ନୂଆ ବର୍ଷରେ ନୂଆ ନେତା ସମ୍ଭାବନା

An Independent Media

ଭଦ୍ରକ,- ଆଗାମୀ ସାଧାରଣ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳରେ ଏବେଠାରୁ ତତ୍ପରତା ପ୍ରକାଶ ପାଇଲାଣି । ନେତାମାନେ ଏବେ ଗାଁ ମୁହାଁ ହେଲେଣି । ଚା ଖଟିରେ ଆରମ୍ଭ ହେଲାଣି ନିର୍ବାଚନୀ ଚର୍ଚ୍ଚା । କିଏ ଜିତିବ କିଏ ହାରିବ ତାକୁ ନେଇ ଯେତେ ଚର୍ଚ୍ଚା ହେଉନି ତା ଠାରୁ ଅଧିକ ଚର୍ଚ୍ଚା ହେଉଛି କିଏ କେଉଁ ଦଳରୁ ପ୍ରାର୍ଥୀ ହେବାକୁ ନେଇ । ତେବେ ତିନି ପ୍ରମୁଖ ଦଳରେ ଏଥର ଭଦ୍ରକ ଲୋକସଭା ଆସନ ପାଇଁ ନୂଆ ମୁହଁ ଦେଖିବାକୁ ମିଳିବ । ଏକଥା ଜଳ ଜଳ ହୋଇ ଦିଶୁଛି । ଆସନ୍ତା ସାଧାରଣ ନିର୍ବାଚନରେ ଭଦ୍ରକ ଲୋକସଭା ଆସନ ପାଇଁ ସମ୍ଭବତଃ ବୟସାଧିକ୍ୟ କାରଣରୁ ସାଂସଦ ଅର୍ଜୁନ ଚରଣ ସେଠୀ ନିର୍ବାଚନ ଲଢିବେ ନାହିଁ ।

ତେଣୁ ଅର୍ଜୁନ ବାବୁ ନ ଲଢିଲେ ଏହି ଆସନ ପାଇଁ କିଏ ହେବ ଶାସକ ବିଜେଡିର ସମ୍ଭାବ୍ୟ ପ୍ରାର୍ଥୀ ତାକୁ ନେଇ ରାଜନୀତି ଉଷ୍ମ ହେଉଛି । ଫଳରେ ଏହି ଆସନ ପାଇଁ ଶଶସକ ଦଳରେ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅର୍ଜୁନ ବାବୁଙ୍କ ପୁଅ ଅଭିମନୁ, କୋଲକତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କମିଶନର ପଦରୁ ଅବସର ନେଇଥିବା ବିଜୟ ମଲ୍ଲିକ ଏହି ପଦବୀ ପାଇଁ ଆଶାୟୀ ବୋଲି ଶୁଣିବାକୁ ମିଳୁଛି । ଗତ କିଛିମାସ ଧରି ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଦଳୀୟ ସଭାରେ ଅଭିମନ୍ୟୁଙ୍କ ଦେଖିବାକୁ ମିଳୁଛି । ଇତିମଧ୍ୟରେ ସରକାରୀ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେଇସାରିଛନ୍ତି ବିଜୟ ମଲ୍ଳିକ । ବିଜୟଙ୍କ ଅଭିନନ୍ଦନଭରା ହୋର୍ଡିଂ ଏବେ ସହରର ବିଭିନ୍ନ ସ୍ତାନରେ ଦେଖିବାକୁ ମିଳୁଛି । ସେ ଇତିମଧ୍ୟରେ ବିଭିନ୍ନ ସ୍ଥାନ ବିଶେଷକରି ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନ ଗସ୍ତ କରି ଲୋକ ସଂପର୍କ ବଢାଇବା କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ।

