ଆଜି ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷର କାମଚଳା ବଜେଟ୍‌

Straight to the Point
ଭୁବନେଶ୍ୱର: ଆଜି ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷର କାମଚଳା ବଜେଟ୍‌ ଉପସ୍ଥାପନ ହେବ । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବଜେଟ୍‌ ଉପସ୍ଥାପନ କରିବେ । ଏଥର ବଜେଟ୍‌ର ଆକାର ୧ଲକ୍ଷ ୩୨ ହଜାର କୋଟି ଟଙ୍କା ରହିବ । ମନ୍ତ୍ରୀ ପରିଷଦ ବୈଠକରେ ବଜେଟକୁ ଅନୁମୋଦନ ମିଳି ସାରିଛି ।

ନିର୍ବାଚନ ବର୍ଷ ହୋଇଥିବାରୁ ବଜେଟ୍‌ ଉପରେ ସମସ୍ତଙ୍କ ନଜର ରହିଛି । ତେବେ ଦୁଇ ଦିନ ବିରୋଧୀ ଓ ଶାସକ ଦଳର ହଟ୍ଟଗୋଳ ଯୋଗୁଁ ଗୃହ କାର୍ୟ୍ୟ୍ ବାଧାପ୍ରାପ୍ତ ହେଉଛି । ତେଣୁ ଆଜି ବି ବିରୋଧୀ ଦଳ ହଟ୍ଟଗୋଳ କରିବାର ଆଶଙ୍କା କରାଯାଉଛି ।

error: Thank You Keep Visiting