୁ ସରପଞ୍ଚଙ୍କ ପୁତ୍ର ଦେବାଶିଷ ଓରଫ ଚନ୍ଦନ ଏକ ଛୁରୀରେ ଗୋହିରାଣୀର ନାରାୟଣ ସେଠୀଙ୍କ ପୁତ୍ର ଲୋକନାଥ (୪୨) ଙ୍କ ଛାତିକୁ ଆଘାତ କରିଥିଲା । ଏପରିକି ଅନ୍ୟମାନଙ୍କ ଆକ୍ରମଣରେ ଲୋକନାଥଙ୍କ ସଂପର୍କୀୟ ଅନୀଲ ସେଠୀ (୩୨) ଓ ଅମୂଲ୍ୟରତ୍ନ ସେଠୀ (୩୧) ଗୁରୁତର ଆହତ ହୋଇଥିବାବେଳେ ଅପରପକ୍ଷର ପ୍ରତାପ ଜେନା (ୱାର୍ଡମେମ୍ବର) ମଧ୍ୟ ଆଘାତ ପ୍ରାପ୍ତ ହୋଇଥିଲେ । ଏହି ଘଟଣାରେ ଅନ୍ୟ କେତେଜଣ ମଧ୍ୟ ସାମାନ୍ୟ ଆହତ ହୋଇଥିବାର ଜଣାପଡିଛି ବୋଲି ଗ୍ରାମାଞ୍ଚଳ ଥାନାରେ ହୋଇଥିବା ଏତଲାରୁ ଜଣାଯାଏ । ଆଜିର ଏହି ଘଟଣା ସକାଳ ପ୍ରାୟ ୯.୩୦ ସମୟରେ ଘଟିଥିବାବେଳେ ଖବର ପାଇ ଏସ୍ଡିପିଓ ଜଳନ୍ଧର ଜାଲି ଓ ଥାନାଧିକାରୀ ଦୟାନିଧି ଦାସ ଘଟଣାସ୍ଥଳରେ ପହଞ୍ôଚ ଶବକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଗୁରୁତର ମାନଙ୍କୁ ଭଦ୍ରକ ମେଡିକାଲରେ ପୁଲିସ୍ ସୁରକ୍ଷାରେ ଚିକିତ୍ସାର ବନ୍ଦୋବସ୍ତ କରାଇଥିଲେ । ତେବେ ଲୋକନାଥକୁ ହତ୍ୟା କରିଥିବା ସରପଞ୍ଚଙ୍କ ପୁତ୍ର ଦେବାଶିଷ ନିଜର ଜଣେ ଗୁରୁତର ସମର୍ଥକଙ୍କୁ ଡାକ୍ତରଖାନା ଆଣିଥିବାବେଳେ ପୁଲିସ୍ ତାକୁ ଗିରଫ କରିଥିବାର ଜଣାପଡିଛି । ଏହି ଘଟଣାରେ ଗ୍ରାମାଞ୍ଚଳ ଥାନାରେ ଏକ ନରହତ୍ୟା ମାମଲା ରୁଜୁ ହୋଇ ତଦନ୍ତ ଚାଲୁରହିଛି ।

error: Thank You Keep Visiting