ବନ୍ଧାହେଲେ ସିଟି ହସ୍ପିଟାଲ ମାଲିକ ଓ ଏଏନଏମ୍

Straight to the Point

ତାଳଚେର : ଅସ୍ତ୍ରୋପଚାର ପରେ ଜଣେ ଗର୍ଭବତୀଙ୍କ ମୃତ୍ୟୁ ଘଟଣାରେ ତାଳଚେର ପୋଲିସ୍ ନର୍ସିଂହୋମର ମାଲିକ ଓ ଅସ୍ତ୍ରୋପଚାର କରିଥିବା ଏଏନ୍ଏମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅସ୍ତ୍ରୋପଚାରରେ ବ୍ୟବହୃତ ଦୁଇଟି ମେସିନ୍କୁ ମଧ୍ୟ ପୁଲିସ୍ ଜବତ କରିଛି । ପୁଲିସ ତଦନ୍ତ ପରେ ବିନା ଲାଇସେନସ୍ରେ ନସିଂହୋମ ଚାଲିଥିବା ଜଣାପଡିଛି । ତାଳଚେର ପୁଲିସ୍ ସିଟି ନର୍ସି ହୋମ ଉପରେ ଚଢଉ କରି ଏହାର ମାଲିକ କଣିହାଁ ବ୍ଲକ ବିଜିଗୋଳ ଗ୍ରାମର ସୁଭାଷ ଜେନାଙ୍କୁ ଗିରଫ କରିଥିଲା । ବିନା କୌଣସି ଡାକ୍ତରଙ୍କ ପରାମର୍ଶ କିମ୍ବା ଉପସ୍ଥିତିରେ ଅସ୍ତ୍ରୋପଚାର କରାଗଲେ ରୋଗୀଙ୍କ ଜୀବନ ସଙ୍କଟାପନ୍ନ ହୋଇପାରେ ବୋଲି ଜାଣି ମଧ୍ୟ ଅସ୍ତ୍ରୋପଚାର କରିଥିବା ଏଏନଏମ ତାଳଚେର ଥାନା ଅନ୍ତର୍ଗତ ବହ୍ଲର ଗ୍ରାମର ସୁନିତା ରାଉତଙ୍କୁ ମଧ୍ୟ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି ।

ଅସ୍ତ୍ରୋପଚାର ରେ ବ୍ୟବହୃତ ସକସନ ମେସିନ୍ ଓ କାନୁଲା ମେସିନ୍ ଜବତ ହୋଇଛି । ତଦନ୍ତ ବେଳେ ନର୍ସିଂହୋମ ଲାଇସେନସ ଅବଧି ୨୦୧୭ ଅଗଷ୍ଟ ୪ ତାରିଖ ମଧ୍ୟରେ ଶେଷ ହୋଇଯାଇଥିବା ବେଳେ ବିନା ଲାଇସେନସ ନବୀକରଣରେ ନସିଂହୋମ ଚାଲିଥିବା ପୁଲିସ ସୁତ୍ରରୁ ପ୍ରକାଶ । ନସିଂହୋମରୁ ରୋଗୀ ନାମ ଲେଖା ଯାଉଥିବା ରେଜିଷ୍ଟରକୁ ପୁଲିସ ଜବତ କରିଥିଲା । ତେବେ ବେଆଇନ ଗର୍ଭପାତ ହେଉଥିବାରୁ ରେଜିଷ୍ଟରରେ ରୋଗୀଙ୍କ ନାମ ଲେଖା ଯାଇ ନଥିଲା ବୋଲି ପୁଲିସ୍ କହିଛି । ଅଭିଯିକ୍ତଙ୍କ ବିରୋଧରେ ଦଫା ୧୨୦ ବି, ୩୧୪ ଓ ୩୦୪ ରେ ପୁଲିସ୍ ମାମଲା ରୁଜୁ କରିଛି । ସୂଚନାଯୋଗ୍ୟ, ପର୍ଜଙ୍ଗ ଥାନା ପିତିରି ଗ୍ରାମର ଭାରତୀ ବେହେରା ୪ ମାସର ଗର୍ଭବତୀ ଥିବାବେଳେ ସିଟି ହସ୍ପିଟାଲକୁ ଆସିଥିଲେ । ଭୁଲ ଚିକିତ୍ସା ଯୋଗୁଁ ଅତ୍ୟଧିକ ରକ୍ତସ୍ରାବ ହୋଇ ତାଙ୍କର ଗତ ୨୧ ତାରିଖରେ ରାତି ପ୍ରାୟ ୧୦ ଟା ବେଳେ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ବାସିନ୍ଦାମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ । ପୁଲିସ୍ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

error: Thank You Keep Visiting