ଓପିଏସସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ଯୁବମୋର୍ଚ୍ଚା

An Independent Media

ଭୁବନେଶ୍ୱର: ଆଗାମୀ ୨୦ ତାରିଖରେ ଏ.ଏସ.ଓ ପରୀକ୍ଷା ତାରିଖକୁ ଘୁଂଚାଇବା ପାଇଁ ରାଜ୍ୟର ହଜାର ହଜାର ଯୁବକ ଯୁବତୀ ଦାବି କରିଆସୁଛନ୍ତି । ଏହା ସତ୍ୱେ ରାଜ୍ୟ ସରକାର ତାଙ୍କ ଜିଦରେ ଅଟଳ ରହିବା ଏବଂ ପରୀକ୍ଷା ତାରିଖ ପରିବର୍ତନ ନକରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଜାନୁଆରୀ ୨୦ ତାରିଖ ଦିନ ରେଲବାଇ ପରୀକ୍ଷା (ଆସିଷ୍ଟାଂଟ ଲୋକ ପାଇଲଟ) ଏବଂ ଅନ୍ୟ ଏକ ସର୍ବଭାରତୀୟ ପରୀକ୍ଷା (ଆଇବିପିଏସ କ୍ଲର୍କ) ଥିବାରୁ ଏ.ଏସ.ଓ ପରୀକ୍ଷାକୁ ଘୁଂଚାଇବା ପାଇଁ ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଓପିଏସସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଦୀର୍ଘ ୧୯ ବର୍ଷ ଧରି ରାଜ୍ୟସରକାର ନା ନିଯୁକ୍ତି ସୃଷ୍ଟି କରିପାରିଲେ ନା କୌଣସି ବେସରକାରୀ କଂପାନୀମାନଙ୍କରେ ରାଜ୍ୟର ଯୁବକ ଯୁବତୀମାନଙ୍କୁ ରୋଜଗାରକ୍ଷମ କରାଇପାରିଲେ । ପ୍ରତିଶୂତିର ଧୂଆଁବାଣ କରୁଥିବା ସରକାର ଓଡିଶାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ମେଳା ନାଁରେ ଲକ୍ଷାଧିକ ଟଙ୍କା ହଡପ କରିଛି । ଏବେ ଆଗାମୀ ୨୦ ତାରିଖରେ ହେବାକୁ ଥିବା ଏ.ଏସ.ଓ ପରୀକ୍ଷା ତାରିଖକୁ ନଘୁଂଚାଇବା ରାଜ୍ୟସରକାର ରାଜ୍ୟର ବେକାର ଶିକ୍ଷିତ ଯୁବକ ଯୁବତୀଙ୍କ ଭବିଷ୍ୟତକୁ ପୁଣିଥରେ ଅନ୍ଧକାର ଭିତରକୁ ଠେଲି ଦେବାକୁ ଚକ୍ରାନ୍ତ କରିଛନ୍ତି ବୋଲି ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ କହିଛନ୍ତି ।
ରାଜ୍ୟର ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯଦି ରାଜ୍ୟ ସରକାର ଏଏସଓ ପରୀକ୍ଷା ତାରିଖ ପରିବର୍ତନ ନକଲେ ଆଗାମୀ ଦିନରେ ଯୁବମୋର୍ଚ୍ଚା ରାଜରାସ୍ତାରେ ପ୍ରତିବାଦ କରିବ ବୋଲି ଶ୍ରୀ ତ୍ରିପାଠୀ ଚେତାବନୀ ଦେଇଛନ୍ତି ।

ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ହୋଇଥିବା ଏହି ବିକ୍ଷୋଭ ପ୍ରଦର୍ଶନରେ ପୂର୍ବତନ ମନ୍ତ୍ରୀ ସମୀର ଦେ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ, ମୋର୍ଚ୍ଚା ରାଜ୍ୟ ଉପସଭାପତି ସିକନ୍ଦର ଅଲୀ, ରାଜ୍ୟ ସାଧାରଣ ସଂପାଦକ ବିଶ୍ୱରଂଜନ ବଡଜେନା, ସଂପାଦକ ଦୀପକ ଗୋଚ୍ଛାୟତ ଓ ଓମ ପ୍ରକାଶ ମିଶ୍ର, ଜିଲ୍ଲା ସଭାପତି ଭକ୍ତବତ୍ସଳ ବସ୍ତିଆ, ଜ୍ୟୋତି ରଂଜନ ପଲାଇ, ସ୍ୱାଧୀନ ମହାନ୍ତି, ସତ୍ୟବ୍ରତ ମିଶ୍ର, ଅସିତ ମହାନ୍ତି, ଆଲୋକ ମହାନ୍ତିଙ୍କ ସମେତ ଶହ ଶହ ସଂଖ୍ୟାରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତା ଓ ଏଏସଓ ଆବେଦନକାରୀ ପରୀକ୍ଷାର୍ଥୀମାନେ ସାମିଲ ଥିଲେ ।

error: Thank You Keep Visiting