ଧାମରାରେ ଅଗ୍ନି-୪ର ୭ମ ପରୀକ୍ଷଣ

Straight to the Point

ଭଦ୍ରକ, (ସିପ୍ରା ରାୟ ) – ଧାମରା ନିକଟସ୍ଥ ଅବଦୁଲ କଲାମ ଘାଟିରୁ ସକାଳ ୮.୩୫ ସମୟରେ ଅଗ୍ନି -୪ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ ହୋଇ ଯାଇଛି । ଅଗ୍ନି-୪କ୍ଷେପଣାସ୍ତ୍ରର ଓଜନ ୧୭ଟନ ହୋଇଥିବା ବେଳେ ଲମ୍ବ୨୦ମିଟର,ମୋଟେଇ ୨ମିଟର ଏବଂ ଯୁଦ୍ଧାସ୍ତ୍ର ବହନର କ୍ଷମତା ୧ଟନ ବୋଲି ଡିଆରଡିଓ ସୂତ୍ରରୁ ପ୍ରକାଶ । ଏହି କ୍ଷେପଣାସ୍ତ୍ର ଭାରତୀୟ ଜ୍ଞାନ କୌଶଳରେ ପ୍ରତିରକ୍ଷା ଗବେଷଣା କେନ୍ଦ୍ର ଦ୍ୱାରା ଭାରତ ଡାଇନାମିକ୍ସ ଦ୍ୱାରା ନିର୍ମିତ କରାଯାଇଥିଲା ।ଆଜିର ଏହି ପରୀକ୍ଷଣ ସମୟରେ ଏହି କ୍ଷେପଣାସ୍ତ୍ରର ଗତିବିଧିକୁ ନଜର କରିବା ପାଇଁ ଭାରତର ୩ଟି ସ୍ଥାନରେ ଯଥା ଚାନ୍ଦିପୁର,ପାରାଦ୍ୱୀପ ଏବଂ ପୋର୍ଟବ୍ଲେୟାର ଠାରେ ୩ଟି ରାଡାରରେ ଏହାର ଗତିବିଧି ନଜର କରାଯାଇଥିବା ବେଳେ ଏହି ଅଗ୍ନି-୪ କ୍ଷେପଣାସ୍ତ୍ରଟି ନାଭିଗେସନସିଷ୍ଟମ ସହ ଗ୍ଲୋବାଲ ପୋଜିସନିଂ ସିଷ୍ଟମରେ ତିଆରି କରାଯାଇଥିଲା ।

ଅଗ୍ନି-୪କ୍ଷେପଣାସ୍ତ୍ରର ଗତି ସେକେଣ୍ଡ ପ୍ରତି ୨.୫କି.ମି ଥିବା ବେଳେ ଏହା ୪୦୦୦ କି.ମିକୁ ୧୬ ମିନିଟରେ ଅତିକ୍ରମ କରିଥିଲା ।ଏହି କ୍ଷେପଣାସ୍ତ୍ର ଇଂଟର କଂଟିନେଟାଲ ବାଲାଷ୍ଟିକ ଶ୍ରେଣୀର ହୋଇଥିବା ବେଳେ ଏହା ଆଣବିକ ଅଥବା ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିପାରିବାର କ୍ଷମତା ବହନ କରୁଛି ବୋଲି ପ୍ରତିରକ୍ଷା ବିଭାଗ ଅଫିସରୁ ପ୍ରକାଶ ।ଆଜିର ଅଗ୍ନି-୪ର ବ୍ୟବହାରିକ ପରୀକ୍ଷଣ ସମୟରେ ବହୁ ଉଚ୍ଚପଦାଧିକାରୀ ଉପସ୍ଥିତ ଥିଲେ. । ଆଜି ଅଗ୍ନି-୪ର ୭ମ ଥର ପାଇଁ ବ୍ୟବହାରିକ ପରୀକ୍ଷଣ କରାଯାଇଥିବା ବେଳେ ଆସନ୍ତା ଦିନରେ ଏହି ବାଲାଷ୍ଟିକ ମିସାଇଲର ଦୂରତା ବଢାଯାଇ ପାରିବା ସଙ୍ଗେ ସଙ୍ଗେ ଏହି ପରୀକ୍ଷଣ ଉପରେ ନଜର ରଖିଥିବା ୟୁକେ,ଆମେରିକା,ରୁଷିଆ,ଚାଇନା ଏବଂ ଫ୍ରାନ୍ସକୁ ଜବାବ ଦେବା ଭଳି ଆମ ପାଖରେ ଏହି ଭଳି ଅତ୍ୟନ୍ତ ଉନ୍ନତ ମାନର କ୍ଷେପଣାସ୍ତ୍ର ସବୁ ରହିଛି ବୋଲି ଡିଆରଡିଓ ବିଭାଗ ନିକଟରୁ ପ୍ରକାଶ ।

ଆଜିର ଏହି ଅଗ୍ନି-୪ କ୍ଷେପଣାସ୍ତ୍ର କୁ ପଡୋଶୀ ରାଷ୍ଟ୍ର ପାକିସ୍ତାନ ନିଜର ଗୌରୀ-୨ ଏବଂ ସାହିନୀ ସହ ତୁଳନା କରାଯାଉଥିବା ବେଳେ ପ୍ରକୃତରେ ଅଗ୍ନି-୪ର ଲକ୍ଷ୍ୟଭେଦୀ ସୀମା ପାକିସ୍ଥାନର ସମସ୍ତ କ୍ଷେପଣାସ୍ତ୍ର ଠାରୁ ଅଧିକ ବୋଲି ପ୍ରତିରକ୍ଷା ବିଭାଗ ନିକଟରୁ ପ୍ରକାଶ ।( ଗୌରୀ-୨ର ଲକ୍ଷ୍ୟଭେଦୀ କ୍ଷମତା ୨୩ଶହ କି.ମି ଥିବା ବେଳେ ଶାହିନୀର ୨୫୦୦ କି.ମି ) ।ଆଜିର ଏହି ପରୀକ୍ଷଣ ୭ମ ଥର ପାଇଁ ହୋଇଥିବା ବେଳେ୧ମ ଥର ୧୫ନଭେମ୍ବର ୨୦୧୧,ଦ୍ୱିତୀୟ ୧୯ସେପ୍ଟମ୍ବର ୨୦୧୨,ତୃତୀୟ ଥର ୨୦ଜାନୁଆରୀ ୨୦୧୪,୪ର୍ଥ ଥର ୨ଡିସେମ୍ବର ୨୦୧୪ଏବଂ ୫ମ ଥର ପାଇଁ ୯ନଭେମ୍ବର ୨୦୧୫ରେ ଏବଂ ୬ଷ୍ଠ ଥର ପାଇଁ ଜାନୁଆରୀ ୨ ତାରିଖ ୨୦୧୭ ମସିହାରେ ଧାମରା ସ୍ଥିତ କଲାମ ଦ୍ୱୀପର ୪ନଂ ଲଞ୍ଚପ୍ୟାଡରୁ ହୋଇଥିଲା ।

error: Thank You Keep Visiting