ବୁଲାଇବା ବାହାନାରେ ଭଉଣୀକୁ ଦୁଷ୍କର୍ମ କଲା ଭାଇ

Straight to the Point

ଅନୁଗୋଳ: ରାଜ୍ୟରେ ଘଟିଛି ଏକ ଲଜ୍ଜ୍ୟଜନକ ଘଟଣା | ଭଉଣୀ ସହ ବଡବାପା ଭାଇ ଦୁଷ୍କର୍ମ କରିଥିବାର ସୂଚନା ମିଳିଛି | ଏପରି ଲଜ୍ଜ୍ୟଜନକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ଏକ ଗାଁରେ । ଜଣେ ନବମ ଶ୍ରେଣୀ ଝିଅକୁ ଭୁବନେଶ୍ୱର ଓ ଆଠଗଡ ବୁଲେଇବାକୁ ଆଣି ତା ବଡ଼ବାପା ପୁଅ ଭାଇ ତାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଯୌନ ରାକ୍ଷସ ଭାଇ ଆଠଗଡ଼ରେ ଏକ ନିଛାଟିଆ ଅଞ୍ଚଳରେ ଭଉଣୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯାହାକୁ ସ୍ଥାନୀୟ ଲୋକ ଦେଖିବା ସହିତ ପ୍ରତିବାଦ କରିଥିଲେ । ଭଉଣୀ ସହିତ ଶାରୀରିକ ସମ୍ପର୍କ ରଖିଥିବା ସ୍ଥାନୀୟ ଲୋକଙ୍କ ପାଖରେ ଭାଇ ସ୍ୱୀକାର କରିଛି । ପରେ ଏହି ଖବର ଯାଇ ଝିଅଟିର ଘରେ ପହଞ୍ଚିଥିଲା । ନାବାଳିକା ତାଙ୍କ ପରିବାର ଲୋକଙ୍କ ସହିତ ଯାଇ ଅନୁଗୋଳ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ବଡ଼ବାପା ପୁଅ ଭାଇକୁ ଅଟକ ରଖି ପଚରାଉଚରା କରୁଛି । ପ୍ରାଥମିକ ଅନୁସନ୍ଧାନରୁ ଘଟଣାର ସତ୍ୟତା ଥିବା ପୁଲିସ ଜାଣିବାକୁ ପାଇଛି । ତେଣୁ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୁଲସ କହିଥିବାର ସୂଚନା ମିଳିଛି । ତେବେ ଏପରି ଲଜ୍ଜ୍ୟଜନକ କାଣ୍ଡ କରିଥିବା ଅଭିଯୁକ୍ତ ଭାଇ ପ୍ରତି କଠୋରରୁ କୋଠର ପଦକ୍ଷେପ ନିୟାଯିବା ଲାଗି ଦାବୀ ହେଉଛି |

error: Thank You Keep Visiting