ନିଯୁକ୍ତି ସମ୍ବନ୍ଧରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ବିଧାକଙ୍କ ପ୍ରଶ୍ନ

Straight to the Point

ଅନୁଗୋଳ : ରାଜ୍ୟ ବିଧାନସଭା ରେ ପ୍ରଶ୍ନ ସଂଖ୍ୟା ୩୦୪ ରେ ପାଲଲହଡା ବିଧାୟକ ମହେଶ ସାହୁ ମାନ୍ୟବର ମନ୍ତ୍ରୀ, ଶ୍ରମ ଓ କର୍ମଚାରୀଙ୍କ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ ଅନୁଗୋଳ ଜିଲ୍ଲାରେ ପ୍ରତିଷ୍ଠିତ କେଉଁ କେଉଁ ବୃହତ ଶିଳ୍ପ ସଂସ୍ଥାରେ କେତେ ଜଣ ରାଜ୍ୟର ପ୍ରାର୍ଥୀଙ୍କୁ ପ୍ରତ୍ୟକ୍ଷ ଭାବରେ ଓ ଠିକା ସଂସ୍ଥା ମାଧ୍ୟମରେ ନିୟୋଜିତ କରାଯାଇଛି ଓ ଏଠାରେ ସ୍ଥାନୀୟ ପ୍ରାର୍ଥୀଙ୍କ ନିୟୋଜନ ପାଇଁ କେଉଁ ପ୍ରକାରର ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି ? ଉତ୍ତରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଥିଲେ ଯେ ଅନୁଗୋଳ ଜିଲ୍ଲରେ ପ୍ରତିଷ୍ଠିତ ଆଠଗୋଟି ବୃହତ ଶିଳ୍ପ ସଂସ୍ଥା ଯଥା – ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ, ଜିନ୍ଦଲ ଇଣ୍ଡିଆ ଥର୍ମାଲ ପାୱାର ଲିମିଟେଡ, ଭୂଷଣ ଏନର୍ଜି ଲିମିଟେଡ, ମୋନେଟ୍ ପାୱାର କମ୍ପାନୀ ଲିମିଟେଡ୍, କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ, ନାଲକୋ ସ୍ଲେଲଟର ପ୍ଲାଣ୍ଟ, ତାଚେର ଥର୍ମାଲ, ଏନ୍ଟିପିସି ରେ ରାଜ୍ୟର ୮୪୭୪ ଜଣ ପ୍ରାର୍ଥୀ ପ୍ରତ୍ୟକ୍ଷ ଭାବେ ଓ ୨୪୪୫୭ ଜଣ ପ୍ରାର୍ଥୀ ଠିକା ସଂସ୍ଥା ମାଧ୍ୟମରେ ନିୟୋଜିତ ହୋଇଛନ୍ତି । ଏହି ଶିଳ୍ପ ସଂସ୍ଥା ୱାରୀ ତାଲିକା ପରିଶିଷ୍ଟ ‘କ’ରେ ପ୍ରଦାନ କରାଯାଇ ଅଛି ।

ଶିଳ୍ପ ସଂସ୍ଥାମାନଙ୍କ ସହ ବୁଝାମଣା ପତ୍ରରେ ସ୍ୱାକ୍ଷର ସମୟରେ ବିଭିନ୍ନ ବର୍ଗର ସ୍ଥାନୀୟ ଲୋକ ମାନଙ୍କୁ ନିର୍ଦ୍ଦିଷ୍ଟ ହାରରେ ନିଯୁକ୍ତି ଦେବାକୁ ଶିଳ୍ପ ବିଭାଗ ତାଙ୍କ ପତ୍ର ସଂଖ୍ୟା ୪୦୩ ତା ୧୩/୦୧/୨୦୦୯ରେ ନିଷ୍ପତ୍ତି ନେଇଛନ୍ତି ଏବଂ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ପୁନଃବାସ ଏବଂ ଆଞ୍ଚଳିକ ଉନ୍ନୟନ ଉପଦେଷ୍ଟା କମିଟି ଆର.ପି.ଡି.ଏ.ସି ବୈଠକରେ ଶିଳ୍ପ ବିଭାଗ ପ୍ରଦତ୍ତ ନିୟମକୁ ଅନୁଶୀଳନ କରାଯାଇ ସ୍ଥ୍ାନୀୟ ଲୋକମାନଙ୍କ ନିଯୁକ୍ତି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଅଛି । ଶିଳ୍ପ ବିଭାଗର ନିଷ୍ପତ୍ତି ଆଧାରରେ ଅନୁଗୋଳ ଜିଲ୍ଲାର ବୃହତ ଶିଳ୍ପ ସଂସ୍ଥା ମାନଙ୍କରେ ସ୍ଥାନୀୟ ଲୋକ ମାନଙ୍କୁ ନିଯୁକ୍ତି କରାଯାଉଅଛି । ପୁନଶ୍ଚ ରାଜ୍ୟର ଶିଳ୍ପ ସଂସ୍ଥା ମାନଙ୍କରେ ନିଯୁକ୍ତି ସମ୍ବନ୍ଧୀୟ ତଥ୍ୟ ଶିଳ୍ପ ବିଭାଗର ଅବଗତି ତଥା ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଠା ଯାଉଅଛି ।

error: Thank You Keep Visiting