ଓଡିଶା  ହାଇକୋର୍ଟର ଶୀତ ଅବକାଶ ଆରମ୍ଭ

Straight to the Point
କଟକ:(ଓଡିଶା ଜର୍ନାଲ, ବିଜୟ କୁମାର ପଣ୍ଡା) : ଆଜି ଠାରୁ ଓଡିଶା ହାଇକୋର୍ଟର ଶୀତ ଅବକାଶ ଆରମ୍ଭ ହୋଇଥିବା ରେଜିଷ୍ଟରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।ଶୀତ ଅବକାଶ ସମୟରେ ଡିସେମ୍ବର ୨୪,୨୬,୨୭,୨୮,୨୯ଓ୩୧ରେ ହାଇକୋର୍ଟର କାର୍ଯ୍ୟ ଜାରି ରହିବ ।ଏହି ସମୟରେ ଦିନ ୧୧ଟା ରୁ୧୨ଟା ମଧ୍ୟରେ ନୂଆ ମାମଲା ପାଇଁ ପିଟିସନ ଫାଇଲ୍ କରିହେବ ।୨୦୧୯ ଜାନୁଆରୀ ୨ରେ ହାଇକୋର୍ଟ ଖୋଲିବ।ଏହି ଶୀତ ଅବକାଶ ସମୟରେ କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ଡିସେମ୍ବର ୨୬ତାରିଖ ପର୍ଯ୍ୟନ୍ତ ଅବକାଶ କାଳୀନ ବିଚାରପତି ଦାୟିତ୍ୱ ତୁଲାଇବେ।ସେହିପରି ଡିସେମ୍ବର ୨୭ତାରିଖରୁ ୨୦୧୯ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଜଷ୍ଟିସ ଏ, ଆର୍, ମହାପାତ୍ର ଅବକାଶ କାଳୀନ ବିଚାରପତି ଦାୟିତ୍ୱରେ ରହିବେ ବୋଲି ଓଡିଶା ହାଇକୋର୍ଟ ରେଜିଷ୍ଟି ପକ୍ଷରୁ ସୂଚନା ମିଳିଛି ।
error: Thank You Keep Visiting