ଆଗରୁ ମନେପଡ଼ୁନଥିଲେ ; ଏବେ ମନେପଡିଲେ କୃଷକ!

Straight to the Point

ଭୁବନେଶ୍ୱର: ଯଦିଓ ଆମେ ସମସ୍ତେ ଜାଣିଛେ ଆମର ଅନ୍ନଦାତା କୃଷକ, ତେବେବି ସେମାନଙ୍କୁ କେଉଁଠି ନା କେଉଁଠି ଅବହେଳା କରାଯାଉଛି । ଯଦି ଏକର ପିଛା ଜମି ହିସାବରେ ଆମେ ଫସଲ ଅମଳ କରିବା, ତାହାଲେ ଖର୍ଚ୍ଚଠୁ ଅମଳର ହାର ବଢ଼ିଯିବ ବୋଲି ଆମର ଚାଷୀ ଭାଈମାନେ ସରକାରଙ୍କ ପାଖରେ ହାନୀ ଲାଭର ଗୁହାରି କରୁଛନ୍ତି । ତାଙ୍କ କଥା ଶୁଣୁଛି କିଏ? ଗାଁ କନିଆ ସିଙ୍ଘାଣି ନାକି ଭଳି ଆମ ଚାଷୀକୂଳ ପରିବାର ସେହିଭଳି ଆଜିବି ଅବହେଳିତ ହୋଇଅଛନ୍ତି । ପ୍ରକୃତପକ୍ଷେ ଏହି ଚାଷୀକୂଳକୁ ଆମେ ନୁହେଁ ସାରା ଭାରତରେ ଆମର ଅନ୍ନଦାତା ବୋଲି ଅଭିହିତ କରିସାରିଛେ । ଏହାପରେ ତାଙ୍କ ପ୍ରତି ଅନ୍ୟାୟ କ’ଣ ପାଇଁ ।

