ଡିଏଫ୍‍ଓଙ୍କ ଘର ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ଉ

Straight to the Point

ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଘୁମୁସର ଡିଭିଜନ୍‍ ଡିଏଫ୍‍ଓ ବିଜୟ କେତନ ଆଚାର୍ଯ୍ୟଙ୍କ ଘର ଓ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଭୁବନେଶ୍ୱରର ଦୁଇଟି ତିନିମହଲା କୋଠା, କଟକ କଲ୍ୟାଣନଗର ସ୍ଥିତ ତାଙ୍କ ପୈତୃକ ଘର, ଭଞ୍ଜନଗର ସ୍ଥିତ ସରକାରୀ ବାସଗୃହ ଓ କାର୍ଯ୍ୟାଳୟ ଉପରେ ଏକକାଳୀନ ଚଢ଼ଉ କରାଯାଇଛି। ଚଢ଼ଉ ଜାରି ରହିଥିବାରୁ ଆୟବହିର୍ଭୂତ ସମ୍ପତ୍ତିର ମୂଲ୍ୟ ଜଣାପଡ଼ିନାହିଁ। ବ୍ରହ୍ମପୁର ଭିଜିଲାନ୍ସ ଏସ୍‍ପିଙ୍କ ନିର୍ଦେଶକ୍ରମେ ଚଢ଼ଉ କରାଯାଉଛି।

error: Thank You Keep Visiting