ଷଷ୍ଠଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣାରେ ଜଣେ ନାବାଳକ ଅଟକ

Straight to the Point
ବାରିପଦା: ପୁଣି ଲଜ୍ଜା । କନ୍ଧମାଳ ପରେ ଏବେ ବାରିପଦାରେ ନାବାଳିକା ମାତୃତ୍ୱ ଘଟଣା ସାମ୍ନାକୁ ଆସିଛି । ମୋରଡ଼ା ଅଞ୍ଚଳର ଏକ ଆଶ୍ରମ ସ୍କୁଲର ଷଷ୍ଠଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଘଟଣାରେ ସେହି ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରକୁ ଅଟକ ରଖିଛି ପୋଲିସ ।

ବାରିପଦା ଜିଲ୍ଲା ମୋରଡ଼ା ଅଞ୍ଚଳର ଏକ ଆଶ୍ରମ ସ୍କୁଲର ଛାତ୍ରୀ ଗର୍ଭବତୀ ହେବା ଘଟଣା ପ୍ରଘଟ ହୋଇଛି । ନାବାଳିକା ଜଣକ ଷଷ୍ଠଶ୍ରେଣୀରେ ପଢୁଛନ୍ତି। ଚାରି ତାରିଖରେ ବାରିପଦା ମେଡ଼ିକାଲ କଲେଜରେ ଛାତ୍ରୀଙ୍କୁ ଭର୍ତ୍ତି କରାଯିବା ପରେ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା । ବହୁ ପଚରାଉଚରା ପରେ ପ୍ରଧାନ ଶିକ୍ଷୟତ୍ରୀ ସେହି ସ୍କୁଲର ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ନାଁରେ ଥାନାରେ  ଏତଲା  ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ନାବାଳକକୁ ଅଟକ ରଖିଛି ।

error: Thank You Keep Visiting