ଏହିଠାରେ ଗୋଟିଏ ପ୍ରଶ୍ନ ଉଠେ ଯେବେଠାରୁ ଆମର ଆର୍ଯ୍ୟ ସମାଜ ଉତ୍ଥାନ ହୋଇଛି ସେହିଦିନଠାରୁ କୃଷି ଓ କୃଷକଙ୍କୁ ସମ୍ମାନ ଦେଇ ଆସୁଛେ । ହେଲେ ଆଜି ଏକବିଂଶ ଶତାବ୍ଦୀରେ ପାଦ ଦେଇ ଆମେ ଆମର କୌଳିକ ବୃତ୍ତି ଓ ପରମ୍ପରାକୁ ହୁଏତ ଜଳାଞ୍ଜଳି ଦେଇ ଦେଇଛେ, କିନ୍ତୁ ପ୍ରକୃତ କଥା ଶସ୍ୟ ହିଁ ଆମର ପେଟ ଭରୁଛି । ଏହି ପେଟ ଚାଖଣ୍ଡକୁ ଭରିବା ପାଇଁ କୃଷକ ଅହରନିଶି ମାଟି କାଦୁଅରେ କାଦୁଅ ହୋଇ ପରିଶ୍ରମ କରୁଛି । ତାର ପାରିଶ୍ରମିକ ଦେବାକୁ ଆଜି ସମସ୍ତେ ମୁହଁ ମୋଡୁଛନ୍ତି । ୨୦୧୮ ଶେଷ ବେଳକୁ ଦେଶର ୫ଟି ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼, ଗୁଜରାଟ, ମିଜରାମ, ରାଜସ୍ଥାନ ହୋଇଥିବା ନିର୍ବାଚନ ଫଳାଫଳ ହୁଏତ ସବୁରାଜ୍ୟର ମଙ୍ଗୁଆଳଙ୍କୁ ଏକ ଭଲ ଶିକ୍ଷା ଦେଇଛି । ଯଦି ଆମେ କୃଷି ଓ କୃଷକଙ୍କୁ ଅଣଦେଖା କରିବା ତାହାହେଲେ ତାହାର ପରିଣାମ ବିଜେପି ସରକାର ଭଳି ଆମକୁ ଭୋଗିବାକୁ ପଡ଼ିବ । ଏହାକୁ ଦୃଷ୍ଟିରେ ରଖି ଏବେ ଦେଶର ଅନ୍ୟ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସଚେତନ ହୋଇଯାଇଛନ୍ତି । ସେଥିପାଇଁ ମଙ୍ଗଳବାର ବିଜେପି ଶାସିତ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ କୃଷକମାନଙ୍କ ପାଇଁ ଋଣ ଛାଡ଼ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଏହା ପୂର୍ବରୁ ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଘୋଷିତ ହେବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦେଇଥିବା ପ୍ରତିଶ୍ରୁତିକୁ ଆଧାର କରି ମଧ୍ୟପ୍ରଦେଶ ସରକାର କୃଷି ଋଣ ଛାଡ଼ କରିବା ପାଇଁ ଘୋଷଣା କରିଥିଲେ । ତାହାର ଦିନେ ବା ଦୁଇ ଦିନ ପରେ ଛତିଶଗଡ଼ରେ ନବନିର୍ବାଚିତ କଂଗ୍ରେସ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା କୃଷକଙ୍କୁ ଋଣ ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଖବର ଦେଶର ଅନ୍ୟ ରାଜ୍ୟକୁ ବ୍ୟାପି ଯାଇଥିବାବେଳେ ଏଥିରୁ ବିଜେପି ଶାସିତ ଗୁଜରାଟ ସରକାର ବାଦ ପଡ଼ିନାହାନ୍ତି । ସେ ମଧ୍ୟ ମଙ୍ଗଳବାର କୃଷକମାନଙ୍କ ପାଇଁ ଅନୁକମ୍ପା ଦେଖାଇବା ପାଇଁ କୃଷି ଋଣ ଛାଡ଼ କରିବା ପାଇଁ ନିଷ୍ପତି ନେଇଛନ୍ତି । ସେହିପରି ସଦ୍ୟ ସମାପ୍ତ ହୋଇଥିବା ଦେଶର ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ପ୍ରକାଶିତ ହେବାପରେ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ କୃଷକଙ୍କୁ ନେଇ ରଣହୁଙ୍କାର ଆସିବା ପରେ ହୁଏତ ଅନ୍ୟ ସବୁ ରାଜ୍ୟ ଉପରେ ଏହାର ପ୍ରଭାବ ପଡ଼ିଛି । ବିଜେପି ଶାସିତ ଆସାନୁ ସରକାର ତତ୍କ୍ଷଣାତ କାଳବିଳମ୍ବ ନକରି ଆମର ଅନ୍ନଦାତାଙ୍କ ପାଇଁ ଋଣ ଛାଡ ଘୋଷଣା କରିସାରିଛନ୍ତି । ଏହିଠାରେ ଗୋଟିଏ ପ୍ରଶ୍ନ ଉଠେ ଯେ, ଆଜି ପର୍ଯ୍ୟନ୍ତ ଏହି କୃଷକମାନଙ୍କ ଦୁଃଖ ଓ ନିର୍ଯାତନା କାହା ପାଖରେ କାହିଁକି ନଥିଲା । ଆଜି ପ୍ରତ୍ୟେକ ରାଜନୈତିକ ଦଳର ପୁରୋଧା ସେମାନଙ୍କ ପାଇଁ ଅନାବିଳ ସ୍ନେହ ବାଢ଼ି ବସୁଛନ୍ତି । ଯଦି ଆମେ ଏହାକୁ ସମୀକ୍ଷା କରିବା ତେବେ ଆମେ ୭୪ ବର୍ଷ ପୂର୍ବର ଘଟଣାକୁ ଅନୁଧ୍ୟାନ କରିବା ।

ଆଜି ଆମେ ଏକବିଂଶ ଶତାବ୍ଦୀରେ ପାଦ ଥାପି ଥିବାବେଳେ ଆମର ଅନ୍ନଦାତାଙ୍କ କଥା ହୁଏତ ଆମ ମଙ୍ଗୁଆଳଙ୍କର ଆଜି ମନେପଡ଼ିଛି । କେବଳ ମଙ୍ଗୁଆଳ ନୁହେଁ ଆମ ରାଜ୍ୟ ସେହିପଲାମାନେ ଆଜି ଗୁଜରାଟର ସମ୍ମାନ ବଢ଼ାଉଛନ୍ତି । ଯେଉଁମାନେକି ଆମ ରାଜ୍ୟର ବ୍ରହ୍ମପୁର ଠାରୁ ଆରମ୍ଭକରି ବିଭିନ୍ନ ଜିଲ୍ଲାରୁ ଯାଇ ସୁଦୂର ଗୁଜରାଟର ସୁରାଟରେ କାମ କରୁଛନ୍ତି । ସେମାନେ ୧୯୯୯ ମହାବାତ୍ୟାର କରାଳ ରୂପ ଯଦିଓ ଦେଖିନଥିଲେ, ତଥାପି ହୃଦୟଙ୍ଗମ କରିଛନ୍ତି । ସେବେଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ବିଜେପି ସରକାର ଅବିରତ ଶାସନ କରଆସୁଛି । ସେହିଦିନଠାରୁ ଆଜି ଯାଏଁ ସୁରାଟରେ କାମକରୁଥିବା ରାଜ୍ୟର ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ଅନେକ ଯନ୍ତ୍ରଣା ଓ ରୋଗର ଶୀକାର ହୋଇସାରିଛନ୍ତି । ଏହିଠାରେ କେବଳ ଆମେ ଆମର ରାଜ୍ୟ ସରକାରଙ୍କୁ ଗୋଟିଏ ପ୍ରଶ୍ନ କରିପାରୁ କି, ଦୀର୍ଘ ୧୯ ବର୍ଷ ଶାସନ ମଧ୍ୟରେ ଗୁଜୁରାଟର ସୁରାଟରେ କାମ କରୁଥିବା ଓଡ଼ିଆମାନଙ୍କ ଭିତରେ କେହି କାହାର ବାପା କେହି କାହାର ଭାଇ ଓ କେହି କାହାର ପୁଅ ହୋଇଥାଇ ପାରନ୍ତି । ସେମାନଙ୍କ ପାଇଁ ସେତେବେଳେ ଆମ ସରକାରଙ୍କ ଦରଦ ଦେଖିବାକୁ ମିଳିନଥିଲା ।

