ବିଜେଡିରେ ଗୋଷ୍ଠୀ କନ୍ଦଳ : ସାଂସଦ, ବିଧାୟକ ମୁହାଁମୁହିଁ

Straight to the Point

ତାଳଚେର,(ଓଡ଼ିଶା ଜର୍ଣ୍ଣାଲ/ପ୍ରକାଶ ସାହୁ): ୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳକୁ ସଂଗଠିତ କରି ପୁଣି ଶାସନ ବା କ୍ଷମତାକୁ ଆସିବା ପାଇଁ ଓଡ଼ିଶାରେ ଶାସନ୍ କରୁଥିବା ବିଜେଡି ସରକାର ପ୍ରୟାସ ଜାରି ରଖିଥିବାବେଳେ ଦଳର କର୍ମୀମାନଙ୍କ ମଧ୍ୟରେ ତାଳମେଳ ଅଭାବ ଦେଖା ଦେଇଛି । ଆଗକୁ ଯଦି ଏପରି ଘଟଣା ଜାରି ରୁହେ, ତେବେ ବିଜେଡି ବିଧାନସଭା ସହିତ ସାଧାରଣ ନିର୍ବାଚନରେ କି ଫଳ କରିବ ତାହା କହିବା କାଠିକର ପାଠ । ବିଜେଡିର ବରିଷ୍ଠ ନେତା ତଥା ଢେଙ୍କାନଳ ସାଂସଦ ତଥାଗତ ମହୋଦୟ ଏଇ ନିକଟରେ ତାଳଚେର ବଲଣ୍ଡାଠାରେ ପାଳନ କରାଯାଉଥିବା ବିଜେଡି ପ୍ରତିଷ୍ଠା ଦିବସର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ହେଲେ ସେ ସେହି ନିର୍ବାଚନ ମଣ୍ଡଳିର କେତେକ ସହଯୋଗୀ ତଥା ସମର୍ଥକଙ୍କୁ ନେଇ ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ ସାଂସଦ ମହୋଦୟ ପ୍ରୟାସ କରିଥିଲେ ।

ହେଲେ ସ୍ଥାନୀୟ ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ ଏହା ହଜମ ହେଲା ନାହିଁ । ସେ ମଧ୍ୟ ତାଙ୍କର କିଛି ସମର୍ଥକଙ୍କୁ ନେଇ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରିବାକୁ ପଛେଇଲେ ନାହିଁ । ଏଠାରେ ଆମେ କେବଳ ଏତିକି କହିବା ବିଜେଡି କ’ଣ କାହାର ବ୍ୟକ୍ତିଗତ ସମ୍ପତ୍ତି, ଯାହାକୁ ନେଇ ଦଳୀୟ ନେତାମାନେ ମନମାନି କରିବେ ? ଯଦି ସାଂସଦ ମହୋଦୟ ସେଠାକୁ ମୁଖ୍ୟ ଅତିଥି ହୋଇ ଯାଇଥିଲେ, ସେଠାରେ ସ୍ଥାନୀୟ ବିଧାୟକଙ୍କ ବିରୋଧରେ ଯିବା ଆବଶ୍ୟକ କ’ଣ ଥିଲା ? ସେହିପରି ସ୍ଥାନୀୟ ବିଧାୟକ ବ୍ରଜ ବାବୁ ଅନ୍ୟ ସହଯୋଗୀଙ୍କୁ ନେଇ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରିବା ପଛର ରହସ୍ୟ ଜଣା ପଡୁନି । ତଥାପି ଏବେ ଯେଉଁ ଭଳି ବତାବରଣ ଚାଲିଛି, ତାହାକୁ ବିଶ୍ଲେଷଣ କଲେ ବିଜେଡି ରାଜନେତାଙ୍କ ଏପରି ଦୃଶ୍ୟ ଯେ, ଆଗାମୀ ଦିନ୍ରେ ଦଳ ପାଇଁ କ୍ଷତିକାରକ ସାବ୍ୟସ୍ତ ନହେବ ତାହାର ଆକଳନ କରିବା ମୁସ୍କିଲ । ପ୍ରକୃତରେ ଆମେ ଯଦି ଏହି ଅଞ୍ଚଳରେ ଘଟିଥିବା ଘଟଣା ଉପରେ ଆଲୋକପାତ କରିବା ତେବେ ବିଜେଡିରେ ଗୋଷ୍ଠୀ କନ୍ଦଳ ଯେ ନରହଛି, ତାହା ପରିକଳ୍ପନା କରିବା ଭୂଲ ହୋଇଯିବ ।

