ବୁଦ୍ଧିଜୀବୀମାନେ ଏବେ ବିଜେପି ମୁହାଁ : ଧର୍ମେନ୍ଦ୍ର ପ୍ରଧାନ

Straight to the Point

ଭୁୁବନେଶ୍ୱର: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହଦେଓଙ୍କ ଉପସ୍ଥିତିରେ ଗଂଜାମ ଜିଲ୍ଲାର ପ୍ରତିଷ୍ଠିତ ଡାକ୍ତର ଡ. ସୁବାଷ ଚନ୍ଦ୍ର ସାହୁ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ତଥା ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ବିଭାଗୀୟ ମୁଖ୍ୟ ଡ. ଜାମୁଲା ଶେଷଗିରି ରାଓ , ସମାଜସେବୀ ପୂଣ୍ୟଶ୍ଲୋକା ମହାନ୍ତି ଓ ଶୁଭକାନ୍ତ ନନ୍ଦ, ପ୍ରଫେସର ସନମୟ ରଥ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ଭୁବନେଶ୍ୱରର ଅବସରପ୍ରାପ୍ତ ସିବିଆଇ ସ୍ପେଶାଲ ଜଜ ତଥା ଜଣେ ସୁପ୍ରତିଷ୍ଠିତ ପ୍ରାବନ୍ଧିକ ଶ୍ରୀ ହୃଦୟ ବଲ୍ଲଭ ଦାସ ଓ ତାଙ୍କ ଧର୍ମପତ୍ନୀ ଡ. ପ୍ରଭାତ ନଳିନୀ ମହାନ୍ତି, ଏନଆଇସି ଓଡିଶାର ପୂର୍ବତନ ଡେପୁଟି ଡାଇରେକ୍ଟର ଜେନେରାଲ ସୁଶାନ୍ତ କୁମାର ପଣ୍ଡା ବିଜେପିରେ ଯୋଗ ଦେଇଛନ୍ତି ।

ଅନ୍ୟପଟେ ରାୟଗଡା ଜିଲ୍ଲା ଗୁଣୁପୁର ନିର୍ବାଚନ ମଣ୍ଡଳୀର ଯୁବ ଆଦିବାସୀ ନେତା ରବି ଗମାଙ୍ଗ ଓ ବିଏସପି ବିଧାୟକ ପାର୍ଥୀ ଭଗବାନ ଗମାଙ୍ଗ ବିଜେପିରେ ସାମିଲ ହୋଇଛନ୍ତି ।ଏଥି ସହ ଗୁଣୁପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ଚେୟାରମ୍ୟାନ, ସରପଂଚ, ସମିତିସଭ୍ୟଙ୍କ ସମେତ ଶତାଧିକ କର୍ମୀ ବିଜେଡି, କଂଗ୍ରେସ ଏବଂ ବିଏସପି ଦଳ ଛାଡି ବିଦ୍ଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ରାଜ୍ୟ ସଭାପତି ଶ୍ରୀ ପଣ୍ଡା ସମସ୍ତଙ୍କୁ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି । ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ସମସ୍ତଙ୍କୁ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି । ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି, ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ , ଯୁବମୋର୍ଚ୍ଚା ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ, ଅନୁ ଚୈାଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting