କଂଗ୍ରେସର ଘୃଣ୍ୟ ଚେହେରାର ପର୍ଦ୍ଦାଫାଶ : ବସନ୍ତ ପଣ୍ଡା

An Independent Media

ଭୁବନେଶ୍ୱର: ସୋହରାବୁଦ୍ଦୀନ ଏନକାଉଂଟର ମାମଲାରେ ସିବିଆଇର ସ୍ୱତନ୍ତ୍ର କୋର୍ଟର ରାୟପରେ କଂଗ୍ରେସର କୁତ୍ସିତ ଚେହେରା ଭାରତର ୧୩୦ କୋଟି ଲୋକଙ୍କ ଆଗରେ ଧରାପଡିଯାଇଛି । ୨୦୧୦ରେ କଂଗ୍ରେସର ନିର୍ଦ୍ଦେଶରେ ସିବିଆଇ ଅମିତ ଶାହାଙ୍କୁ ରାଜନୈତିକ ଆକ୍ରୋଶ ରଖି ଗିରଫ କରିଥିଲା ବୋଲି ରାଜ୍ୟ ବିଜେପି ସଭାପତି ଶ୍ରୀ ବସନ୍ତ ପଣ୍ଡା କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, କଂଗ୍ରେସ ଦଳ ବିଶେଷ ଭାବରେ ଗାନ୍ଧୀ ପରିବାର ସିବିଆଇ ଓ ଅନ୍ୟାନ୍ୟ ସାମ୍ବିଧାନିକ ସଂସ୍ଥାକୁ ନିଜର ରାଜନୈତିକ ଫାଇଦା ପାଇଁ ବିଭିନ୍ନ ସମୟରେ ବ୍ୟବହାର କରିଆସିଛି । ଏସବୁ ଗୋଟିଏ ପରେ ଗୋଟିଏ ଏବେ ସାମ୍ନାକୁ ଆସୁଛି । ଆତଙ୍କବାଦୀଙ୍କୁ ହତ୍ୟା କରାଯିବା ପରେ ଆତଙ୍କବାଦୀଙ୍କୁ ସମର୍ଥନ କରି ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଗୁଜୁରାଟର ତତ୍କାଳୀନ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସିବିଆଇ ଦ୍ୱାରା ଗିରଫ କରିବାର ଚକ୍ରାନ୍ତ କରିଥିଲେ ।

କଂଗ୍ରେସର ସମସ୍ତ ଷଡଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି । ମୁମ୍ବାଇ ହାଇକୋର୍ଟ, ମାନ୍ୟବର ସୁପ୍ରିମକୋର୍ଟ ଏବଂ ଏକ ସ୍ୱତନ୍ତ୍ର କୋର୍ଟଙ୍କ ରାୟ କଂଗ୍ରେସର ମୁଖା ଖୋଲିଦେଇଛି । ସ୍ୱତନ୍ତ୍ରକୋର୍ଟଙ୍କ ରାୟରୁ ଏହା ପ୍ରମାଣିତ ହୋଇଛି ଯେ, କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଶ୍ରୀମତୀ ସୋନିଆ ଗାନ୍ଧୀ ସିବିଆଇକୁ ମାଧ୍ୟମ କରି ଅମିତ ଶାହଙ୍କ ବିରୁଦ୍ଧରେ ବିିଭିନ୍ନ ପ୍ରମାଣ ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର କରଥିଲେ । ଶ୍ରୀ ଶାହାଙ୍କ ଭବିଷ୍ୟତକୁ ନଷ୍ଟ କରିଦେବା ପାଇଁ ସୋନିଆ ଗନ୍ଧୀ ଏହି ମାରାତ୍ମକ ଖେଳ ଖେଳିଥିଲେ ଶ୍ରୀ ପଣ୍ଡା କହିଛନ୍ତି ।

୨୦୧୦ ଅକ୍ଟୋବରରେ ଶ୍ରୀ ଶାହାଙ୍କୁ ମୁକ୍ତ କଲାବେଳେ ମାନ୍ୟବର ନ୍ୟାୟଳୟ ଉଲ୍ଲେଖ କରିଥିଲେ କି, ବିନା ସାକ୍ଷ୍ୟ ପ୍ରମାଣରେ କାହା ବିରୁଦ୍ଧରେ ଅଭିଯୋଗ ଆଣି କୋ÷ଣସି କେସ୍ରେ କାହାକୁ ଅଭିଯୁକ୍ତ ବୋଲି କୁହାଯାଇ ପାରିବ ନାହିଁ । ସେହିପରି ୨୦୧୪ ଡିସେମ୍ବର ୩୦ରେ ସିବିଆଇର ସ୍ୱତନ୍ତ୍ର ଜଜ ଶ୍ରୀ ଶାହାଙ୍କର ମୁକ୍ତି ବିରୁଦ୍ଧରେ ଶୁଣାଣି କରି ୨୦୧୦ରେ ଉଚ୍ଚନ୍ୟାୟଳୟ ଦେଇଥିବା ରାୟକୁ ଦୋହରାଇବା ସହିତ ଅମିତ୍ ଶାହାଙ୍କ ବିରୁଦ୍ଧରେ ଅଣାଯାଇଥିବା ଅଭିଯୋଗକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରମୋଦିତ ବୋଲି କରିଥିଲେ । ମାନ୍ୟବର ଉଚ୍ଚନ୍ୟାୟଳୟଙ୍କ ମତରେ ଅମିତ୍ ଶାହଙ୍କୁ ଚକ୍ରାନ୍ତ କରି ଏହି କେସ୍ରେ ଫସାଯାଇଥିଲା ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ସେତେବେଳେ ନ୍ୟାୟଳୟଙ୍କ ଏହି ରାୟକୁ ସୋନିଆ ଗାନ୍ଧୀଙ୍କ କ୍ୟାବିନେଟ୍ର ଜଣେ ସଦସ୍ୟ ହର୍ଷମନ୍ଦର ଚ୍ୟାଲେଞ୍ଜ କରିଥିଲେ ।

