ଓଡ଼ିଶା ଆସୁଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ

Straight to the Point

ଭୁବନେଶ୍ୱର : କ୍ରିକେଟର କିମ୍ବଦନ୍ତୀ ସଚିନ ତେନ୍ଦୁଲକର ରବିବାର ଭୁବନେଶ୍ୱର ଆସୁଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପୁରୁଷ ହକି ବିଶ୍ୱକପ ଦେଖିବା ପାଇଁ ସେ ଓଡ଼ିଶା ଆସୁଥିବା ଜଣାପଡିଛି । ଏ ନେଇ ସଚିନ ନିଜେ ଟୁଇଟ୍ କରି ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ ପୁରୁଷ ହକି ବିଶ୍ୱକପ ଚତୁର୍ଦ୍ଦଶ ସଂସ୍କରଣ ଫାଇନାଲ ମ୍ୟାଚ ରବିବାର ରାତି ୭ଟାରେ ଖେଳାଯିବ । ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ହକି ବିଶ୍ୱକପ ଫାଇନାଲ ମ୍ୟାଚରେ ଆସିବା ନେଇ ଆଲୋଚନା କରାଯାଉଥିଲା, ଯାହା ବର୍ତ୍ତମାନ ସତ ହେବାକୁ ଯାଉଛି ।

error: Thank You Keep Visiting