ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲଳିତଗିରି ପ୍ରତ୍ନତତ୍ତ୍ୱ ସଂଗ୍ରହାଳୟ ଲୋକାର୍ପଣ

Straight to the Point

ବାଲିଚନ୍ଦ୍ରପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଆଇ.ଆଇ.ଟି ଅରଗୁଳ (ଭୂବନେଶ୍ୱର) ପରିସରରୁ ଭିଡ଼ିଓ କନଫରେନ୍ସ ଦ୍ୱାରା ବିଶ୍ୱ ପ୍ରସିଦ୍ଧ ବୌଦ୍ଧ ପୀଠ ଲଳିତଗିରିଠାରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ନିର୍ମାଣ କରାଯାଇଥିବା ପ୍ରତ୍ନତତ୍ତ୍ୱ ସଂଗ୍ରହାଳୟର ଲୋକାର୍ପଣ କରିଛନ୍ତି । ଏହାକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଥିଲେ ଯେ ଲଳିତଗିରିର ଏହି ସଂଗ୍ରହାଳୟ ବିଶ୍ୱ ପର୍ଯ୍ୟଟକ, ବୌଦ୍ଧଧର୍ମାମ୍ବଲମ୍ବି ଓ ଗବେଷକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ । ଓଡ଼ିଶାର ପର୍ଯ୍ୟଟନ ପାଇଁ ଏହା ନୂଆ ଶକ୍ତି ଆଣିବା ସହ ବହୁ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହୋଇଛି ।

ଏଠାରେ ସୂଚନା ଯୋଗ୍ୟ ୪୭୫୦ ବର୍ଗ ମିଟର ସ୍ଥାନରେ ପ୍ରାୟ ୯କୋଟି ୫୦ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିର୍ମାଣ କରାଯାଇଥିବା ଏହି ସଂଗ୍ରହାଳୟର ବୁଲେଟ୍ ପ୍ରୁଫ୍ କୋଠରୀ ମଧ୍ୟରେ ୩ ଟି ଫରୁଆ ମଧ୍ୟରେ ଅତି ଯତ୍ନର ସହ ଗୌତମ ବୁଦ୍ଧଙ୍କ ଅସ୍ଥିକୁ ରଖାଯାଇଛି । ଏହି ଅସ୍ଥି ଓଡ଼ିଶାର ଲଳିତଗିରିଠାରେ ପ୍ରଥମେ ଆବିଷ୍କୃତ ହୋଇଥିଲା । ଉପସ୍ଥିତ ଥିବା ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଅଧିକାରୀମାନଙ୍କ ସୂଚନା ଅନୁଯାୟୀ ଭାରତ ବର୍ଷରେ ଥିବା ୪୬ଟି ସଂଗ୍ରହାଳୟ ମଧ୍ୟରୁ ଏହା ଅନ୍ୟତମ । ଏହା ସହ ଭାରତୀୟ ପ୍ରତ୍ନତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଏକ ସାଇଡ଼୍ ମ୍ୟୁଜିୟମ୍ ।

ଏହି ସଂଗ୍ରହାଳୟର ସବୁଠାରୁ ଗୁରତ୍ୱପୁର୍ଣ୍ଣ କଥା ହେଲା ଏଠାରେ ରଖାଯାଇଥିବା ବୁଦ୍ଧଙ୍କ ଅସ୍ôଥିକୁ ଅତି ବ୍ୟବସ୍ଥିତ ଢଙ୍ଗରେ ଆଲୋକ ଦିଆଯାଇ ଅତ୍ୟାଧୁନିକ ଉପାୟରେ ରଖାଯାଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଏ.ଏସ୍.ଆଇ ରିଜନାଲ ଡାଇରେକ୍ଟର ନନ୍ଦିନୀ ସାହୁ ଭଟ୍ଟାଚାର୍ଯ୍ୟ, ଭୂବନେଶ୍ୱର ସର୍କଲ ଡେପୁଟି ସୁପରିଟେଣ୍ଡେଣ୍ଟ ରାଜୀବ ଦ୍ୱିବେଦୀ, ଅମରାବତୀର ଡେପୁଟି ସୁପରିଟେଣ୍ଡେଣ୍ଟ ସୁଶାନ୍ତ କର, ଅବସରପ୍ରାପ୍ତ ରିଜନାଲ ଡାଇରେକ୍ଟର ଜୀବନ ପଟ୍ଟନାୟକ ଓ ଏ.କେ ପଟେଲଙ୍କ ସମେତ ବହୁ ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀଙ୍କ ସହ ଜନସାଧାରଣ ଯୋଗ ଦେଇଥିଲେ ।

error: Thank You Keep Visiting