ଗୋଲଡେନ ବାବାର ରାଜନୈତିକ ସମ୍ପୃକ୍ତିର ତଦନ୍ତ ହେଉ : ବିଜେପି

An Independent Media

ଭୁବନେଶ୍ୱର: ଠକେଇ, ଅପରାଧିକ ମାମଲା ତଥା ଆୟ ବର୍ହିଭୁତ ସମ୍ପତି ମାମଲାରେ ଧରା ପଡିଥିବା ଗୋଲଡେନ ବାବାର ଶାସକ ଦଳର ନେତା, ମନ୍ତ୍ରୀ, ବିଧାୟକ ତଥା ମେୟରଙ୍କ ସହ ରାଜନୈତିକ ସମ୍ପୃକ୍ତିର କଥା ବିଭିନ୍ନ ଗଣମାଧ୍ୟମରେ ପ୍ରଥମ ପୃଷ୍ଠା ପ୍ରକାଶ ପାଇଛି । ହେଲେ ପୋଲିସ ଏବଂ କ୍ରାଇମବ୍ରାଂଚ ତାହାର ରାଜନୈତିକ ସମ୍ପୃକ୍ତି ଦିଗରେ ଆଦୌ ତଦନ୍ତ କରୁନାହାନ୍ତି । ଯାହା ଜଣାପଡୁଛି କ୍ରାଇମବ୍ରାଂଚ ତଦନ୍ତ ବାହାନାରେ ସେହି ତଥାକଥିତ ଗୋଲଡେନ ବାବା ସହ ଆର୍ଥୀକ କାରବାରରେ ସଂଶ୍ଲିଷ୍ଟ ଥିବା ବିଜୁ ଜନତା ଦଳର ନେତା ମାନଙ୍କୁ ଖସାଇ ଦିଆଯିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି କହିଛନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପିର ଉପସଭାପତି ସମୀର ମହାନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି କମିଶନରେଟ ପୋଲିସକୁ ଏହି ଘଟଣାର ତଦନ୍ତ ନଦେଇ କ୍ରାଇମବ୍ରାଂଚ କୁ ଦେଇ ଗୋଲଡେନ ବାବାକୁ ଖସାଇଦେବା ପାଇଁ ରାଜ୍ୟ ସରକାର ମସୁଧା କରିଛନ୍ତି । ଏହି ଘଟଣାର ତଦନ୍ତ କମିଶନରେଟ ପୋଲିସ ଦ୍ୱାରା ନକରାଇ କଣ ସରକାର ସ୍ୱୀକାର କରୁଛନ୍ତି କି କମିଶନରେଟ ପୋଲିସ ଦକ୍ଷ ନୁହନ୍ତି? ୨୦୦୮ରେ କମିଶନରେଟ ପୋଲିସ କାହିଁକି ଗଠିତ ହୋଇଥିଲା ? ତଦନ୍ତକୁ ବ୍ରିଭାନ୍ତ କରିବା ପାଇଁ ଏହାର ତଦନ୍ତକୁ କ୍ରାଇମବ୍ରାଂଚକୁ ଦିଆଯାଇଛି ।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ମୁଖପାତ୍ର ଶ୍ରୀ ଦିଲ୍ଲିପ ମହାନ୍ତି କହିଛନ୍ତି କି ଗୋଲଡେନ ବାବାର ଅନେକ ଫଟୋ ବିଜୁ ଜନତା ଦଳର ନେତା, ମନ୍ତ୍ରୀ, ବିଧାୟକ ତଥା ମେୟରଙ୍କ ସହ ଥିବାର ଏବେ ବିଭିନ୍ନ ସୋସିଆଲ ମେଡିଆରେ ଘୁରିବୁଲୁଛି । ଏହା ସହ ସେ ନିଜେ ବିଜୁ ଯୁବ ବାହିନୀର ଜଣେ ଆଗଧାଡିର ନେତା । ପୋଲିସ ତୁରନ୍ତ ସେହି ଫଟୋ ଗୁଡିକକୁ ଆଧାର କରି ତଦନ୍ତ କରୁ ଏବଂ ଗୋଲଡେନ ବାବାର ରାଜନୈତିକ ସମ୍ପୃକ୍ତିର ଖୋଳଡାଡ କରୁ ।

error: Thank You Keep Visiting