ନଦୀରେ ଭାସିଯାଉଥିବା ଉଦ୍ଧାର ଶିଶୁକୁ ବାତ୍ସଲ୍ୟରେ ରଖାଗଲା

Straight to the Point

ଭଦ୍ରକ : ଏହି ଜିଲାର ଭଦ୍ରକ ବ୍ଲକ୍ ଅଧୀନସ୍ଥ କଲେଇ ଗ୍ରାମପଞ୍ଚାୟତରେ ପ୍ରବାହିତ ହେଉଥିବା କପାଳୀ ନଦୀରୁ ହାଣ୍ଡିରେ ଭାସିଯାଉଥିବାବେଳେ ଉଦ୍ଧାର ହୋଇଥିବା ଏକ ନବଜାତ ଶିଶୁପୁତ୍ରକୁ ଆଜି ଜିଲା ଶିଶୁ ମଙ୍ଗଳ ସମିତି, ଜିଲ୍ଲା ଶିଶୁ ସୁରକ୍ଷା ସମିତି ଓ ଚାଇଲ୍ଡ ଲାଇନ୍ ପକ୍ଷରୁ ପୁଲିସ୍ ସହାୟତାରେ ଅଣାଯାଇ ଭଦ୍ରକ ସହରାଞ୍ଚଳର ଚାରିଘରିଆସ୍ଥିତ ବାତ୍ସଲ୍ୟ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନକୁ ହସ୍ତାନ୍ତର କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଗତ ୧୬ ତାରିଖ ଦିନ କଲେଇ ଆଦିବାସୀ ସାହିର ଜଣେ ମହିଳା ନଦୀକୁ ଗାଧୋଇବା ପାଇଁ ଯାଇଥିବାବେଳେ ଭାସିଯାଉଥିବା ହାଣ୍ଡିଟିକୁ ଦେଖିଥିଲା । ସେଥିମଧ୍ୟରୁ ଶିଶୁଟିର କାନ୍ଦଣା ସ୍ୱର ଶୁଭିବାରୁ ସେ ତାକୁ ଉଦ୍ଧାର କରିଥିଲା । ଏବଂ ସେ ଅସୁସ୍ଥ ଥିବାରୁ ତାକୁ ଭଦ୍ରକର ନ୍ୟୁ ବର୍ଣ୍ଣ କେୟାରରେ ଚିକିତ୍ସା କରାଇ ଘରେ ରଖିଥିଲା । ପରେ ଏହି ଖବର ପାଇ ଉପରୋକ୍ତ ବିଭାଗର ଅଧିକାରୀ ଓ ସଦସ୍ୟମାନେ ସେଠାରେ ପହଞ୍ôଚ ଶିଶୁଟିକୁ ଆଣି ସମାଜସେବିକା ନମିତା ବଳଙ୍କ ଦ୍ୱାରା ଚାରିଘରିଆସ୍ଥିତ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ “ବାତ୍ସଲ୍ୟ”ରେ ଆଜି ରଖାଇଛନ୍ତି । ଶିଶୁଟି ଏବେ ସୁସ୍ଥ ଥିବାର ଜଣାପଡିଛି ।

error: Thank You Keep Visiting