ଡାକ୍ତରଙ୍କ ଖାମଖିଆଲିରୁ ପ୍ରସୂତୀର ଗର୍ଭାଶୟରେ ରହିଗଲା ଗଜ୍ କପଡା

Straight to the Point

କେନ୍ଦ୍ରାପଡା: ଅନେକ ସମୟରେ ଡାକ୍ତରମାନଙ୍କର ବଦମାସୀ ଓ ଖାମଖିଆଲି ମାମଲା ଉଦ୍ବେଗର କାରଣ ସାଜିଥାଏ । ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁ·ବା ରୋଗୀ,ମହିଳା,ବୃଦ୍ଧ ଏପରିକି ଶିଶୁ ଓ ତାଙ୍କର ସଂପର୍କୀୟ ଏଭଳି ଡାକ୍ତରମାନଙ୍କ ବଦ ମିଜାଜ୍ର ଶିକାର ହୋଇଥାନ୍ତି । ସରକାର ଡାକ୍ତରଙ୍କ ସମ୍ମାନ,ସୁରକ୍ଷା ଓ ନିରାପତା ପ୍ରତି କଠୋର ଆଇନ୍ କରିଥିଲେ ହେଁ ଏହି ଡାକ୍ତରମାନେ ରୋଗୀଙ୍କ ଚିକିତ୍ସାରେ ଆବଶ୍ୟକ ଯତ୍ନ ଓ ନିଷ୍ଠା ରଖିବା ପରିବର୍ତେ ରୋଗୀଙ୍କୁ ମାଡମାରିବା ଘଟଣା ମଧ୍ୟ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କେନ୍ଦ୍ରାପଡା ସରକାରୀ ମେଡିକାଲର ଡାକ୍ତର ସ୍ଥାନୀୟ ଏକ ଘରୋଇ ନର୍ସିଂହୋମରେ ଜଣେ ପ୍ରସୂତୀର ପ୍ରସବ କରାଇବା ବେଳେ ଅସ୍ତ୍ରୋପଚାର ସମୟରେ ପ୍ରସୂତୀର ଗର୍ଭାଶୟରେ ଖାମଖିଆଲି ବଶତଃ ଗଜକପଡା ଛାଡିଯିବା ଓ ଏନେଇ ମହିଳାଟି ମୁମୁର୍ଷୁ ହେବା ଘଟଣା ଡାକ୍ତରଙ୍କ ଦାୟିତ୍ୱ ନିଷ୍ଠା ପ୍ରତି ଘୋର ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଖବରରୁ ପ୍ରକାଶ ଯେ, କେନ୍ଦ୍ରାପଡା ଟାଉନ ଅନ୍ତର୍ଗତ ଚାଟରପାଟଣା ଗ୍ରାମର ଅଲେଖ ପୃଷ୍ଟିଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା (୨୮) ପ୍ରସୂତୀ ଭାବେ ସାନ୍ତସାହିସ୍ଥିତ ଦୂର୍ଗା ନର୍ସିଂହୋମରେ ତା.୧୪ .୧୦.୨୦୧୮ରିଖରେ ଭର୍ତି ହୋଇ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ତା.୧୮.୧୦.୧୮ରେ ନର୍ସିଂହୋମରୁ ଘରକୁ ଯାଇଥିଲେ । କିନ୍ତୁ ପ୍ରସବ ପରେ ଲକ୍ଷ୍ମୀପ୍ରିୟାଙ୍କର ପେଟରେ ଯନ୍ତ୍ରଣା ଓ ରକ୍ତତ୍ସାବ ଲାଗିରହିବାରୁ ସେ ମୁମୂଷୁ ହୋଇ କେନ୍ଦ୍ରାପଡା ମେଡିକାଲରେ ଭର୍ତି ହୋଇଥିଲେ । ଡାକ୍ତରଙ୍କ ପରାମର୍ଶରେ ତାଙ୍କର ଅଲଟ୍ରାସାଉଣ୍ଡ କରାଯିବା ପରେ ଲକ୍ଷ୍ମୀପ୍ରିୟାଙ୍କ ଗର୍ଭାଶୟରେ କିଛି ଗଜ କପଡା ରହିଥିବା ଜଣାପଡିଥିଲା ।

ତାଙ୍କର ଅସ୍ତ୍ରୋପଚାର କରାଯାଇ ଗଜକପଡା ବାହାର କରାଯିବା ସହ ଲକ୍ଷ୍ମୀପ୍ରିୟାଙ୍କ ଜୀବନ ରକ୍ଷା ହୋଇଥିଲା । ତେବେ ଦୁର୍ଗା ନର୍ସିଂହୋମରେ ପ୍ରସୂତୀଙ୍କର ଅସ୍ତୋପଚାର ପ୍ରସବ କରାଇଥିବା ସଂପୃକ୍ତ ସରକାରୀ ମେଡିକାଲ ଡାକ୍ତର ଡା. କର୍ଣ୍ଣ ନାୟକ ଏଥିପାଇଁ ସଂପୂର୍ଣ୍ଣ ଦାୟୀ ଥିବାରୁ ତାଙ୍କ ବିରୁଦ୍ଧରେ ଟାଉନ ଥାନାରେ ଏତଲା ଦିଆଯାଇଛି । ଡାକ୍ତର ନାୟକଙ୍କ ଖାମଖିଆଲି ତଥା ପ୍ରସୂତୀ ମହିଳାଙ୍କ ଜୀବନ ସହିତ ଖେଳୁୱାର୍ଡ କରିଥିବା ଦୂର୍ଗା ନର୍ସିଂହୋମ ବିରୁଦ୍ଧରେ ପଦକ୍ଷେପ ଓ ଉପଯୁକ୍ତ କ୍ଷତିପୁରଣ ପ୍ରଦାନ କରିବାକୁ ଜିଲ୍ଲା ମହିଳା ସୁରକ୍ଷା ଫ୍ରଂଟ ପକ୍ଷରୁ ଜିଲ୍ଲାପାଳଙ୍କ ଠାରେ ଦାବୀ କରାଯାଇଛି ।

error: Thank You Keep Visiting