ଯାହାଙ୍କୁ କି ୨୦୧୦ରେ ଘଇଉ (ଘବଗ୍ଧସକ୍ଟଦ୍ଭବକ୍ଷ ଇୟଙ୍ଖସଗ୍ଦକ୍ଟକ୍ସଚ୍ଚ ଉକ୍ଟଙ୍କଦ୍ଭମସକ୍ଷ)ର ସଦସ୍ୟ ରୂପେ ନିଯୁକ୍ତ କରାଯାଇଥିଲା । ଏକଥା ସମସ୍ତେ ଜାଣନ୍ତି ଯେ, ସୋନିଆ ଗାନ୍ଧୀ ଘଇଉ ଗଠନ କରି ମନମୋହନଙ୍କ କ୍ୟାବିନେଟ୍କୁ ନିୟନ୍ତ୍ରଣ କରୁଥିଲେ । ସେତେବେଳେ ଏହାକୁ ସ୍ୟାଡୋ କ୍ୟାବିନେଟ୍ ବୋଲି କୁହାଯାଇଥିଲା । ୨୦୧୪ ଡିସେମ୍ବରରେ ଆସିଥିବା ସ୍ୱତନ୍ତ୍ର କୋର୍ଟର ଏହି ରାୟରେ ନ୍ୟାୟଧିଶ ୨୧୦ ଜଣ ସାକ୍ଷ୍ୟ ଓ ଅଭିମତ ସମ୍ବଳିତ କାଗଜପତ୍ରକୁ ପଡିଲା ପରେ ସ୍ପଷ୍ଟ ଭାବେ ଏହା ଉଲ୍ଲେଖ କରିଥିଲେ କି, ଶାହାଙ୍କ ବିରୁଦ୍ଧରେ ଏହି ସଂପୂର୍ଣ୍ଣ ତଦନ୍ତ ପକ୍ରିୟା ଏକ ନିଦ୍ଦିଷ୍ଟ ଲକ୍ଷ୍ୟ ହାସଲ ପାଇଁ ପରିଚାଳିତ ହେଉଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କୌଣସି ପ୍ରକାରେ ରାଜନୈତିକ ନେତା ମାନଙ୍କୁ ଏହି କେସ୍ରେ ଯୋଡି ବଦନାମ କରିବା । ସେଥିପାଇଁ ସିବିଆଇ ସ୍ୱତନ୍ତ୍ର ସାକ୍ଷ୍ୟ ପ୍ରମାଣ ସୃଷ୍ଟି କରିଥିଲା ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଶ୍ରୀ ପଣ୍ଡା କହିଛନ୍ତି କି, ଆମର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏହି ଅଗ୍ନି ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ନ୍ୟାୟପାଳିକା ଏହି କୁଚକ୍ରୀ କ୍ଷମତା ଲୋଭୀ ପାପାତ୍ମା ମାନଙ୍କର ମୁଖାଖୋଲି ଦେଶବାସୀଙ୍କ ସମ୍ମୁଖରେ ସତ୍ୟ ପ୍ରତିଷ୍ଠା କରିଛନ୍ତି । ଭାରତୀୟ ଜନତା ପାର୍ଟିର କୋଟି କୋଟି କାର୍ଯ୍ୟକର୍ତା ନ୍ୟାୟପାଳିକାଙ୍କୁ କୃତଜ୍ଞତା ଜଣାଇଛନ୍ତି । ସ୍ୱତନ୍ତ୍ରକୋର୍ଟଙ୍କ ଏହି ରାୟ ସମ୍ବିଧାନ ଓ ଭାରତୀୟ ସଂଘୀୟ ବ୍ୟବସ୍ଥାକୁ ଧ୍ୱସଂ କରିବା ପାଇଁ କଂଗ୍ରେସର ଉଦ୍ଦେଶ୍ୟ ପ୍ରଣୋଦିତ ଏହି ଅନ୍ୟାୟ ପଦକ୍ଷେପକୁ ପ୍ରତିହିତ କରିଛି । ନ୍ୟାୟପାଳିକାଙ୍କ ଏହି ଦୃଢ ପଦକ୍ଷେପକୁ ଆମେ ସ୍ୱାଗତ କରୁଛୁ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଆଜି ଆମେ ରାଷ୍ଟ୍ରବାସୀଙ୍କୁ ଏହା କହିବାକୁ ଚାହୁଁଛୁ କଂଗ୍ରେସ ପାର୍ଟି କ୍ଷମତାରେ ଥାଇ ସବୁବେଳେ ପ୍ରସାଶନିକ କଳର ଦୁରୂପଯୋଗ କରି ଆସିଛି । ନିଜର ରାଜନୈତିକ ପ୍ରତିଦ୍ୱନ୍ଦୀମାନଙ୍କୁ ଖତମ କରିବା ପାଇଁ ଆବଶ୍ୟକ ସ୍ଥଳେ ସମ୍ବିଧାନ ଏବଂ ନ୍ୟାୟିକା ବ୍ୟବସ୍ଥାକୁ ଧ୍ୱଂସ କରିବା ପାଇଁ ତତ୍ପର ହୋଇପଡିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରଦୀପ ପୁରୋହିତ ଏବଂ ବିଜେପି ବାର୍ତାର ସଂପାଦକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting