ଲକ୍ଷାଧିକ ବିଦ୍ୟୁତ୍ ଗ୍ରାହକଙ୍କ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର:ବିଜେପି

Straight to the Point

ଭୁବନେଶ୍ୱର: ରାଜ୍ୟରେ ବିଜୁଳି ବିତରଣ ପାଇଁ ଘରୋଇ କମ୍ପାନୀଙ୍କୁ ଠିକା ଦେବାରେ ହୋଇଥିବା ବିଡିଙ୍ଗ ପ୍ରକ୍ରିୟାରେ ରାଜ୍ୟ ସରକାର ଜାଣିଶୁଣି କୋହଳତା କରି ଏକ ନିର୍ଦ୍ଧିଷ୍ଟ କମ୍ପାନୀକୁ ସୁହାଇଲା ଭଳି ନିୟମ କରିଛନ୍ତି । ବିଜୁଳି ବିତରଣ ଭଳି ଗୁରୁତ୍ୱପୂର୍ଣ ସେବା କ୍ଷେତ୍ରରେ ଏକ ଅନାମଧ୍ୟେୟ କଂପାନୀ ହାତରେ ବିଜୁଳି ବିତରଣକୁ ଟେକି ଦିଆଯାଇଛି । ସେସୁର ଚେୟାରମ୍ୟାନ ବିଜୁଳି ବିତରଣ କମ୍ପାନୀ ପରିଚାଳନାର ଭାର ଏକ ନିର୍ଦ୍ଦିଷ୍ଟ କମ୍ପାନୀକୁ ଦେଇ ସେହି ଦୁର୍ନିତିର ଷଡଯନ୍ତ୍ରର ଅଙ୍ଗ ଭାବେ ୧୦୦୦ କୋଟିର ଡିଲ କରିଛନ୍ତି ବୋଲି ରାଜ୍ୟ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିିଛନ୍ତି । ଏହି ଡିଲ ଅର୍ଥ ଶାସକ ବିଜୁ ଜନତା ଦଳର ନିର୍ବାଚନୀ ପାଣ୍ଠି ଭାବରେ ଖର୍ଚ୍ଚ ହେବ ବୋଲି ଡ. ସାମନ୍ତସିଂହାର କହିଛନ୍ତି ।

ସାମନ୍ତସିଂହାର କହିଛନ୍ତି ଯେ ଏଭଳି ଭାବେ ନିୟମ କରାଯାଇଛି ଯେପରି ଭାବେ ଦେଶର ବଛାବଛା ଶକ୍ତି ବିତରକ କମ୍ପାନୀମାନେ ସେହି ଟେଣ୍ଡର ପ୍ରକ୍ରିୟାରେ ଭାଗନେଇ ପାରିବେନି । ଭାରତରେ ଟାଟା ପାୱାର, ରିଲାଏନ୍ସ, ଆଦାନୀ, ଟୋରେଣ୍ଟ, ସିଇଏସସିଙ୍କ ସହ ଅନେକ ବଡବଡ ଏବଂ ଅଭିଜ୍ଞତା ସଂପନ୍ନ କଂପାନୀ ଥିବାବେଳେ ରାଜ୍ୟ ସରକାର କାହିଁକି ଯେଉଁ କପାଂନୀର ଅଭିଜ୍ଞତା ନାହିଁ ଏବଂ ପାଷ୍ଟ ହିଷ୍ଟୋରି ଭଲ ନାହିଁ, ସେହିଭଳି ଏକ କମ୍ପାନୀକୁ ବାଛିବାକୁ ଯାଉଛନ୍ତି ତାହା ଏକ ସାଙ୍ଘାତିକ କଥା ।

