ଧାମନଗର:୧୨୦ ନାଗ ସାପ ଉଦ୍ଧାର

Straight to the Point

ଭଦ୍ରକ: ଏହ ଜିଲାର ଧାମନଗର ବିଜ୍ଞାପିତ ଅଂଚଳ ଶାମପୁର ପାଇକସାହି ଗ୍ରାମର ବିଜୟ ସାହୁଙ୍କ ଘରୁ ଆଜି ୧୨୦ ନାଗ ସାପଛୁଆ ଉଦ୍ଧାର ହୋଇଛି । ପ୍ରକାଶ ଥାଉକି ବିଜୟଙ୍କ ପଡୋଶୀ ସନ୍ତୋଷ ଭୂୟାଁଙ୍କ ଘରେ ପ୍ରାୟ ୨୦ ବର୍ଷ ପୂର୍ବେ ଏକ ଉଇହୁଙ୍କା ଥିବା ବେଳେ ସେଠାରେ ପୂଜାର୍ଚ୍ଚନା କରାଯାଉଥିଲା । ପରବର୍ତ୍ତୀ ସମୟରେ ସନ୍ତୋଷଙ୍କ ଘରେ ଅଗ୍ନିକାଣ୍ଡ ଘଟି ଘର ଭସ୍ମୀଭୂତ ହୋଇଯିବା ପରେ ବିଜୟଙ୍କ ଘରେ ଏହି ଉଇହୁଙ୍କାଟି ଆରମ୍ଭ ହୋଇଥିଲା । ହୁଙ୍କାରେ ନାଗସାପ ଯିବା ଆସିବା କରୁଥିବା ଦେଖିଥିଲେ । ପରେ ବିଜୟଙ୍କ ପରିବାର ଲୋକ ଉଇହୁଙ୍କାକୁ ପୂଜାର୍ଚ୍ଚନା କରୁଥିଲେ । ଦୀର୍ଘ ବର୍ଷ ପରେ ଗତକାଲି ବିଜୟଙ୍କ ଘରେ ପ୍ରାୟ ୪/୫ଟି ନାଗସାପ ଛୁଆ ଖେଳୁଥିବା ପରିବାର ଲୋକ ଦେଖିଥିଲେ । ଭୟଭିତ ହୋଇ ଭଦ୍ରକର ସ୍ନେକ ହେଲପ ନାଇନର ସେକ ମିର୍ଜାକୁ ଖବର ଦେଇଥିଲେ । ସେକ ମିର୍ଜା ଘଟଣାସ୍ଥଳେ ପହଞ୍ଚି ଗତକାଲି ଓ ଆଜି ବିଜୟଙ୍କ ମାଟିଘରର ବିଭିନ୍ନ ବଖରାରୁ ଖୋଳି ପ୍ରାୟ ୧୨୦ଟି ନାଗସାପ ଛୁଆ ଜବତ କରିଥିଲେ । ହେଲେ ୪/୫ଟି ବଡ ନାଗସାପ ଥିବା ଅନୁମାନ କରାଯାଉଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ତାହା ଧରା ହୋଇପାରିନାହିଁ । ବିଜୟ ଏକ ଗରିବ ପରିବାରର ଲୋକ, ମାଟିଘରର ସମସ୍ତ ବଖରା ଖୋଳା ହୋଇଥିବାରୁ ଘରଟି ନଈଁ ଗଲାଣି । ଭୟଭିତରେ ତାଙ୍କ ପରିବାର ଧରିବା ସମ୍ଭବପର ନୁହେଁ । ତୁରନ୍ତ ତାଙ୍କୁ ସରକାରୀ ପକ୍କା ଘର ଯୋଗାଇ ଦେବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି । ଏ ସଂପର୍କରେ ଧାମନଗର ତହସିଲଦାର ଓ ବିଜ୍ଞାପିତ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସୂଚନା ଦିଆଯାଇଛି । ତେବେ ଧାମନଗରରେ ଶତାଧିକ ସାପ ଦେଖିବାରୁ ବିଜୟଙ୍କ ଘର ସମ୍ମୁଖରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଖବରପାଇ ପୁଲିସ ଓ ବନ ବିଭାଗ ଘଟଣାସ୍ଥଳେ ପହଞ୍ଚିଛନ୍ତି ।

error: Thank You Keep Visiting