ରାଜ୍ୟସରକାର ନିଜ ପ୍ରତିବଦ୍ଧତାକୁ ଭୁଲି ଯାଇ କେନ୍ଦ୍ର ଅବହେଳାର ନୂଆ ନାଟକ କରୁଛନ୍ତି : ଯୁବମୋର୍ଚ୍ଚା

An Independent Media

ଭୁବନେଶ୍ୱର: ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତି ପ୍ରଦାନ ନକରି ହୀନ ରାଜନୀତି କରୁଛନ୍ତି । ରାଜ୍ୟସରକାର ନିଜ ପ୍ରତିବଦ୍ଧତାକୁ ଭୃଲି ଯାଇ କେନ୍ଦ୍ର ଅବହେଳାର ନୂଆ ନାଟକ କରୁଛନ୍ତି ବୋଲି ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ କହିଛନ୍ତି ।  ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଛାତ୍ରବୃତି ପ୍ରଦାନ ଯୋଜନାରେ କମିଟେଡ ଲାଇବିଲିଟ କିଛି ନୂଆ କଥା ନୁହେଁ । ଏହି ବ୍ୟବସ୍ଥା ୧୯୪୪ ମସିହାରୁ ପ୍ରଚଳିତ ହୋଇ ଆସୁଛି । ଶାସକ ବିଜେଡି ଏବଂ ରାଜ୍ୟସରକାରଙ୍କ ଆନ୍ତରିକତା ଅଭାବ କାରଣରୁ ଆଜି ରାଜ୍ୟର ଅଗଣିତ ଅନୁସୂଚିତ ଜାତି ଓ ଜନଜାତିର ସର୍ବାଙ୍ଗୀନ ଉନ୍ନତି ହୋଇପାରୁ ନାହିଁ । ଏପରି କି କେନ୍ଦ୍ରରୁ ଆସୁଥିବା ପ୍ରଚୁର ପରିମାଣର ଅନୁଦାନକୁ ମଧ୍ୟ ସଠିକ ଭାବେ ଖର୍ଚ୍ଚ କରିବାରେ ରାଜ୍ୟସରକାର ବିଫଳ ହୋଇଛନ୍ତି ।

୨୦୧୬-୧୭ ଆର୍ଥୀକ ବର୍ଷରେ କେନ୍ଦ୍ର ସରକାର ୧୯୮ କୋଟି ଅନୁଦାନ ଦେଇଥିବାବେଳେ ଚଳିତବର୍ଷ ୧୭୦ କୋଟି ଅର୍ଥ ପ୍ରଦାନ କରିଛନ୍ତି । ଏହା ସତ୍ୱେ ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ବିଜେଡି ନୂଆ ନାଟକ କରୁଛି । ୨୦୦୭ ରୁ ୨୦୧୨, ୫ ବର୍ଷରେ ହାରାହାରି ବାର୍ଷୀକ ୧୩ କୋଟି ମିଳୁଥିଲା । ୨୦୧୨ ରୁ ୨୦୧୭, ୫ ବର୍ଷରେ ହାରାହାରି ବାର୍ଷୀକ ୨୨.୪୮କୋଟି ମିଳିଛି । କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଅନୁଦାନ ବଢାଇବାପରେ ଏହି ପରିମାଣରେ ବୃଦ୍ଧି ଘଟିଛି । ୧୧ତମ ପ୍ଲାନ ରେ ସମୁଦାୟ ୧୩୬.୭୮ କୋଟି ଖର୍ଚ୍ଚ ହୋଇଥିଲା । ହେଲେ ୧୨ତମ ପ୍ଲାନ ରେ ସମୁଦାୟ ୬୯୬ କୋଟି ଖର୍ଚ୍ଚ ହୋଇଛି ଯେଉଁଥିରୁ ୫୮୪ କୋଟି କେନ୍ଦ୍ର ସରକାର ଦେଇଛନ୍ତି । ୧୨ତମ ପ୍ଲାନରେ ଥିବା ସମସ୍ତ ଛାତ୍ର ବୃତିରୁ ୮୪% ଅର୍ଥ କେନ୍ଦ୍ର ସରକାର ଦେଇଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

ଆଦିବାସୀଜାତିଙ୍କ ପାଇଁ ଉଦ୍ଧିଷ୍ଟ ମେଟ୍ରିକ ବୃତି କେନ୍ଦ୍ରସରକାରଙ୍କ ଯୋଜନା ଏବଂ ସମସ୍ତ ରାଜ୍ୟସରକାରଏହି ଯୋଜନାକୁ ରାଜ୍ୟରେ ଲାଗୁକରନ୍ତି । ଛାତ୍ରବୃତି ନିୟମାନୁଯାୟୀ ରାଜ୍ୟସରକାର ଦେଖାଇଥିବା ଅର୍ଥକୁ କେନ୍ଦ୍ର ସରକାର ଦେଇଥାନ୍ତି । କମିଟେଡ ଲାଇବିଲିଟି ଅନୁଯାୟୀ କେନ୍ଦ୍ର ସରକାର ପ୍ରତ୍ୟେକ ଆର୍ଥୀକ ବର୍ଷରେ ରାଜ୍ୟ ସରକାରଙ୍କୁ ଅର୍ଥ ଦେଇଥାନ୍ତି । ରାଜ୍ୟସରକାରଙ୍କ ଦାବି ଅନୁଯାୟୀ ଛାତ୍ରବୃତି ଯୋଜନା ନିୟମ ଆନୁସାରେ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଆସୁଛନ୍ତି । ଆର୍ଥୀକ ବର୍ଷର ଅର୍ଥ ଦେବା ପରେ ବଳକା ରାଶି ରାଜ୍ୟସରକାର ଖର୍ଚ୍ଚ କରିଥାନ୍ତି ଏବଂ ପୁନଶ୍ଚ କେନ୍ଦ୍ର ସରକାର ସେହି ଅର୍ଥକୁ ପ୍ରଦାନ କରିଥାନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ଶାସକ ବିଜେଡି ଏବଂ ମୁଖ୍ୟମନ୍ତ୍ରୀଙ୍କ ଆଦିବାସୀ ମାରଣ ନୀତି କାହାକୁ ଅଛପା ନାହିଁ । ନିଜର ଅପାରଗତାକୁ ଲୁଚାଇ ସବୁସମୟରେ କେନ୍ଦ୍ରକୁ ଦାୟୀ କରିବା ଗୋଟେ ନୀତିଗତ ଅଭ୍ୟାସରେ ପରିଣତ ହୋଇଛି । କେନ୍ଦ୍ରୀୟ ଯୋଜନାକୁ ହଡପ କରି ଦଳୀୟ ଭିତିରେ ହିତାଧିକାରୀଙ୍କୁ ବଂଟନ କରାଯାଉଛି ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି ।

error: Thank You Keep Visiting