ଅନୁଗୁଳ ଆରଟିଓ କାର୍ଯ୍ୟାଳୟ,ଢ଼ୋଲ ଭିତରେ ମୂଷା !

Straight to the Point

ଅନୁଗୁଳ:-ଅନୁଗୁଳ ଜିଲ୍ଲା ହେଉଛି ଦେଶରେ ଥିବା ଶିଳ୍ପାଚଂଳ ମଧ୍ୟରୁ ଜଣାଶୁଣା । ପ୍ରତ୍ୟେକ ବିଭାଗର ଅଧିକାରୀ ମାନେ ଦିନରେ ସ୍ୱପ୍ନ ଦେଖନ୍ତି । ମୁଁ କେମିତି ଅନୁଗୁଳ ଜିଲ୍ଲାକୁ ଯିବି । ସାତ ପରୁଷ ପାଇଁ ଧନ ସଂଚୟ କରିବି । ଭାଗ୍ୟ ଖରାପ ଥିଲେ ଭିଜିଲାନସ୍ ଦ୍ୱାରା ଧରାପଡିବି କିନ୍ତୁ ବ୍ୟତିକ୍ରମ ଦେଖା ଦେଇଛି ଅନୁଗୁଳ ଆରଟିଓ ଙ୍କ ସ୍ୱଚାଳନା କାର୍ଯ୍ୟ ପଦ୍ଧତି । ପ୍ରାୟ ୧୫ ବର୍ଷ ହେବ ଏଠାରେ ରହି ଆସିଛନ୍ତି ବୁଦ୍ଧିଜୀବୀ ମାନେ କହୁଛନ୍ତି, ମହଲା ପୁରା ଦଖଲ ସେନାପତି ବାବୁଙ୍କର (ଆରଟିଓ), ଭିଜିଲାନସ୍ ଭୟ କରୁଛି ଓ ହାତ ମାରିବାକୁ । ୮ ମାସ ଭିତରେ ଢେଙ୍କାନାଳ ଆରଟିଓ ଅଫିସ୍ ରେ ଦୁଇ ଜଣ ଆରଟିଓ ଙ୍କୁ ଭିଜିଲାନସ୍ ଧରିଛି । କିନ୍ତୁ ଅନୁଗୁଳ ଆରଟିଓ ଙ୍କୁ ଛାଡି । କଥା ଅଛି ବ୍ରାହ୍ମଣ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ । ସେନାପତି ବାବୁ ବିଭାଗୀୟ ମନ୍ତ୍ରୀ, ସଚିବ, ରାଜନେତା ଓ ସାମ୍ବାଦିକ ମାନଙ୍କର ପାଖ ଲୋକ । ଅବସର ପର୍ଯ୍ୟନ୍ତ ଅନୁଗୁଳରେ ଆର୍.ଟି.ଓ. ରହିବେ । କେହି କିଛି କରି ପାରିବେ ନାହିଁ ।

error: Thank You Keep Visiting