ପିସି କାରବାର ବିରୁଦ୍ଧରେ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଧସେଇ ପଶିଲା ବିଜେପି ଯୁବମୋର୍ଚ୍ଚା

Straight to the Point

ଭଦ୍ରକ: ଦୀର୍ଘ ୧୮ ବର୍ଷର ଲମ୍ବା ଶାସନର ଅହଙ୍କାର ଓ ଅପାରଗତା କାରଣରୁ ନବୀନ ସରକାର ଅମଳରେ ସବୁ ଅଫିସରେ ପିସି କାରବାର ଚାଲିଛି ବୋଲି ଭାରତୀୟ ଜନତା ଯୁବ ମୋର୍ଚ୍ଚା ଅଭିଯୋଗ କରିଛି । ଆଜି ସ୍ଥାନୀୟ ବିଜେପି କାର୍ଯ୍ୟାଳୟରୁ ଏକ ବିଶାଳ ପଟୁଆରରେ ହଜାର ହଜାର ଯୁବମୋର୍ଚ୍ଚା କର୍ମୀ, ସମର୍ଥକ ସହର ପରିକ୍ରମା କରି ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ଉପସ୍ଥିତ ଯୁବକମାନେ ଶାସକ ଦଳ ଦ୍ୱାରା ବିନା ଟେଣ୍ଡରରେ କୋଟି କୋଟି ଟଙ୍କାର ଜନହିତକର କାମକୁ ହଡପ କରାଯାଉଥିବାର ଅଭିଯୋଗ କରି ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଧସେଇ ପଶିଥିଲେ ଓ ସରକାରୀ ଅଫିସରମାନେ ବିନା ଦଳୀୟ ଆଧାରରେ କାମ କରିବାକୁ ଚେତାବନୀ ଦେଇଥିଲେ ।

ଏହି ଅବସରରେ ଏକ ବିକ୍ଷୋଭ ସଭା ଭଦ୍ରକ ଜିଲ୍ଲା ସଭାପତି ସୁରେଶ ସାମଲଙ୍କ ନେତୃତ୍ୱରେ ହୋଇଥିଲା । ଏହି ସଭାରେ ଶ୍ରୀ ସାମଲ ନିକଟରେ ପୁର୍ତ୍ତ ବିଭାଗ ଜରିଆରେ ଚାଲିଥିବା ଡାହାଣୀଗଡିଆ ଠାରୁ ବାଇପାସ ରାସ୍ତା ପାଖାପାଖି ୪୦୦ ମିଟର ବାଲି ଓ ମୋରମ ଫିଲିଙ୍ଗ କରାନଯାଇ କେମିତି ତରବରିଆ ଭାବେ କାର୍ଯ୍ୟ କରାଗଲା ବୋଲି ପ୍ରଶ୍ନ ଉଠାଇଥିଲେ । ଯଦି ସାହସ ଅଛି ତେବେ ବିଭାଗ ପକ୍ଷରୁ ରାସ୍ତା ଖୋଳି ଜନସାଧାରଣଙ୍କୁ ଦେଖାନ୍ତୁ ବୋଲି ଦାବୀ କରିଥିଲେ । ସେହିପରି ଗ୍ରାମ୍ୟଉନ୍ନୟନ ବିଭାଗର ପ୍ରତ୍ୟେକ ରାସ୍ତା କାମରେ ବ୍ୟାପକ ଅନିୟମିତତା କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ପିସି କାରବାରରେ ଲିପ୍ତ ରହି ଠିକାଦାର ମାନଙ୍କୁ ଖୁସି କରୁଛନ୍ତି । ପ୍ରଧାନମନ୍ତ୍ରୀ ସଡକ ଯୋଜନା କାମ ଠାରୁ ଆରମ୍ଭ କରି ପ୍ରତ୍ୟେକ ରାସ୍ତାକାମ ନ ସରିବା ପୂର୍ବରୁ ରାସ୍ତା ଫାଟି ଯାଉଛି ।

ଏଥିଲାଗି ବିଭାଗୀୟ ଅଧିକାରୀ ମାନେ ସଜାଗ ରହିବାକୁ ଯୁବମୋର୍ଚ୍ଚା ଚେତାବନୀ ଦେଇଛି । ଏହି ସଭାରେ ରାଜ୍ୟ ସଂଯୋଜକ ପ୍ରବୀର ଶଙ୍କର ଦାଶଙ୍କ ସମେତ ବିଜେପି ଜିଲ୍ଲା ସଭାପତି ବଦ୍ରୀ ନାରାୟଣ ଧଳ, ବିଜେପି ନେତା ଡ. ପ୍ରଦୀପ ନାୟକ, ଯୁବମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ଶରତ ପଢିଆରୀ, ଅମ୍ବିକା ଦାସ, ଜିଲ୍ଲା ଉପସଭାପତି ମହେଶ୍ୱର ଧଳ, ଶୁଭ୍ରନାରାୟଣ ସେଠୀ, ସାଧାରଣ ସଂପାଦକ ପ୍ରଦୀପ ମହାନ୍ତି, ମହମ୍ମଦ ଅଲ୍ଲୀ ସବର, ଲିପିକା ବାରିକ, ଚନ୍ଦ୍ରମୋହନ ମହାପାତ୍ର, ମଣ୍ଡଳ ସଭାପତି(ନଗର) ସରୋଜ ରାଉତ, ଇଂ ସତ୍ୟବ୍ରତ ଦାସ (ଉପାଧ୍ୟକ୍ଷ ଭଣ୍ଡାରିପୋଖରୀ), ଶରତ କବି, ନାରାୟଣ ମହାରଣା, ଅଭିମନ୍ୟୁ ନାୟକ, ଚନ୍ଦନ ନାୟକ, ସପନ ଦାସ, ଜଗନ୍ନାଥ ମହାନ୍ତି, ପ୍ରତାପ ପାଣିଗ୍ରାହୀ, ସୁରେନ୍ଦ୍ର ମହାପାତ୍ର, ଗୋପାଳ ଦାସ, ଗୌରହରି ନନ୍ଦ, ଦୀପକ ସାହୁ, ପ୍ରଦୀପ ମହାନ୍ତି, ଯଜାତୀ ମହାନ୍ତି ସମେତ ବହୁ ସଂଖ୍ୟାରେ ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

error: Thank You Keep Visiting