ବିରୋଧୀଙ୍କ ହଙ୍ଗାମା, ପ୍ରଶ୍ନକାଳ ବାତିଲ

Straight to the Point
ଭୁବନେଶ୍ୱର: ଯାହା ଆଶା କରାଯାଉଥିଲା ସେଇଟା ହିଁ ହୋଇଛି । ଆଜି ପୁଣି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଶ୍ନକାଳକୁ ବାତିଲ କରାଯାଇଛି । ମାତ୍ର ୨ ମିନିଟ୍‌ ପାଇଁ ଗୃହ କାର‌୍ୟ୍ୟ ଚାଲିପାରିଛି । ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକୁ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

ଆଜି ବି ସେଇ ସମାନ ପ୍ରସଙ୍ଗ ନେଇ କଂଗ୍ରେସ ହଙ୍ଗାମା କରିଛି । ସରକାରଙ୍କ ଚାଷୀ ମାରଣନୀତି ଓ କୃଷି ଋଣ ଛାଡ଼କୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତିଙ୍କ ସମେତ ସମସ୍ତ ଦଳୀୟ ବିଧାୟକମାନେ ନାରାବାଜି କରିଛନ୍ତି । ଫଳରେ ବାଚସ୍ପତି ଗୃହକୁ ଏକ ଘଣ୍ଟା ପାଇଁ ସ୍ଥଗିତ ରଖିଛନ୍ତି । ଲଗାତର ତୃତୀୟ ଦିନ ପାଇଁ ବଜେଟ୍‌ ଅଧିବେଶନରେ ଏଭଳି ସ୍ଥିତି ଲାଗି ରହିଛି । ବିରୋଧୀ ଓ ଶାସକଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଶ୍ନକାଳ ବରବାଦ ହେଉଛି ।

ତେବେ ଆଜି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ୨୦୧୯-୨୦ ଆର୍ଥିକ ବର୍ଷର କାମଚଳା ବଜେଟ୍‌ ଉପସ୍ଥାପନ କରିବେ । ଏଥର ବଜେଟ୍‌ର ଆକାର ୧ଲକ୍ଷ ୩୨ ହଜାର କୋଟି ଟଙ୍କା ରହିବ । ମନ୍ତ୍ରୀ ପରିଷଦ ବୈଠକରେ ବଜେଟକୁ ଅନୁମୋଦନ ମିଳି ସାରିଛି । ନିର୍ବାଚନ ବର୍ଷ ହୋଇଥିବାରୁ ବଜେଟ୍‌ ଉପରେ ସମସ୍ତଙ୍କ ନଜର ରହିଛି । ତେବେ ଦୁଇ ଦିନ ବିରୋଧୀ ଓ ଶାସକ ଦଳର ହଟ୍ଟଗୋଳ ଯୋଗୁଁ ଗୃହ କାର‌୍ୟ୍ୟ ବାଧାପ୍ରାପ୍ତ ହେଉଛି । ତେଣୁ ଆଜି ବି ବିରୋଧୀ ଦଳ ହଟ୍ଟଗୋଳ କରିବାର ଆଶଙ୍କା କରାଯାଉଛି ।

error: Thank You Keep Visiting