ଏହି ଦୁଇ ଜଣଙ୍କ ବ୍ୟତୀତ ବର୍ତ୍ତମାନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପ୍ରାକ୍ତନ ବିଧାୟକ ରାଜେନ୍ଦ୍ର ଦାସ ଦଳ ପକ୍ଷରୁ ପ୍ରାର୍ଥୀ ହୋଇପାରନ୍ତି । ଏହାହେଲେ ଧାମନଗର ବିଜେଡିରେ ସୃଷ୍ଟି ହୋଇଥିବା ଅସ୍ଥିରତା ଦୂର ହେବ ଓ ଦଳ ମଦ୍ୟ ଜରେ ଦକ୍ଷ ନେତୃତ୍ୱ ପାଇବ । ଅନୁରୂପ କଂଗ୍ରେସର ଚଳିତ ନିର୍ବାଚନରେ ନୂଆ ମୁହଁ ଦେଖିବାକୁ ମିଳିବା ମଧ୍ୟ ଏକ ପ୍ରକାର ନିଶ୍ଚିତ । କାରଣ ନିର୍ବାଚନରେ ଦଳ ପକ୍ଷରୁ ପ୍ରତିଦ୍ୱନ୍ଦିତା କରିଥିବା ସଂଗ୍ରାମ ଜେନାଙ୍କୁ ନିର୍ବାଚନ ପରଠାରୁ ଭଦ୍ରକରେ ଆଉ ଦେଖିବାକୁ ମିଳିନାହିଁ । ତେଣୁ ତାଙ୍କ ସ୍ଥାନରେ ଏଥର ଦଳ ନୂଆ ପ୍ରାର୍ଥୀ ଦେବ ବୋଲି ଶୁଣିବାକୁ ମିଳୁଛି । ଦଳର ବରିଷ୍ଠ ନେତା ଅନନ୍ତ ପ୍ରସାଦ ସେଠୀ ପୂର୍ବରୁ ଭଦ୍ରକ ଲୋକସଭା ଆସନରୁ ପ୍ରତିନିଧିତ୍ୱ କରିସାରିଛନ୍ତି । ପ୍ରଥମାବସ୍ତାରେ ଅନନ୍ତଙ୍କ ନାମ ଚର୍ଚ୍ଚାରେ ଥିଲେ ମଧ୍ୟ ଆଗାମୀ ନିର୍ବାଚନରେ ସେ ଳୋକସଭା ଆସନ ପାଇଁ ଲଢିବେ ନାହିଁ ବୋଲି ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି ।

ଶ୍ରୀ ସେଠୀ କୁଆଡେ ତାଙ୍କ ପୁଅ କୁମାର ଚିରଞ୍ଜୀବଙ୍କ ପାଇଁ ଆଗ୍ରହୀ । ସେହିପରି ଦଳର ଅନ୍ୟତମ ଟାଣୁଆ ନେତା ପଂଚାନନ ମଣ୍ଡଳ ମଧ୍ୟ ଏହି ପଦ ପାଇଁ ଆଶାୟୀ । ଶ୍ରୀ ମଣ୍ଡଳ ପୂର୍ବରୁ ଭଣ୍ଡାରିପୋଖରୀରୁ ପ୍ରତିଦ୍ୱନ୍ଦିତା କରି ବର୍ତ୍ତମାନର ସାଂସଦ ଅର୍ଜୁନ ବାବୁଙ୍କୁ ପରାସ୍ତ କରିଥିଲେ । ଜିଲା ପରିଷଦ ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ତେଣୁ ଶ୍ରୀ ମଣ୍ଡଳୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଓ ଆଲୋଚନା ଜୋର ଧରିଛି ।

ଏହି ଦୁଇଜଣଙ୍କ ବ୍ୟତୀତ ଅକ୍ଷୟ ମଲିକ ଓ ଅନ୍ୟ କେତେକଙ୍କ ନାମ ଶୁଣିବାକୁ ମିଳୁଛି । ବିଜେପିରେ ଗତଥର ପ୍ରତିଦ୍ୱନ୍ଦିତା କରିଥିବା ଶରତ ଦାସଙ୍କ ବ୍ୟତୀତ ଆଉ କାହାରି ନାମ ଚର୍ଚ୍ଚାର ପରିଧିକୁ ଆସି ନାହିଁ । ଅନ୍ୟ ରାଜନୈତିକ ଦଳର କୌଣସି ଟାଣୁଆ ନେତା ଟିକେଟରୁ ବଂଚିତ ହେଲେ ଦଳ ଛାଡି ବିଜେପିରେ ସାମିଲ ହେବାର ସମ୍ଭାବନା ଦେଖାଦେିଛି । ବିଜେପିରେ ମଧ୍ୟ ନୂଆ ମୁହଁ ଦେଖିବାର ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ ।

error: Thank You Keep Visiting