ବିଜୁ ଯୁବ ବାହିନୀଙ୍କ ଆତ୍ମ ନିର୍ଭରତା ଉପରେ ପ୍ରଶ୍ନ ଉଠାଇଲେ ମହେଶ ସାହୁ

Straight to the Point

ଅନୁଗୋଳ : ୟୁଡି ନଂ ୬୫୬ ତା ୨୪/୧୧/୧୮ ରିଖ ଦିନ ପାଲଲହଡା ବିଧାୟକ ମହେଶ ସାହୁ ରାଜ୍ୟ ବିଧାନସଭାରେ କ୍ରୀଡା ଓ ଯୁବ କଲ୍ୟାଣ ମନ୍ତ୍ରୀଙ୍କୁ ଏକ ପ୍ରଶ୍ନ ମାଧ୍ୟମରେ ପଚାରିଥିଲେ ଯେ ବିଜୁ ଯୁବ ବାହିନୀ ସଦସ୍ୟ ମାନଙ୍କୁ ଆତ୍ମ ନିର୍ଭରଶୀଳ ହେବା ପାଇଁ ସ୍କିଲ ଡେଭଲପମେଣ୍ଟ ଟ୍ରେନିଂ ଦେବା ପାଇଁ କୌଣସି ଯୋଜନା କରିଛନ୍ତି କି ? ଏହାର ଉତ୍ତରରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ ବେହେରା କହିଥିଲେ ଯେ “ବିଜୁ ଯୁବ ବାହିନୀ” ଯୋଜନା ଯୁବ ଗୋଷ୍ଠୀ ମଧ୍ୟରେ ନେତୃତ୍ୱ, ସ୍ୱେଚ୍ଛାସେବୀପଣ, କ୍ରୀଡା, ସଂସ୍କୃତି ଓ ଖେଳୁଆଡ ମନୋବୃତ୍ତି ସହ ସୁସ୍ଥ ଜୀବନ ଯାପନ ଶୈଳୀ ଇତ୍ୟାଦିର ବିକାଶ ନିମନ୍ତେ ଉଦ୍ଦିଷ୍ଟ । ଏହି ଅନ୍ତର୍ଗତ “ବିଜୁ ଯୁବ ବାହିନୀ” ମାନେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମମାନ ସ୍ୱେଚ୍ଛାସେବୀ ଭାବେ କରିଥାନ୍ତି, ଯାହା ମଧ୍ୟରେ ସ୍ୱାବଲମ୍ବୀ ପଞ୍ଚାୟତ ଗଠନ ଲକ୍ଷ୍ୟ ରଖା ଯାଇଅଛି । ଯୁବଗୋଷ୍ଠୀମାନେ ଆତ୍ମ ନିର୍ଭରଶୀଳ କରିବା ନିମନ୍ତେ ପଞ୍ଚାୟତ ବା ପୌରାଞ୍ଚଳରେ ଥିବା ବିଜୁ ଯୁବ ବାହିନୀ ମାନେ ଦକ୍ଷତା ବୃଦ୍ଧି ସଂକ୍ରାନ୍ତ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ମାନଙ୍କରେ ହିତାଧିକାରୀ ସାମିଲ ହେବା ନିମନ୍ତେ ସଚେତନତା ସୃଷ୍ଟି କରିଥାଆନ୍ତି ।

error: Thank You Keep Visiting