ଦୁର୍ଘଟଣା ନେଲା ୩ ଜୀବନ

An Independent Media

କେନ୍ଦ୍ରାପଡା : ଏଇ କିଛି ଦିନ ହେବ ଓଡ଼ିଶାରେ ଘନ କୁହୁଡି ଦେଖିବାକୁ ମିଳୁଛି । ଏହା ଯୋଗୁ ସୋମବାର ସକାଳୁ ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବୋଲେରୋ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର କଟକ-·ନ୍ଦବାଲି ରାସ୍ତାର କାତିଆ ଛକରେ । ସକାଳ ସାଢେ ୬ଟାରୁ ୭ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ଜାଣାପଡିଛି । ଘଟଣାରୁ ଜଣାପଡିଛି ଯେ,ବୋଲେରୋଟି କେନ୍ଦ୍ରାପଡ଼ରୁ କଟକ ଅଭିମୁଖେ ଯାଉଥବା ବେଳେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ସେଥିରେ ଥିବା ତିନି ଜଣଙ୍କ ମୃତ୍ୟୁ ଘଟିଥିଲା ।

ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ସମସ୍ତ ମୃତାହତ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ବୋଲି ଜଣାପଡ଼ିଛି । ଦୁର୍ଘଟଣାରେ ବୋଲେରୋଟି ସଂପୂର୍ଣ୍ଣ ଚୁରମାର ହୋଇଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ତାଭିତରୁ ମୃତାହତମାନଙ୍କୁ ବାହାର କରିବା କଷ୍ଟକର ହୋଇପଡ଼ିଥିଲା । ସ୍ଥାନ୍ୀୟ ପୁଲିସ୍ ଓ ଲୋକେ ମୃତାହତମାନଙ୍କୁ ବାହାର କରିଥିଲେ । ଆହତମାନଙ୍କୁ ନିଶ୍ଚିନ୍ତକୋଇଲି ଡାକ୍ତରଖାନାରେ ଭତ୍ତର୍୍ି କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ଡାକ୍ତରଖାନା ପଠାଇବାକୁ ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ମୃତାହତମାନଙ୍କ ପରିଚୟ ଜଣାପଡ଼ିନାହିଁ ।

error: Thank You Keep Visiting