୭ ତାରିଖ ଦିନ ଓପିଏସସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବ ଯୁବମୋର୍ଚ୍ଚା

An Independent Media

ଭୁବନେଶ୍ୱର: ଆଗାମୀ ୨୦ ତାରିଖରେ ଏ.ଏସ.ଓ ପରୀକ୍ଷା ତାରିଖକୁ ଘୁଂଚାଇବା ପାଇଁ ରାଜ୍ୟର ହଜାର ହଜାର ଯୁବକ ଯୁବତୀ ଦାବି କରିଆସୁଥିବା ସମୟରେ ରାଜ୍ୟସରକାର ଏପର୍ଯ୍ୟନ୍ତ ଏହି ଘଟଣାରେ କର୍ଣ୍ଣପାତ କରୁନାହାଁନ୍ତି । ଜାନୁଆରୀ ୨୦ ତାରିଖ ଦିନ ରେଲବାଇ ପରୀକ୍ଷା (ଆସିଷ୍ଟାଂଟ ଲୋକ ପାଇଲଟ) ଏବଂ ଅନ୍ୟ ଏକ ସର୍ବଭାରତୀୟ ପରୀକ୍ଷା (ଆଇବିପିଏସ କ୍ଲର୍କ) ଥିବାରୁ ଓପ୍ଏସସି ପରୀକ୍ଷାକୁ ଘୁଂଚାଇବା ପାଇଁ ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ ଦାବି କରିଛନ୍ତି । ରାଜ୍ୟର ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯଦି ରାଜ୍ୟ ସରକାର ଏଏସଓ ପରୀକ୍ଷା ତାରିଖ ପରିବର୍ତନ ନକଲେ ଆଗାମୀ ୭ ତାରିଖ ଦିନ ଓପିଏସସି କାର୍ଯ୍ୟାଳୟ ଆଗରେ ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରାଯିବ ବୋଲି ଶ୍ରୀ ତ୍ରିପାଠୀ ଚେତାବନୀ ଦେଇଛନ୍ତି ।

error: Thank You Keep Visiting