ମୁଖ୍ୟମନ୍ତ୍ରୀଙ୍କୁ ଚୁଡି ଭେଟି ଦେବା ପାଇଁ ମହିଳାମୋର୍ଚ୍ଚା ସଜବାଜ

An Independent Media

ଭୁବନେଶ୍ୱର: ବେବିନା ଗଣଦୁଷ୍ମର୍ମ ଅଭିଯୁକ୍ତ ମାନେ ପ୍ରମାଣ ଅଭାବରୁ ଖଲାସ ହେବା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଂଚ ପ୍ରଥମ ଷଡଯନ୍ତ୍ରକାରୀ । ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଅଭିଯୁକ୍ତ ମାନେ ଖସିଯିବାର ନୈତିକ ଦାୟିତ୍ୱ ମୁଣ୍ଡ ଉପରକୁ ନିଅନ୍ତୁ ବୋଲି ବିଜେପି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଶ୍ରୀ ପରିଡା କହିଛନ୍ତି ଯେ, ମହିଳାଙ୍କ ବିରୋଧରେ କ୍ରମାଗତ ଭାବେ ଅଶାଳୀନ ମନ୍ତବ୍ୟ ଦେଉଥିବା ବରିଷ୍ଠ ମନ୍ତ୍ରୀ ପ୍ରଦୀପ ମହାରଥୀ ବେବିନା ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତ ମାନଙ୍କର ଖୋଲାଖୋଲି ସୁରକ୍ଷାକାରୀ । ମହାରଥୀଙ୍କୁ ମନ୍ତ୍ରୀମଣ୍ଡଳ ଓ ବିଜେଡି ଦଳର ପ୍ରାଥମିକ ସଭ୍ୟ ପଦରୁ ବହିଷ୍କାର କରିବା ପାଇଁ ଶ୍ରୀମତୀ ପରିଡା ଦାବି କରିଛନ୍ତି । ଯେହେତୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କ୍ରାଇମବ୍ରାଂଚ ଅଭିଯୁକ୍ତଙ୍କୁ ଖସିବାର ରାସ୍ତା କାଢିଛି ତେଣୁ ଏକ ବିଶ୍ୱସନୀୟ ତଦନ୍ତ ପାଇଁ ସିବିଆଇକୁ ମାମଲା ହସ୍ତାନ୍ତର କରି ଦୋଷୀକୁ କଠୋର ଦଣ୍ଡ ଦେବାପାଇଁ ଶ୍ରୀମତୀ ପରିଡା ଦାବି କରିଛନ୍ତି ।

ଏହି ଦାବି ଜାନୁଆରୀ ୧୦ ତାରିଖ ସୁଦ୍ଧା ପୂରଣ କରିବା ପାଇଁ ଡେଡ୍ ଲାଇନ ଧାର୍ଯ୍ୟ କରିଛି ବିଜେପି ମହିଳାମୋର୍ଚ୍ଚା । ଆସନ୍ତାକାଲିଠାରୁ ରାଜ୍ୟସାରା ମହିଳା ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଚୁଡି ପଠାଇବା ପାଇଁ ଅନୁରୋଧ କରାଯାଇଛି । ଯଦି ୧୦ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀ ଏହି ଦାବି ଗୁଡିକ ନ ମାନନ୍ତି ସଂଗୃହିତ ଚୁଡିକୁ ପୁଣି ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ମହିଳାମୋର୍ଚ୍ଚା ଭେଟି ଦେବ ବୋଲି ଶ୍ରୀମତୀ ପରିଡା କହିଛନ୍ତି ।
ଚୁଡି ହେଉଛି ମାତୃଶକ୍ତିର ପ୍ରତୀକ, ଯଦି ମୁଖ୍ୟମନ୍ତ୍ରୀଙ୍କର ଗଣଦୁଷ୍କର୍ମ କାରୀଙ୍କ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାହସ ହେବନାହିଁ ଓଡିଶାର ମାତୃଶକ୍ତି ଦ୍ୱାରା ପ୍ରଦତ ଚୁଡି ନିଜେ ଥରେ ପିନ୍ଧିଦେଲେ ମନରେ ସାହସ ଆସିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ମହିଳାମୋର୍ଚ୍ଚା ସଂପାଦିକା ରଶ୍ମିରେଖା ଦାସ, କୋଷାଧ୍ୟକ୍ଷ ବିଜୟଲକ୍ଷ୍ମୀ ମହାପାତ୍ର, ରାଜ୍ୟ ସଂଯୋଜିକା କସ୍ତୁରୀ ମିଶ୍ର ଏବଂ ସହ ସଂଯୋଜିକା ସୁଜାତା ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting