ଶାସକ ବିଜେଡି କୌଣସି ଦୁଷ୍କର୍ମ ପୀଡିତାକୁ ନ୍ୟାୟ ଦେଇ ପାରିବ ନାହିଁ : ମହିଳା ମୋର୍ଚ୍ଚା

Straight to the Point

ଭୁବନେଶ୍ୱର: ପିପିଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମାନ୍ୟବର କୋର୍ଟଙ୍କ ରାୟ ଆସିବା ପରେ ମନ୍ତ୍ରୀ ପ୍ରଦୀପ ମହାରଥୀ ‘ସତ୍ୟର ବିଜୟ’ ହେବା କହି ପୀଡିତା ପରିବାର ପ୍ରତି ସମବେଦନା ଦେବା ପରିବର୍ତେ ଆକ୍ଷେପ କରିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ରଜ୍ୟା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଛନ୍ତି । ଶ୍ରୀମତୀ ପରିଡା କହିଛନ୍ତି ଯେ, ରାଜ୍ୟରେ ମହିଳାମାନେ ସୁରକ୍ଷିତ ନୁହଁନ୍ତି । ରାଜ୍ୟସରକାରଙ୍କ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଂତ ତଦନ୍ତ ନାଁରେ ତଥ୍ୟ ନଷ୍ଟ କରିଛି । ଶାସକ ବିଜେଡି କୌଣସି ଦୁଷ୍କର୍ମ ପୀଡିତାକୁ ନ୍ୟାୟ ଦେଇ ପାରିବ ନାହିଁ । ଏଥି ପାଇଁ ରାଜ୍ୟରେ ଝିଅମାନଙ୍କ ସହ ଦୁଷ୍କର୍ମ ବଢୁଛି ।

ତଦନ୍ତକାରୀ ସଂସ୍ଥା ଏବେ ତଥ୍ୟ ପ୍ରମାଣ ନଷ୍ଟକାରୀ ସଂସ୍ଥାରେ ପରିଣତ ହୋଇଛିି । ସେଥିଲାଗି ନିକଟ ଅତୀତରେ କୁନ୍ଦୁଲି ପୀଡିତା ନ୍ୟାୟ ନପାଇ ଆତ୍ମହତ୍ୟା କରିଥିଲା । ଯଦି ପୀଡିତାକୁ ଦୁଷ୍କର୍ମ କରାଯିବା ସତ ତେବେ କାହାର ଅପାରଗତା ପାଇଁ ଦୋଷୀ ଧରାପଡିଲା ନାହିଁ ବୋଲି ଶ୍ରୀମତୀ ପରିଡା ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ପିପିଲି ଦୁଷ୍କର୍ମ ମାମଲାରେ ଖୋଦ୍ ମନ୍ତ୍ରୀଙ୍କ ସଂପୃକ୍ତି ଥିବାରୁ ରାଜ୍ୟସରକାରଙ୍କ ତଦନ୍ତକାରୀ ସଂସ୍ଥା ଜାଣିଶୁଣି ପ୍ରମାଣ ନଷ୍ଟ କରିଛି । ‘କ୍ଷୀର ପାଣି ଅଲଗା ହେବା’ ମନ୍ତ୍ରୀଙ୍କ ଏହି ବୟାନରୁ ଜଣାପଡୁଛି କି, ମାନ୍ୟବର କୋର୍ଟଙ୍କ ରାୟ ପରେ ଦୋଷୀ ଅପେକ୍ଷା ମନ୍ତ୍ରୀଙ୍କୁ ଅଧିକ ଆଶ୍ୱସ୍ତି ମିଳିଛି । ପୀଡିତା ଉପରେ ମନ୍ତ୍ରୀ ଏଭଳି ହାସ୍ୟାସ୍ପଦ ବୟାନ ରଖିବା ଅତ୍ୟନ୍ତ ଦୁଃଖଦାୟକ । ମନ୍ତ୍ରୀ ମାନସିକ ଭାରସାମ୍ୟ ହରାଇ ବସିଲେଣି । ମନ୍ତ୍ରୀ କ’ଣ କହୁଛନ୍ତି ସେ ନିଜେ ଜାଣିପାରୁ ନାହିଁନ୍ତି । ଜଘନ୍ୟ ହତ୍ୟାକାଣ୍ଡର ଦୋଷୀ ନିଦୋର୍ଷରେ ଖଲାସ ହେବା ସବୁଠୁ ଲଜ୍ଜା ଜନକ ଘଟଣା ବୋଲି ଶ୍ରୀମତୀ ପରିଡା କହିଛନ୍ତି ।

error: Thank You Keep Visiting