ରାଜ୍ୟରେ ବିଜୁଳି ବିତରଣ ପାଇଁ ଘରୋଇ କମ୍ପାନୀଙ୍କୁ ଠିକା ଦେବାପାଇଁ ହୋଇଥିବା ଟେଣ୍ଡରରେ କନସୋସିୟମ୍ ବିଡିଙ୍ଗ, ଯାହା ଏକ ସଂନ୍ଦିଗ୍ଧ ପ୍ରକିୟା ଭଳି ମନେହେଉଛି ସେହି ପ୍ରକିୟାରେ ଇଣ୍ଡିଆ ପାୱାର କମ୍ପାନୀ କିଭଲି ଜାଣିଶୁଣି ଠକି ଚାଲିଯିବ ସେହି ଭଳି ବାଟ ଦେଖାଇଲା ଭଲି ନିୟମ କରିଛନ୍ତି ରାଜ୍ୟ ସରକାର । ଯେଉଁ କପାଂନୀ ୧୦୦୦ରୁ ଊଦ୍ଧ୍ୱର୍ ଗ୍ରାହକଙ୍କୁ ବିଜୁଳି ଯୋଗାଇବାର ଯୋଗ୍ୟତା ନାହିଁ ସେହି ସଂସ୍ଥାମାନଙ୍କୁ କେମିତି ସେସୁକୁ ବିକ୍ରି କରିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସାମନ୍ତ ସିଂହାର କହିଛନ୍ତି ।

ଯେତେବେଳେ ରାଜ୍ୟ ସରକାର ବିଜୁଳି ବିତରଣର ଫ୍ରାଚାଇଜଂ ପାଇଁ ଟେଣ୍ଡର ଆହ୍ୱାନ କରିଥିଲେ ସେତେବେଳେ ନିୟମ ଥିଲାକି ଯେଉଁ କପାଂନୀର ସର୍ବନିମ୍ନ ୪୦% ଗ୍ରାହକଙ୍କୁ ବିଦ୍ୟୁତ ବିତରଣ କରିବାର କ୍ଷମତା ଥିବ ସେହି କମ୍ପାନୀକୁ କେବଳ ପ୍ରାଚାଂଇଜ ମିଳିପାରିବ । ଏବେ ଯେତେବଳେ ରାଜ୍ୟ ସରକାର ଏହାକୁ ବିକ୍ରି କରୁଛନ୍ତି ଏହାର ମାନଦଣ୍ଡକୁ ଆହୁରି କଡାକଡି କରିବା କଥା । କିନ୍ତୁ ରାଜ୍ୟ ସରକାର ଆଶ୍ଚର୍ଯ୍ୟ ଜନକ ଭାବେ “ସର୍ବନିମ୍ନ ୪୦ ପ୍ରତିଶତ ଗ୍ରାହକ” ନିୟମକୁ ଉଠାଇଦେଇ କେବଳ ଲାଇସେନ୍ସ ଥିବା ଲୋକ ହିଁ ଆବେଦନ କରିପାରିବ ସେପରି ନିୟମ କରିଛନ୍ତି ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ।

ଏପରିକି ରାଜ୍ୟ ସରକାର ସେସୁକୁ ବିକ୍ରି କରିବାର ପ୍ରକ୍ରିୟାକୁ ମଧ୍ୟ ସ୍ପଷ୍ଟ କରିନଥିବାବେଳେ ଏହା ଖୋଲା ଟେଣ୍ଡର କାହିଁକି କରିନଥିଲେ ତାହା ମଧ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର ସେସୁର ୧୦୦ ପ୍ରତିଶତ ବିକିବେକି ୫୧ ପ୍ରତିଶତ ବିକିବେ ତାହା ସ୍ପଷ୍ଟ କରିନଥାଇ ବିକ୍ରି ପାଇଁ ଚୁଡାନ୍ତ କରିବା ଏକ ହାସ୍ୟାସ୍ପଦ ଘଟଣା ବୋଲି ଡ. ସାମନ୍ତସିଂହାର କହିଛନ୍ତିି ।

error: Thank You Keep Visiting