ପୁରୁବାଇ କନ୍ୟାଶ୍ରମରେ କେନ୍ଦ୍ରୀୟ ଦଳର ଚଢାଉ
ପୁରୁବାଇ(ଓଡ଼ିଶା ଜର୍ଣ୍ଣାଲ, ବିଜୟ କୁମାର ପଣ୍ଡା) : କେନ୍ଦ୍ରୀୟ ଶିଶୁ ମଙ୍ଗଳ କମିଟି ପକ୍ଷରୁ ସୋର ଗାନ୍ଧୀ ସେବା ସଂଘ ପୁରୁବାଇ କନ୍ୟାଶ୍ରମରେ ଚଢାଉ କରାଯାଇଛି ।ଏହି କନ୍ୟା ଶ୍ରମରେ ୧୮୬ଜଣ ଅନ୍ତେବାସୀ ରହୁଛନ୍ତି ।ଅନ୍ତେବାସୀଙ୍କ ରହିବା,ଖାଇବା ବ୍ୟବସ୍ଥା ଉପରେ ତଦାରଖ କରାଯାଇଥିଲା ।ଦୁଇଜଣିଆ କେନ୍ଦ୍ରୀୟ ଦଳ କନ୍ୟାଶ୍ରମରେ ରୋଷେଇ ଶାଳ ଯାଞ୍ଚ କରିଥିଲେ ।ଏହା ସହିତ ବିଦ୍ୟାଳୟ ଯାଇନଥିବା ପିଲାମାନଙ୍କୁ କିପରି ଭାବରେ ଚିକିତ୍ସା କରାଯାଉଛି ବୋଲି ପଚାରି ବୁଝିଥିଲେ ।ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ମନୋଜ ସେନାପତି ଏହି ତଦାରଖ ପାଇଁ କେନ୍ଦ୍ରୀୟ ଦଳକୁ ସହଯୋଗ କରିଥିଲେ ।