ଦୁଇ ବିରୋଧି ଗୋଟିଏ ମଞ୍ଚ, ଓଡ଼ିଶାବସୀଙ୍କ ଫାଇଦା କେତେ?
ଓଡ଼ିଶାରେ ବିଜେଡ଼ି ୧୯ ବର୍ଷ ଶାସନରେ ରହିଥିବାବେଳେ ଦଳକୁ ଗାଦିଚ୍ୟୁତ କରିବା ପାଇଁ ଆଞ୍ଚଳିକ ପ୍ରମୁଖ ଦଳ କଂଗ୍ରେସ ଓ ବିଜେଡ଼ି ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଅଙ୍କକଷା ଆରମ୍ଭ କରିଦେଇଛନ୍ତି । ଏହା ମଧ୍ୟରେ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟରେ ବିଜେଡ଼ିକୁ ନେଇ କାଦୁଅ ଫୋପଡ଼ା ଆରମ୍ଭ ହୋଇଯାଇଛି । ଏହି ଗୋଳିଆ ପାଣିର ଫାଇଦା ନେଇ ନିର୍ବାଚନ ବୈତରଣୀ ପାର କରିବା ପାଇଁ ଉଭୟ ଦଳ ଯୋଜନା ପ୍ରସ୍ତୁତ କରୁଥିବାବେଳେ ବିଜେଡି ନିଜ ସ୍ଥିତିରେ କାଏମ ରହିଛି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତ କରି ବିଭିନ୍ନ ଜନ ହିତକାରୀ ଯୋଜନା ବଖାଣୀଥିବାବେଳେ ଏହା ଓଡ଼ିଶା ସ୍ୱାର୍ଥ ନା କେନ୍ଦ୍ର ସ୍ୱାର୍ଥ ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ପ୍ରକୃତପକ୍ଷେ କହିବାକୁ ଗଲେ କେନ୍ଦ୍ରରେ ଥିବା ବିଜେପି ସରକାର ଦେଶର ଅନେକ ରାଜ୍ୟରେ ନିଜର କତ୍ତୃତ୍ୱ ଜାହିର କରିସାରିଥିବାବେଳେ, ଫୋକସରେ ଓଡ଼ିଶା ଏବଂ ପ.ବଙ୍ଗ ।
ହେଲେ ଦୀର୍ଘ ଦିନରୁ ପଶ୍ଚିମ ବଙ୍ଗରେ କମ୍ୟୁନିଷ୍ଟ ଶାସନ ଜାରି ରହିଥିବାବେଳେ । ଏହି କିଛି ବର୍ଷ ହେବ ତୃଣମୂଳ କଂଗ୍ରେସର ଅଧ୍ୟାପତ ଚାଲିଛି । ଏହି କିଛି ବର୍ଷ ହେବ ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ଏକ ଚାଟିଆ ଶାସନ ଜାରି ରଖିଥିବାବେଳେ, ଥୋପ ପକାଇବା ପାଇଁ ବିଜେପି ବାରମ୍ବର ପ୍ରୟାସ କରି ବିଫଳ ହୋଇଛି । ଏହି କିଛି ଦିନ ତଳେ ରଥ ଯାତ୍ରା କରିବା ପାଇଁ ଯେଉଁ ଯୋଜନା କରିଥିଲା ତାହାକୁ କାଲକାଟା ହାଇକୋର୍ଟଙ୍କ ଡିଭିଜନାଲ ବେଞ୍ଚ ଖାରଜ କରିଦେଇଛନ୍ତି । ବିଜେପିର ଆବେଦନ ଖାରଜ ହେବାପରେ ଏବେ ଦଳ ସୁପ୍ରିମକୋର୍ଟର ଆଶ୍ରୟ ନେଇଛି । ସେହିପରି ଓଡ଼ିଶାରେ ବିଜେପି ନିଜର ପାଦ ଥାପିବା ପାଇଁ ନିଜର ପ୍ରୟାସ ଚଳାଇଛି । ସଦ୍ୟ ସମାପ୍ତ ହୋଇଥିବା ଦେଶର ୫ଟି ରାଜ୍ୟର ନିର୍ବାଚନ ଫଳାଫଳକୁ ଦୃଷ୍ଟିରେ ରଖି ବିଜେପି ସଚେତନ ହୋଇଯାଇଥିବା ଜଣାପଡିଛି । ବୋଧ ହୁଏ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ଆସି ରାଜ୍ୟବାସୀଙ୍କ ପାଇଁ କେତେକ ପ୍ୟାକେଜ୍ ଘୋଷଣା କରିଛନ୍ତି । ପୂର୍ବରୁ ଏପରି ଆଲୋଚନା ହେଉଥିଲା ଯେ, ବିଜେଡି ବିଧାନସଭା ନିର୍ବାଚନରେ ଯଦି ମ୍ୟାଜିକ୍ ଅଙ୍କ ନଛୁଇଁବ ତେବେ କାହା ସହ ଗଠବନ୍ଧନ କରି ସରକାର ଗଠନ କରିବ । ସେତବେଳର ଆଲୋଚନାରୁ ଜଣା ପଡ଼ୁଥିଲା ଯେ, ବିଜେଡି ହୁଏତ କଂଗ୍ରେସ ସହିତ ଗଠବନ୍ଧନ କରି ସରକାର ଗଠନ କରିବ ।
