ବକେୟା ଜଳ କରକୁ ନେଇ ଜଳମନ୍ତ୍ରୀଙ୍କୁ ବିଧାୟକ ମହେଶ ସାହୁଙ୍କ ପ୍ରଶ୍ନ

An Independent Media

ଅନୁଗୋଳ : ରାଜ୍ୟ ବିଧାନସଭାରେ ପ୍ରଶ୍ନ ନଂ ୟୁଡି ୩୨୫ ରେ ମହେଶ ସାହୁ ପ୍ରଶ୍ନ ଜଳ ସମ୍ପଦ ମନ୍ତ୍ରୀ ଙ୍କୁ ଏକ ପ୍ରଶ୍ନରେ ପଚାରିଥିଲେ ଯେ ସମଲ ବ୍ୟାରେଜ ଜଳ ଭଣ୍ଡାରରୁ ଜଳ ବ୍ୟବହାର କରୁଥିବା ଶିଳ୍ପ ସଂସ୍ଥାମାନେ ଜଳଦେୟ ବାବଦରେ କେତେ ଟଙ୍କା ବାକି ରଖିଛନ୍ତି ? ବକେୟା ଜଳଦେୟ ସଂଗ୍ରହ ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ? ଉତ୍ତରରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଲେ ରେଙ୍ଗାଳୀ ଜଳ ସେଚନ ପ୍ରକଳ୍ପ ଅନ୍ତର୍ଗତ ମୁଖ୍ୟ କର୍ମ ବିଭାଗ ସମଲ ଅଧିନରେ ଥିବା ଜଳ ଭଣ୍ଡାର ଚାରଟି ଶିଳ୍ପ ସଂସ୍ଥା ଯଥା ଏନ୍.ଟି.ପି.ସି, ଜେ.ଆଇ.ଟି.ପି.ଏଲ, ଜେ.ଏସ୍.ପି.ଏଲ ଓ ଓ.ପି.ସି.ଏଲ ଜଳ ବ୍ୟବହାର କରୁଛନ୍ତି ।

ଏହି ଚାରୋଟି ସଂସ୍ଥା ମଧ୍ୟରୁ ଜେ.ଆଇ.ଟି.ପି.ଏଲ ଏବଂ ଏନ୍.ଟି.ପି.ସି ଉପରେ କୌଣସି ବକେୟା ଦେୟ ପୈଠ କରିନାହିଁ । ଜେ.ଏସ୍.ପି.ଏଲ କମ୍ପାନୀ ଉପରେ ୫୫.୯୮ କୋଟି ଟଙ୍କା ବକେୟା ପଡିଅଛି । ଏହି ବକେୟା ଅର୍ଥ ବାବଦରେ ଏକ ମାମଲା ମାନ୍ୟବର ଉଚ୍ଚ ନ୍ୟାୟାଳୟ କଟକରେ ବିଚରାଧିନ ଅଛି ଓ ଓ.ପି.ସି.ଏଲ କମ୍ପାନୀ ବିରୁଦ୍ଧରେ ୨୦୧.୯୩ କୋଟି ଟଙ୍କା ବକେୟା ପଡିଅଛି । ଏହି ବକେୟା ଅର୍ଥ ବାବଦରେ ଓ.ପି.ସି.ଏଲ କରିଥିବା ଏକ ମାମଲା ଏ.ଟି.ଇ ନୂଆଦିଲ୍ଲୀରେ ବିଚାରଧୀନ ଅଛି । ଫଇସଲା ପରେ ଜଳଦେୟ ସଂଗ୍ରହ ପାଇଁ ଆନୁଷ୍ଠାନିକ ପଦକ୍ଷେପ ନିଆଯିବ ।

error: Thank You Keep Visiting