ଭାରତର ହକି ବିଶ୍ୱକପ୍ ଆଶା ଧୁଳିସାତ
ଭୁବନେଶ୍ଵର :(ଓଡ଼ିଶା ଜର୍ଣ୍ଣାଲ, ବିଜୟ କୁମାର ପଣ୍ଡା)କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ପୁରୁଷ ହକି ବିଶ୍ୱକପରେ ଭାରତ ଶୋଚନୀୟ ପରାଜୟ ବରଣ କରିଛି। ନେଦରଲ୍ୟାଣ୍ଡ ୨-୧ଗୋଲରେ ଆୟୋଜକ ଭାରତକୁ ପରାସ୍ତ କରିଛି । ପ୍ରଥମ କ୍ୱାଟରରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ ।ପରେ ଉଭୟ ଦଳ ମଧ୍ୟରେ କଡା ଟକ୍କର ହୋଇଥିଲା। ନେଦରଲ୍ୟାଣ୍ଡ ପରେ ପେନାଲଟି ମାଧ୍ୟମରେ ଦ୍ଵିତୀୟ ଗୋଲ୍ ହାସଲକରିବାକୁ ସକ୍ଷମ ହୋଇଥିଲା । ଭାରତ ନିଜର ସ୍ଥିତି ସୁଦୃଢ଼ କରିବା ପାଇଁ ଚାହୁଁଥିଲେ ମଧ୍ୟ ଫେରି ପାରି ନଥିଲା। କଳିଙ୍ଗ ଷ୍ଟାଡିୟମ ଠାରେ ଥିବା ଦର୍ଶକ ମାନଙ୍କ ମଧ୍ୟରେ ଏକ ଦୁଃଖର ପରିବେଷ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।ଆଗାମୀ ମ୍ୟାଚରେ ନେଦରଲ୍ୟାଣ୍ଡ ଅଷ୍ଟ୍ରେଲିଆକୁ ଭେଟିବ।