ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ,ଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

Straight to the Point

ଭଦ୍ରକ: ଭଦ୍ରକ ବ୍ଲକ୍ ଅଧୀନସ୍ଥ ସାବରଙ୍ଗ ପଂଚାୟତର ବଡଗୋପାଳ ସାହି ନିବାସୀ ଜଣେ ଚାଷୀ ସାବରଙ୍ଗ ସମବାୟ ସମିତି ମଧ୍ୟରେ ଆଜି ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ଗୋପାଳସାହିର ଚାଷୀ ହରମୋହନ ବାରିକ ୪୫ ବସ୍ତା ଧାନକୁ ବିକ୍ରି କରିବା ଲକ୍ଷ୍ୟରେ ଉପରୋକ୍ତ ସମିତିକୁ ନେଇଥିଲେ । ସମବାୟ ସମିତି ଉକ୍ତ ଧାନକୁ ୱାଇ.ଜି.ପି. ନାମକ ମିଲ୍କୁ ପଠାଇଦେବା ପରେ ଉକ୍ତ ଧାନରେ ୨୨ ପ୍ରତିଶତ ଆଦ୍ରତା ଥିବାରୁ ଓ ତାହା ଏଫ୍ଏକ୍ୟୁ ମାନ ହୋଇନଥିବାରୁ ତାହା ସେ ଫେରାଇଦେଇଥିଲେ ।

ଫଲରେ ଚାଷୀ ହରମୋହନ ଦୁଃଖରେ ଭାଂଗିପଡି ସମବାୟ ସମିତି ପରିସରରେ ବିଷ ପିଇଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଯାଇଥିଲା । ସେ ଏବେ ଚିକିତ୍ସିତ ହେଉଥିବାବେଳେ ଖବର ପାଇ ଜିଲାପାଳ ଜ୍ଞାନ ଦାସ, ଉପଜିଲାପାଳ ସୂଚାରୁ ବଳ ଓ ତହସିଲଦାର ପ୍ରଦୀପ ସାହୁ ପ୍ରମୁଖ ଡାକ୍ତରଖାନାରେ ପହଞ୍ôଚ ହରମୋହନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ଓ ତାଙ୍କ ସଂପର୍କୀୟଙ୍କୁ ଭେଟି ଚିକିତ୍ସାର ବନ୍ଦୋବସ୍ତ କରିଥିଲେ । ତେବେ ଜିଲାପାଳ ଶ୍ରୀ ଦାସ ଏହି ଘଟଣାରେ ଉପଜିଲାପାଳ ସୂଚାରୁ ବଳ, ତହସିଲଦାର ପ୍ରଦୀପ ସାହୁ ଓ ଜିଲା ଯୋଗାଣ ବିଭାଗ ଅଧିକାରୀ ଅଶୋକ କୁମାର ମାଝୀଙ୍କୁ ଉକ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ପରେ ସେମାନେ ଘଟଣାସ୍ଥଳକୁ ଯାଇ ସମସ୍ତ ତଥ୍ୟ ସଂଗ୍ରହ କରୁଥିବାର ଜଣାପଡିଛି ।

error: Thank You Keep Visiting