ଟ୍ରକ୍ ଓ ପିକନିକ୍ ବସ୍ ମୁହାଁମୁହିଁ, ୪୫ରୁ ଅଧିକ ଆହତ

Straight to the Point

ଅନୁଗୁଳ : ଏକ ପିକନିକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୪୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବାର ଜଣାପଡିଛି । ଏହି ଦୁର୍ଘଟଣାଟି ଅନୁଗୁଳ ଜିଲା ବନରପାଳ ମୁଖ୍ୟରାସ୍ତାର ଗୋତମରା ଗ୍ରାମ ନିକଟରେ ଘଟିଛି । ରାତି ପ୍ରାୟ ୨ଟାରେ ଏହି ଦୁର୍ଘଟଣା ଘଟିଛିୟ ଆହତଙ୍କୁ ଉଦ୍ଧାର କରାଯାଇ ଅନୁଗୁଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ କେନ୍ଦ୍ରାପଡା ଠାକୁରହାଟ ଅଞ୍ଚଳର ପ୍ରାୟ ୬୦ଜଣ ଲୋକ ଏକ ବସ ଯୋଗେ ପିକନିକ ଯାଉଥିଲେ । ସେମାନେ ରାଉରକେଲାକୁ ପିକନିକ କରିବାକୁ ଯାଉଥିଲେ । ବିଳମ୍ବିତ ରାତିରେ ରାସ୍ତାରେ ଏକ ଟ୍ରକ ସହ ବସର ମୁହାଁମୁହିଁ ଧକ୍କା ହୋଇଥିଲା । ଆହତଙ୍କ ମଧ୍ୟରେ ୪ଜଣ ଶିଶୁ ରହିଥିବାବେଳେ ୧୮ଜଣ ମହିଳା ଥିବାର ଜଣାପଡିଛି । ଗୁରୁତରଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

error: Thank You Keep Visiting