ମିଳିଥିବା ତଥ୍ୟାନୁଯାୟୀ, ତୋଳଚେର ବ୍ଲକର ତେଣ୍ଟୁଲେଇ ଗ୍ରା.ପ. ର ସାଉଥ୍ ବଲଣ୍ଡା ଅଧିକାରୀଙ୍କ କ୍ଲବଠାରେ ବିଜେଡି ବ୍ଲକ ସଭାପତି ନିରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ୨୧ତମ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ସାଂସଦ ତଥାଗତ ଶତପଥୀ ଯୋଗଦେବା ସହିତ, ୧୯ନଂ ଜିଲ୍ଲା ପରିଷଦ ସଦସ୍ୟା ଅନୁପମା ପ୍ରଧାନ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ମାନସ ସାହୁ, ବିଜେଡି ସଂପାଦକ ବିଜୟ ବିଶ୍ୱାଳ, ଶ୍ରୀବତ୍ସ ଥମ୍ବ, ଇଶ୍ୱର ନାୟକ, ରୀତା ଦାସ, ବିନୋଦ ଲାଲ୍, ଯୁବନେତା ଗଦାଧର ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ଦଳର ଶହ ଶହ ବିଜେଡି କର୍ମୀ ଆସି ଯୋଗ ଦେଇଥିଲେ । ତାଳଚେର ପୌରାଞ୍ଚଳର ବସ୍ ଷ୍ଟାଣ୍ଡ ପାଖରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବିଧାୟକ ବ୍ରଜ କିଶୋର ପ୍ରଧାନ ମୋଟର ସାଇକେଲ ରାଲିରେ ଆସି ହାଟତୋଟା ପ୍ରଜାମଣ୍ଡଳ ଭବନ ଭିତରେ ୨୧ତମ ବିଜେଡି ପ୍ରତିଷ୍ଠା ଦିବସରେ ନଗର ସଭାପତି ଆସିଫ୍ ଖାଁଙ୍କ ସଭାପତିତ୍ୱରେ ପାଳନ କରାଯାଇଥିଲା ।

ମୁଖ୍ୟଅତିଥି ଭାବରେ ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନ, ବ୍ଲକ ଉପସଭାପତି ସନ୍ତୋଷ ପ୍ରଧାନ, ପ୍ରାକ୍ତନ ନଗରପାଳ ପବିତ୍ର ଭୂତିଆ, ସେଫାଳି ବଳ, ସହ ସଂପାଦକ ବିରଜା ମିଶ୍ର, ବରିଷ୍ଠ ନେତା ବାନାମ୍ବର ଭୂତିଆ, ରାଜ୍ୟ ସରକାର କରିଥିବା କାର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ଶେଷରେ ବରିଷ୍ଠ ନେତା ତଥା ସରକାରୀ ଓକିଲ ରାଜେନ୍ଦ୍ର ସିଂ ଡିଙ୍ଗା ଧନ୍ୟବାଦ ପ୍ରଦାନ କରିଥିଲେ । ତେବେ ଏଠାରେ କଥା ଉଠେ ଯେ, ଦଳର ମୁଖ୍ୟ ତଥା ଦଳର ସୁପ୍ରିମୋଙ୍କ ନିର୍ଦ୍ଦେଶ କ’ଣ ଏହାଥିଲା? ଯାହାକୁ ନେଇ ବିଧାୟକ ଓ ସାଂସଦଙ୍କ ମଧ୍ୟରେ ତାଳମେଳର ଅଭାବ ପଦାକୁ ଆସିଛି ।

error: Thank You Keep Visiting