ହେଲେ ଏବେ କଂଗ୍ରେସ ବିଜେଡିକୁ ସମାଲୋଚନା କରିବା ଆରମ୍ଭ କରିଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ପରେ ଏହି ଆଲୋଚନା ଜୋର ଧରିଛି । ପୂର୍ବରୁ ବିଜେପିର ଯେତିକି କେନ୍ଦ୍ରୀୟ ପ୍ରତିନିଧି ଓଡ଼ିଶା ଗସ୍ତ କରିଛନ୍ତି, ସେମାନେ ବିଜେଡି ସରକାର ଓ ତାଙ୍କ କାର୍ଯ୍ୟଶୈଳୀକୁ ନେଇ ସମାଲୋଚନା କରିଥିବାବେଳେ, ମୋଦିଙ୍କ ଏବର ଓଡ଼ିଶା ଗସ୍ତ କିଛି ଅନ୍ୟ ଆଭାସ ଦେଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ମଞ୍ଚରେ ବସି ଓଡ଼ିଶାବାସୀଙ୍କ ପାଇଁ ଜନହୀତକାରି ଯୋଜନା ପ୍ରସ୍ତୁତ କରିବା ବିରୋଧି ଦଳଙ୍କୁ ହଜମ ହୋଇ ନାହିଁ । ଏହାକୁ ନେଇ ବିଜେପି ବିଜେଡିର ବି ପାର୍ଟି କିଏ ତାହାକୁ ନେଇ ଆଲୋଚନା ହୋଇଯାଇଛି । ପ୍ରକୃତପକ୍ଷେ କହିବାକୁ ଗଲେ ଛତିଶଗଡ଼ରେ ଥିବା ରମଣନାଥ ସରକାର ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ କରି ପାଣି ଅଟକାଇଥିଲେ । ଯାହାକୁ ନେଇ ମହାନଦୀ ଅବବାହୀକାରେ ଥିବା ଓଡ଼ିଶାର ୧୫ଟି ଜିଲ୍ଲା ଶୁଷ୍କ ମରୁଭୂମୀରେ ପରିଣତ ହେବା ଆଶା ସୃଷ୍ଟି ହୋଇଥିଲା, ଯାହାକୁ ନେଇ ସେତେବେଳେ ଉଭୟ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା ।
ଏପରିକି ଏହି ମାମଲା ସୁପ୍ରିମକୋର୍ଟ ଓ ଗ୍ରୀନଟ୍ରିବ୍ୟୁନାଲ ପର୍ଯ୍ୟନ୍ତ ପହଞ୍ôଚଥିଲା । ଏପର୍ଯ୍ୟନ୍ତ ଏହି ମାମଲାର କୌଣସି ବାଟ ଫିଟିନଥିବାବେଳେ, ଓଡ଼ିଶା ପାଇଁ ଆଉ ଏକ ବାଧକ ପୋଲାଭରମ ପ୍ରକଳ୍ପ । ଆନ୍ଧ୍ରପ୍ରଦେଶ ସରକାର ସାବେରୀ ନଦୀ ଉପରେ ପୋଲାଭରମ ପ୍ରକଳ୍ପ କରି ଓଡ଼ିଶାର କିଛି ଅଂଶକୁ ଜଳମଗ୍ନ କରିବା ଉଦ୍ଦେଶ୍ୟ ରଖିଛନ୍ତି । ଏହାକୁ ନେଇ ମଧ୍ୟ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏହି ମାମଲାରେ କର୍ଣ୍ଣପାତ ନକରି ପ୍ରକଳ୍ପ ଆଗେଇ ନେଇଯିବାକୁ ସବୁଜ ସଙ୍କେତ ଦେଇଥିଲେ । ହେଲେ ଏବେ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଏତେ ଗୁଡିଏ ଅନୁଗ୍ରହ ଦେଖାଇବା ପଛରେ କାରଣ କ’ଣ? ହେଲେ ଏହା ପଛରେ ଥିବା କାରଣକୁ ଖୋଜି ପାଇବା ଯଦିଓ ମୁସ୍କିଲ ତଥାପି ଉଦ୍ଦେଶ୍ୟ ପଛରେ ଥିବା ମହତକୁ ଚିନ୍ତା କରିବାର ସମୟ ଆସିଯାଇଛି । ମୋଦିଙ୍କ ଓଡ଼ିଶା ଗସ୍ତ ଓ ରାଜ୍ୟବାସୀଙ୍କ ପାଇଁ ପ୍ୟାକେଜ ଘୋଷରା କାହା ସ୍ୱାର୍ଥରେ ତାହା ଏବେ ଚିନ୍ତାର ବିଷୟ ।