ପୁରୁଷ ପୋଲିସଙ୍କୁ ଲଗାଇ ନାରୀର ଇଜ୍ଜତ ଲୁଟିବା ପୂରା ନାରୀ ସମାଜ ପାଇଁ ଲଜ୍ଜାଜନକ : ମହିଳା ମୋର୍ଚ୍ଚା

An Independent Media

ଭୁବନେଶ୍ୱର: ପିପିଲି ପୀଡିତା ବେବିନାକୁ ନ୍ୟାୟ ଦରକାର । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବିରୋଧ ଜାରି ରଖିବ ମହିଳା ମୋର୍ଚ୍ଚା । ମହିଳାଙ୍କ ପ୍ରତି ଅସମ୍ମାନକୁ ବରଦାସ୍ତ କରାଯିବନି । ନବୀନ ନିବାସ ଠୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ସବୁ ସ୍ଥାନରେ ରାଜ୍ୟର ମୁଖିଆଙ୍କୁ ବିରୋଧ କରାଯିବ । ସାରା ରାଜ୍ୟରେ ମହିଳା ବିରୋଧୀ ସରକାରକୁ ଜବାବ ମାଗିବେ ସାଧାରଣ ଜନତା । ନାରୀ ସଶକ୍ତକରଣ କହି ମହିଳାଙ୍କୁ ଅପମାନିତ କରିବା ବନ୍ଦ ହେବ । ନାରୀ ଇଜ୍ଜତ ଲୁଟୁଥିବା ସରକାରର ପତନ ଘଟିବ । ଅପରାଧୀଙ୍କୁ ଘଂଟ ଘୋଡାଇ ସୁରକ୍ଷା ଯୋଗାଉଥିବା ଶାସକ ଦଳର ନେତା, ବିଧାୟକଙ୍କ ମୁଖା ଖୋଲାଯିବ । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ମହିଳା ବିରୋଧୀ ଆଭିମୁଖ୍ୟ, କ୍ରାଇମବ୍ରାଂଚର ନିଷ୍କ୍ରିୟତା, ମହିଳା ବିରୋଧୀ ବୟାନ ଦେଇଥିବା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ବହିଷ୍କାର ଏବଂ ବେବିନାକୁ ନ୍ୟାୟ ଦେବା ପାଇଁ ସିବିଆଇ ତଦନ୍ତ ଦାବି କରି ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନବୀନ ନିବାସ ଘେରାଓ କରିବା ବ୍ୟାନର ଲଗାଇ ମୁଖ୍ୟମନ୍ତ୍ରୀଙ୍କୁ ଚେତାବନୀ ଦିଆଯାଇଛି ।

