ଓଡିଶାକୁ ଆୟୁଷ୍ମାନ ଯୋଜନାରୁ ବଞ୍ଚିତ କରି ନବୀନ ବାବୁ ଭୁଲ କରୁଛନ୍ତି:ବିଜୟ ରୁପାନୀ

Straight to the Point

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାକୁ ଓଡିଶାରେ ରାଜ୍ୟ ସରକାର ଲାଗୁ ନକରି ଓଡିଆ ଲୋକମାନଙ୍କୁ କେନ୍ଦ୍ରୀୟ ଯୋଜନାର ଲାଭରୁ ବଂଚିତ କରୁଛନ୍ତି ବୋଲି କହିଛନ୍ତି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୁପାନୀ । ଶ୍ରୀ ରୁପାନି କହିଛନ୍ତି ଓଡିଶା ସରକାର ୧୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନକୁ କାହିଁକି ହାତ ଛଡା କଲେ ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ କଥା । ଏପରି କେନ୍ଦ୍ରୀୟ ଅନୁଦାନକୁ କୌଣସି ରାଜ୍ୟ କେବେ ହାତ ଛଡା କରିବା ଦେଖାଯାଏନି । ଏହା ବୋକାମି ଭଳି ବୋଲି ଶ୍ରୀ ରୁପାନୀ କହିଛନ୍ତି ।

ଶ୍ରୀ ରୁପାନୀ କହିଛନ୍ତି ଯେ କେନ୍ଦ୍ରରେ ଯେଉଁ ଦଳର ସରକାର ଥାଉ ନା କାହିଁକି, ସମସ୍ତ ରାଜ୍ୟ ସରକାର କେନ୍ଦ୍ର ସରକାର ଆଣୁଥିବା ସମସ୍ତ ଯୋଜନାର ଲାଭ ରାଜ୍ୟବାସୀଙ୍କୁ ଦେବା ପାଇଁ ଉଦ୍ୟମ କରିବା କଥା । ଦେଶର କୌଣସି ଲୋକକୁ ଯୋଜନାରୁ ବଂଚିତ କରିବାର ଅଧିକାର କୌଣସି ରାଜ୍ୟ ସରକାରଙ୍କର ନାହିଁ । ଯେତେବେଳେ ନରେନ୍ଦ୍ର ମୋଦି ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଥିଲେ ଆମେ ୟୁପିଏ ସରକାରଙ୍କର ସମସ୍ତ ଯୋଜନାକୁ ଗୁଜୁରାଟରେ ଲାଗୁ କରୁଥିଲୁ ।

ଯଦି ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାକୁ ଓଡିଶା ସରକାର ରାଜ୍ୟରେ ଲାଗୁ କରନ୍ତେ ତାହେଲେ ସୁରଟ ଏବଂ ଅନ୍ୟାନ ବାହାର ସ୍ଥାନରେ କାମ କରୁଥିବା ଓଡିଆ ଲୋକ ମାନେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାର ଲାଭ ପାଆନ୍ତେ । କାରଣ ରାଜ୍ୟ ସରକାର ନିଜ ରାଜ୍ୟରେ ଚାଲୁ କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ ବାହାର ରାଜ୍ୟରେ ମିଳିବ ନାହିଁ । ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାର ୬୦% ଅର୍ଥ କେନ୍ଦ୍ର ସରକାର ଦେଉଛନ୍ତି ଯେଉଁ ବାବଦରେ ଅନେକ ଅର୍ଥ ଓଡିଶା ହରାଇବ ବୋଲି ଶ୍ରୀ ରୁପାନୀ କହିଛନ୍ତି ।

error: Thank You Keep Visiting