ଜନ ଆନ୍ଦୋଳନର ରୂପ ନେବାକୁ ଯାଉଛି ତାଳଚେରକୁ ଜିଲ୍ଲା କରିବା ଦାବୀ

Straight to the Point

ତାଳଚେର:-ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଟି.କେ.କେ.କେ.ପି.ଏସ୍. ସଭାପତି ମନୋଜ ପ୍ରଧାନଙ୍କ ନେତୃତ୍ୱରେ ୫୦୦ ରୁ ଉଦ୍ଧ୍ୱର୍ କାର୍ଯ୍ୟକର୍ତା ଉପଜିଲ୍ଲାପାଳ ପରେଶ ନାୟକଙ୍କୁ ଦାବୀ କରିଛନ୍ତି । ପ୍ରକାଶ ଥାଉକି କିଛି ଖବରକାଗଜ ଓ ସୋସିଆଲ୍ ମିଡିଆରେ ପ୍ରକାଶିତ ହୋଇଥିଲା ରାଜ୍ୟ ସରକାର ଆଉ ୪ଟି ଜିଲ୍ଲା ଅଧିକା କରିବା ପାଇଁ । ସେଥିରେ ତାଳଚେରର ନାମ ନାହିଁ । ତାଳଚେରକୁ ସଂଯୋଗ କରାଯାଉ । ଏଥିପାଇଁ ସମସ୍ତ ପ୍ରକାର ଭିତିଭୂମି ଅଛି । ଦୁଇ ଦିନ ପୂର୍ବରୁ ଜେ.ଏସ୍.ଏସ୍. ତରଫରୁ ସଭାପତି ସ୍ୱାଧୀନ ଥମ୍ବଙ୍କ ନେତୃତ୍ୱରେ କର୍ମକର୍ତା ମାନେ ଉପଜିଲ୍ଲାପାଳଙ୍କୁ ଦାବୀ ଜଣାଇଥିଲେ । ଆଗାମୀ ଦିନରେ ତାଳଚେରବାସୀଙ୍କ ତରଫରୁ ତାଳଚେରକୁ ଜିଲ୍ଲା କରିବା ଦାବୀ ଜନ ଆନ୍ଦୋଳନରେ ପରିଣତ ହୋଇପାରେ ।

error: Thank You Keep Visiting