ଦୀର୍ଘ ୧୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ଅସମ୍ମାନ କରିଚାଲିଛନ୍ତି । ପିପିଲି ଦୁର୍ଷ୍କମ ପୀଡିତାର ହୋଇଥବା ବେବିନାର ଆତ୍ମା କାନ୍ଦୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୁପ୍ ବସିଛନ୍ତି । ଅନ୍ୟପଟେ ମାନ୍ୟବର କୋର୍ଟଙ୍କ ରାୟ ଆସିଲା ପରେ ମନ୍ତ୍ରୀ ପ୍ରଦୀପ ମହାରଥୀ ଯେଉଁଭଳି ବୟାନବାଜି କରିଥିଲେ ତାହା ସମଗ୍ର ମହିଳା ଜାତିକୁ ଅପମାନିତ କରିଛି । ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ନ୍ୟାୟ ଦେବା ପରିବର୍ତେ ବଳକ୍ରାରୀ ଦୋଷୀ ମାନଙ୍କୁ ଘଂଟ ଘୋଡାଇ ଚାଲିଛନ୍ତି । ବିଜେଡି ସରକାରର ପ୍ରେତ୍ସାହନରେ ରାଜ୍ୟର ମହିଳାମାନେ ବିଭିନ୍ନ ଅତ୍ୟାଚାରର ଶିକାର ହେଡଛନ୍ତି । ଶାସକ ଦଳର ନେତା ଓ ମନ୍ତ୍ରୀମାନେ ମହିଳା ସମାଜ ପ୍ରତି ବାରମ୍ବାର ଅସମ୍ମାନ କରିଚାଲିଛନ୍ତି ।
ଏହାକୁ ପ୍ରତିବାଦ କରି ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଆଜି ନବୀନ ନିବାସରେ ବ୍ୟାନର ଲଗାଇବାକୁ ଯାଇଥିଲେ । ଏହି ସମୟରେ ପୁରୁଷ ପୋଲିସମାନେ ମହିଳାମାନଙ୍କ ସହ ଅସଦାଚାରଣ କରିଥିଲୋ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନବୀନ ନିବାସ ଆଗରେ ପୁରୁଷ ପୋଲିସ ହ୍ରିଂସ ପରାୟଣ ହୋଇ ମହିଳାଙ୍କୁ ଆକ୍ରମଣ କରିବା ସହ ଜୋର ଜବରଦସ୍ତି କରିବା ଦୃଶ୍ୟ ବିଭିନ୍ନ ଗଣମାଧ୍ୟମରେ ଦୃଶ୍ୟମାନ ହୋଇଛି । ପୋଲିସର ଏହି ବର୍ବରତା କାରଣରୁ ବହୁ ମହିଳା କାର୍ଯ୍ୟକର୍ତା ଆହତ ହେବା ସହ କ୍ଷତାକ୍ତ ହୋଇଛନ୍ତି । ଏପରିକି ଗିରଫ ପରେ ମହିଳା କାର୍ଯ୍ୟକର୍ତାଙ୍କୁ ବହୁ ସମୟ ଧରି ଅଟକ ରଖିଥିଲେ । ମହିଳାମାନଙ୍କ ପାଇଁ ମହିଳା ପୋଲିସ ନ ଯୋଗାଇ ହୀନ ଉଦ୍ଦେଶ୍ୟ ରଖି ପୁରୁଷ ପୋଲିସଙ୍କୁ ଲଗାଇ ନାରୀର ଇଜ୍ଜତ ଲୁଟିବା ପାଇଁ ଚେଷ୍ଟା କରିବା ପୂରା ନାରୀ ସମାଜ ପାଇଁ ଲଜ୍ଜାଜନକ ଘଟଣା । ନାରୀ ଯଦି ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ସୁରକ୍ଷିତ ନୁହେଁ ତେବେ ସାରା ରାଜ୍ୟର ସ୍ଥିତି କଣ ରହିଛି ତାହା ବେଶ ଅନୁମେୟ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହି ଘେରାଓ ସମାବେଶରେ ମହିଳା ମୋର୍ଚ୍ଚା ରାଜ୍ୟ ଉପ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ସଂପାଦିକା ରଶ୍ମିରେଖା ଦାସ, କୋଷାଧ୍ୟକ୍ଷା ବିଜୟଲକ୍ଷ୍ମୀ ମହାପାତ୍ର, ପ୍ରତିଭା ସହୁ, କସ୍ତୁରୀ ଦାସ, ନିଲୁ ଜେନା, ଉନ୍ନତି ପରିଡା, ସୁବାସିନୀ ପୃଷ୍ଟି, କବିତା ଲେଙ୍କା, ନିରୁପମା ପାତ୍ର, ଜୟନ୍ତୀ କର, ତୃପ୍ତି ମକଦ୍ଦମ, ସର୍ମିଷ୍ଠା ମହାନ୍ତି, ତୁଳସି ବିଶୋଇଙ୍କ ସମେତ ମୋର୍ଚ୍ଚାର ଶତାଧିକ ମହିଳା ସାମିଲ ଥିଲେ ।

error: Thank You Keep Visiting