କଂଗ୍ରେସ ସରକାରକୁ ଆସିଲେ ୯୦ ଭାଗ ଓଡିଆଙ୍କୁ ଚାକିରୀ ଦିଆଯିବ : ନିରଞ୍ଜନ

Straight to the Point

ଅନୁଗୋଳ : ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲ୍ଲାରେ ଶିଳ୍ପ ସଂସ୍ଥା ଓ କମ୍ପାନୀ କର୍ତ୍ତୁପକ୍ଷ ମାନେ ଏଠାରେ ଓଡିଆଙ୍କୁ ଚାକିରୀ ଦେବାରେ ପାତର ଅନ୍ତର କରୁଛନ୍ତି । ଓଡିଆଙ୍କ ଅପେକ୍ଷା ଅଣଓଡିଆଙ୍କୁ ବେଶୀ ଚାକିରୀ ମିଳୁଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିବା ସହ ଓଡିଶାରେ କଂଗ୍ରେସ ସରକାରକୁ ଆସିଲେ ଏହି ଶିଳ୍ପ ଓ ଖଣି ଗୁଡିକରେ ୯୦ ଭାଗ ଓଡିଆ ଯୁବକ ଯୁବତୀଙ୍କୁ ଚାକିରୀ ଦିଆଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଠାରେ ଯେଉଁମାନେ ବୃହତ୍ତ ଶିଳ୍ପ କରିଛନ୍ତି ସେମାନେ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ସେହି ଶିଳ୍ପ ସଂସ୍ଥାରୁ ଉତ୍ପାଦନ ହେଉଥିବା ଜିନିଷର ଛୋଟ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ କହିଥିଲେ ।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଅନୁଗୋଳ ଜିଲ୍ଲାର ମରାତିରା ଠାରେ ଏକ ବିଶାଳ ପଥପ୍ରାନ୍ତ ସଭାରେ ଯୋଗ ଦେଉ ଉପରୋକ୍ତ ମନ୍ତବ୍ୟ ଦେବା ସହ କହିଥିଲେ ଯେ ଓଡିଶାରେ ଓଡିଶାବାସୀଙ୍କ ଆଶୀର୍ବାଦରୁ କଂଗ୍ରେସ ସରକାରକୁ ଆସିଲେ କୃଷି ଋଣ ଛାଡ, ଚାଷୀ ମାନଙ୍କୁ ସୋଲାର ପମ୍ପ ଯୋଗାଇ ଦେବା, ୫ ବର୍ଷ ପାଇଁ ଫାଇନାନ୍ସ କରାଇଦେବା ଆଦି କହିବା ସହ ଗରିବ ଲୋକଙ୍କୁ ୧ ହଜାର ଟଙ୍କା ଭତ୍ତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେ ପୁଣି କହିଥିଲେ ଯେ ୧୮ ବର୍ଷ ଧରି ଓଡିଶା ଶାସନ ବିଜୁ ଜନତା ଦଳ ହାତରେ ରଖିଛି । ସେଥିରୁ ଦୀର୍ଘ ୯ ବର୍ଷ ଧରି ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ଭାଗୁଆଳୀ ଶାସନରେ ଓଡିଶାକୁ ଶାସନ କରିଥିଲେ । ଏହି ୧୮ ବର୍ଷ ଶାସନ ମଧ୍ୟରେ ଓଡିଶା ବାସୀ ବିଶେଷ କରି ଚାଷୀ ଓ ଦଳିତ ଶ୍ରେଣୀର ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିବା ସହ ରଣ ଭାରରେ ଚାଷୀ ଆତ୍ମହତ୍ୟା ମଧ୍ୟ କରୁଛନ୍ତି ।

ସେଥିପାଇଁ କଂଗ୍ରେସ ଦଳ ବର୍ତ୍ତମାନ ଓଡିଶା ସାରା ବୁଲି ଲୋକଙ୍କ ପାଖକୁ ଯାଇ ୧୮ ବର୍ଷ ମଧ୍ୟରେ ବିଜେଡି ଓ ବିଜେପି ସରକାର କିଭଳି ଓଡିଶାକୁ ହରି ଲୁଟ କରି ଚାଲିଛନ୍ତି ତାହା ଲୋକ ମାନଙ୍କୁ ଅବଗତ କରାଯିବା ତତ୍ ସହିତ ଚାଷୀର ଉନ୍ନତି ପ୍ରତି ବିଶେଷ ଧ୍ୟାନ ଦିଆଯିବା ସହ ଓଡିଶାରେ ଯେଭଳି କୌଣସି ବ୍ୟକ୍ତି ଭୂମିହୀନ ହୋଇ ରହିବେ ନାହିଁ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲପୁର ପୂର୍ବତନ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଅମରନାଥ ପ୍ରଧାନ, ପୂର୍ବତନ ବିଧାୟକ ତଥା ପୂର୍ବତନ ମୁଖ୍ୟ ସଚେତକ ସନ୍ତୋଷ ସିଂ ସାଲୁଜା, ପଦ୍ମାକର ଗିରି, ପ୍ରମୁଖ ଯୋଗ ଦେଇ ଆଗାମୀ ଦିନରେ କଂଗ୍ରେସକୁ ବିପୁଳ ସଂଖ୍ୟାରେ ଭୋଟ ଦେବା ପାଇଁ ଜନ ସାଧାରଣଙ୍କୁ ଆହ୍ୱାନ ଦେଇଥିଲେ ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅନୁଗୋଳ ଆସିିବା ବାଟରେ ତାଙ୍କୁ ଡିସିସି ସଭାପତି ବିପ୍ଲବ ଜେନା, କାର୍ଯ୍ୟକାରୀ ସଭାପତି ଅମ୍ବିକା ଭଟ୍ଟ, ପୂର୍ବତନ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା, ଅନୁଗୋଳ ଓକିଲ ସଂଘ ସମ୍ପାଦକ ତଥା ଜିଲ୍ଲା କଂଗ୍ରେସ ଓବିସି ସେଲ ଅଧ୍ୟକ୍ଷ ଜିତେନ୍ଦ୍ର ସାହୁଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ କର୍ମୀ ଅନୁଗୋଳ ଜିଲ୍ଲାର ମହୀଧରପୁର, ବନ୍ତଳା ଓ ବଡକେରାଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ମରାତିରା ସଭାସ୍ଥଳକୁ ପାଛୋଟି ନେଇଥିଲେ । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସର ବିପୁଳ ବିଜୟ ଯୋଗୁଁ ଅନୁଗୋଳ ଠାରେ କଂଗ୍ରେସ କର୍ମୀଙ୍କ ମହଲରେ ବିପୁଳ ଉତ୍ସାହ ଉନ୍ମାଦନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା ।

error: Thank You Keep Visiting