ଆରମ୍ଭ ହେଲା ରାଜଧାନୀ ଏକ୍ସପ୍ରେସ୍ ବସ୍ ସେବା

An Independent Media

ଭୁବନେଶ୍ୱର: ଶୁକ୍ରବାର ଭୁବନେଶ୍ୱରରେ ରାଜଧାନୀ ଏକ୍ସପ୍ରେସ୍ ବସ ସେବାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତକା ଦେଖାଇ ଏହି ସେବାର ଶୁଭାରମ୍ଭ କରିଛନ୍ତି । ଯାତ୍ରୀଙ୍କ ଆରାମଦାୟକ ଯାତ୍ରା ପାଇଁ ଓଡିଶା ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ରାଜଧାନୀ ଏକ୍ସପ୍ରେସ୍ ବସ ସେବା ଆରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୩ଟି ଶୀତତାପ ନିୟନ୍ତ୍ରିତ ଡିଲକ୍ସ ବସକୁ ଏହି ସେବାରେ ସାମିଲ କରାଯାଇଛି । ଭୁବନେଶ୍ୱର-ଫୁଲବାଣୀ, ଭୁବନେଶ୍ୱର-ରାଉରକେଲା, ଭୁବନେଶ୍ୱର-ଭବାନୀପାଟଣା, ଭୁବନେଶ୍ୱର-ଭଞ୍ଜନଗର, ଭୁବନେଶ୍ୱର-ରାଜଗାଙ୍ଗପୁର (ସୁନ୍ଦରଗଡ), ଭୁବନେଶ୍ୱର-ରାଜ ଖରିଅ ।ର (ବଲାଙ୍ଗିର), ଭୁବନେଶ୍ୱର-ଗୋରୁମହିଶାଣି (କରଞ୍ଜିଆ), ଭୁବନେଶ୍ୱର-ବୁର୍ଲା (ସମ୍ବଲପୁର) ମଧ୍ୟ ଦେଇ ଯାତାୟତ କରିବ ।

ଏତଦ୍ ବ୍ୟତୀତ ୪ଟି ଭଲଭୋ ବସର ଶୁଭାରମ୍ଭ ମଧ୍ୟ କରାଯାଇଛି । ଏହି ବସ ଗୁଡିକ ଅନ୍ତଃରାଜ୍ୟ ଯାତ୍ରୀ ପରିବହନ ପାଇଁ ଭୁବନେଶ୍ୱର-କୋଲକତା ଏବଂ ପରାଦୀପ ଠାରୁ ବିଜୟୱାଡା ପର୍ଯ୍ୟନ୍ତ ଯାତାୟତ କରିବ । ୧୬ କୋଟି ଟଙ୍କା ବ୍ୟୟ ଅକଳନରେ ମୋଟ ୨୭ଟି ଏକ୍ସପ୍ରେସ୍ ବସ ସେବାର ଶୁଭାରମ୍ଭ ହୋଇଛି । ଏହି ବସ ଗୁଡିକରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା, ନିଶୁଳ୍କ ୱାଇ ଫାଇ ସେବା, ମୋବାଇଲ ଚାର୍ଜିଙ୍ଗ୍, ସିସିଟିଭି କ୍ୟାମେରା, ଭେହିକେଲ ଟ୍ରାକିଙ୍ଗ ବ୍ୟବସ୍ଥା ସହିତ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ଉକ୍ତ ଗାଡି ଗୁଡିକରେ ଯାତ୍ରୀମାନେ ଅନଲାଇନ ଟିକେଟ ବୁକିଂ କରି ଯାତ୍ରା କରିପାରିବେ ।

ବର୍ତ୍ତମାନ ରାଜ୍ୟ ସଡକ ପରିବହନ ନିଗମର ୪୨୯ଟି ବସ୍ ୩୦ ଜିଲ୍ଲାରେ ଯାତ୍ରୀମାନଙ୍କ ସେବାରେ ନିୟୋଜିତ ହେଉଛି । ଏତଦ୍ ବ୍ୟତୀତ ୪୩ଟି ଅନ୍ତଃରାଜ୍ୟ ସଡକ ଦେଇ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ମଧ୍ୟପ୍ରଦେଶର ପ୍ରମୁଖ ସହରକୁ ଯାତାୟତ କରୁଅଛି ।

error: Thank You Keep Visiting