ହେଲେ ଦୀର୍ଘ ୧୯ ବର୍ଷ ପରେ ଯେତେବେଳେ ୨୦୧୮ ର ଶେଷ ବିଧାନସଭା ନିର୍ବାଚନ ୫ଟି ରାଜ୍ୟରେ ଅନୁଷ୍ଠିତ ହୋଇଥିଲା ତାହାର ଫଳାଫଳକୁ ନେଇ ବିବ୍ରତ ହେବାର କୌଣସି କାରଣ ନାହିଁ । ୫ ବର୍ଷରେ ଗୋଟିଏ ଶିଶୁ କଥା କହିବା ସହିତ ବାପା ମାଆଙ୍କୁ ଚିହ୍ନିଥାଏ । ସେହିଭଳି ଆଜିର ଦିନରେ ଆମେ ନିଜେ ଜାଣିଛେ ଯେ, ଆମ ପାଇଁ କେଉଁଟା ଯୋଗ୍ୟ ଓ କେଉଁଟି ଅଯୋଗ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜରାଟର ସୁରଟ ଗସ୍ତ କରି ପ୍ରବାସୀ ଓଡ଼ିଆଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ଶାସନ କାଳର ୧୯ ବର୍ଷ ପରେ ଏକ ସୁଯୋଗ୍ୟ ପଦକ୍ଷେପ ଉଠାଇଛନ୍ତି । ଏହାକୁ ବିଭିନ୍ନ ସ୍ତରରେ ସ୍ୱାଗତ କରାଯାଉଥିଲେ ମଧ୍ୟ ଏହା କେତେ ଦୂର ଗ୍ରହଣୀୟ ତାହା କେବଳ ଓଡ଼ିଶାର ସେହି ମୁଖ୍ୟ ପୁରୋଧାମାନେ ବିଶ୍ଳେଷଣ କରିବା ଅପରିହାର୍ଯ୍ୟ ହୋଇଯାଇଛି । କାହାର ନୀତିକୁ ଡରି ତତ୍କ୍ଷଣାତ୍ ପଦକ୍ଷେପ ଉଠାଇବା କେତେଦୂର ଯେ ଗ୍ରହଣୀୟ ତାହା କେବଳ ସମୟ କହିବ ।

ଆମେ କେବଳ ଆମ ରାଜ୍ୟ ମଙ୍ଗୁଳାଙ୍କୁ ଏତିକି ବିନତୀ କରୁଛୁ ରାଜ୍ୟରେ ଥିବା ଲକ୍ଷାଧିକ କୃଷକଙ୍କ ପେଟର ଯନ୍ତ୍ରଣା ସେ ଥରେ ଦେଖନ୍ତୁ । ଗୁଜରାଟର ସୁରାଟ ଯିବା କ’ଣ ଆବଶ୍ୟକ ଥିଲା । ଓଡ଼ିଶାରେ ସାଢ଼େ ୪କୋଟି ଜନସାଧାରଣଙ୍କ ମଧ୍ୟରୁ ଆମ ମଙ୍ଗୁଆଳ ଯଦି କୃଷକଙ୍କ ସମସ୍ୟା ସମାଧାନ କରିପାରିଥାନ୍ତେ, ତେବେ ଘର ଛାଡ଼ି ଆଉ କାହା ପିଣ୍ଢାରେ ଆଶ୍ରୟ ନେବାକୁ ପଡ଼ିନଥାନ୍ତା ।

error: Thank You Keep Visiting