ସୟଦ ବ୍ରଦର୍ସ ପେଟ୍ରୋଲ ଟାଙ୍କି ଉପରେ ସିବିଆଇ ଚଢାଉ

An Independent Media

କେନ୍ଦ୍ରାପଡା: କେନ୍ଦ୍ରାପଡା ସହରର ଚଉଁରୀ ବେହମପୁର ଠାରେ ଥିବା ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ ଙ୍କ ପତ୍ନୀ ବେନଜୀର ବିବିଙ୍କ ନାମରେ ଥିବା ସୟଦ ବ୍ରଦର୍ସ ପେଟ୍ରୋଲ ଟାଙ୍କି ଉପରେ ଗୁରୁବାର ସିବିଆଇ ପକ୍ଷରୁ ଚଢାଉ କରାଯାଇଥିବା ଦେଖାଯାଇଛି । ବିଭିନ୍ନ ସଂଗୀନ ମାମଲାରେ କ୍ରାଇମବ୍ରାଂଚ ଏସଷ୍ଟିଏଫ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ଟିଟୋ କିଭଳି ଏହି ପେଟ୍ରୋଲପମ୍ପ ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନଠାରୁ ଏନଓସି ପାଇଲେ ସେ ସମ୍ପର୍କରେ ସିବିଆଇ ସମସ୍ତ କାଗଜପତ୍ର ଜବତ କରିବା ପରେ ଆଜି କ୍ରାଇମବ୍ରାଂଚ ଏସଷ୍ଟିଏଫ ଦ୍ୱାରା ପୂର୍ବରୁ ସିଲ ହୋଇଥିବା ପେଟ୍ରୋଲପମ୍ପର ସିଲକୁ ଭାଙ୍ଗି ପେଟ୍ରୋଲପମ୍ପର କାର୍ଯ୍ୟାଳୟ ଭିତରେ ପଶି କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡିଛି ।

ଭୂବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟର ସର୍ଚ୍ଚ ୱାରେଣ୍ଟ ବଳରେ ସିବିଆଇ ଇନିସପେକ୍ଟର ସରୋଜ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ୬ଜଣିଆ ଟିମ ଏହି ଚଢାଉରେ ସାମିଲ ହୋଇଥିଲା । ସେମାନଙ୍କ ସହିତ କ୍ରାଇମବ୍ରାଂଚ ଏସଷ୍ଟିଏଫର ଡିଏସପି ରାମଚନ୍ଦ୍ର ଥମ୍ବ ଓ ଡିଏସପି ତପନ କୁମାର ମହାନ୍ତି ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିବାର ଦେଖାଯାଇଥିଲା । ପୂର୍ବରୁ ସିବିଆଇ ପକ୍ଷରୁ ୧୨ /୨୦୧୮ରେ ଏକ ମାମଲା ରୁଜୁ କରାଯାଇ ଗତ ଡିସେମ୍ବରମାସ ୨୯ତାରିଖରେ ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀର କେନ୍ଦ୍ରାପଡା ସହରର ଦିଲାରପୁରରେ ଥିବା ଘର ଉପରେ ମଧ୍ୟ ଚଢାଉ କରାଯାଇଥିଲା ।

error: Thank You Keep Visiting