ଶୈବପୀଠ ଦାନହୁଣ୍ଡିରୁ ଲୁଟ୍

Straight to the Point

ନୀଳଗିରି: ଉତ୍ତର ଓଡ଼ିଶାର ଅନ୍ୟତମ ଶୈବପୀଠ ନୀଳଗିରିସ୍ଥିତ ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ଦାନହୁଣ୍ଡିରୁ ଦୁର୍ବୃତ୍ତମାନେ ୫୦ହଜାରରୁ ଊର୍ଦ୍ଧ୍ବ ଟଙ୍କା ଚୋରି କରି ନେଇଛନ୍ତି। ଶୈବପୀଠରେ କେହି ରହୁନଥିବା ସୁଯୋଗରେ ଦୁର୍ବୃତ୍ତମାନେ ହୁଣ୍ଡିଘର ଗ୍ରୀଲ ଭାଙ୍ଗି ଦାନହୁଣ୍ଡିରୁ ଟଙ୍କା ଚୋରାଇ ନେଇଛନ୍ତି। ଖବରପାଇ ନୀଳଗିରି ପୁଲିସ, ବାଲେଶ୍ୱରରୁ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ତଦନ୍ତ କରି ଫେରିଛନ୍ତି। ପଞ୍ଚଲିଙ୍ଗେଶ୍ୱରରେ ଫାଣ୍ଡି ପ୍ରତିଷ୍ଠା କରିବାକୁ ପୂର୍ବରୁ ବାରମ୍ବାର ଦାବି ଉପସ୍ଥାପନ କରାଯାଇଥିଲେ ହେଁ ଗୃହବିଭାଗ ଏଥିରେ ଅଣଦେଖା କରୁଥିବା ଯୋଗୁ ଶୈବପୀଠରେ ଚୋରିବୃଦ୍ଧି ପାଇଛି ବୋଲି ସ୍ଥାନୀୟ ଟ୍ରଷ୍ଟବୋର୍ଡ଼ ସଦସ୍ୟ ତଥା ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି।

error: Thank You Keep Visiting