କୃଷକମାନଙ୍କ ପାଇଁ କାଳିଆ ଯୋଜନା

Straight to the Point

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷକମାନଙ୍କ ପାଇଁ ନୂଆ ଯୋଜନା ( କୃଷକ ଆସିଷ୍ଟାନସ୍ ଫର ଲାଇଭଲିହୁଡସ ଆଣ୍ଡ ଇନକମ୍ ଆଗମେଣ୍ଟେସନ) “କାଳିଆ’ ସଂପର୍କରେ ଘୋଷଣା କରାଯାଇଛି । କୃଷି ଋଣ ଛାଡ କରିବା ପରିବର୍ତ୍ତେ ସରକାର ଚାଷ ଏବଂ ଚାଷୀଙ୍କ ପାଇଁ ଏହି ଅଭିନବ ଯୋଜନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଯୋଜନା ଦ୍ୱାରା ଭାଗଚାଷୀ ମଧ୍ୟ ଉପକୃତ ହୋଇ ପାରିବେ । କୃଷି କ୍ଷେତ୍ରର ୫ଟି ଦିଗ ଉପରେ ଗୁରୁôବ ଦିଆଯାଇ ପ୍ରାୟ ୧୦ ହଜାର କୋଟି ଟଙ୍କାର ପ୍ୟାକେଜ ସଂପର୍କରେ ସେ ସୂଚନା ଦେଇଛନ୍ତି । ‘କାଳିଆ’ ଯୋଜନାରେ ୩ ବର୍ଷରେ ପ୍ରାୟ ୧୦ହଜାର କୋଟି ଟଙ୍କା ବ୍ୟୟ ହେବ । ଉଭୟ ଖରିଫ ଓ ରବି ଋତୁରେ କୃଷକଙ୍କୁ ୧୦ ହଜାର ଟଙ୍କାର ସହାୟତା ମିଳିବ । ଛେଳି,ବତକ, ପାଳନ ଓ ମାଛ ·ଷ ପାଇଁ ସହାୟତା ମିଳିବ । ଚାଷୀ ଓ କୃଷି ଶ୍ରମିକଙ୍କୁ ୨ଲକ୍ଷ ଟଙ୍କାର ଜୀବନ ବୀମା ସୁବିଧା ସହ ୨ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ମିଳିବ ।

error: Thank You Keep Visiting