ମାଓ କ୍ୟାମ୍ପ ଉପରେ ସିଆରପିଏଫର ଚଢଉ

Straight to the Point

ନୂଆପଡା : ନୂଆପଡା ଜିଲା ଧରମବନ୍ଧା ଥାନା ଅନ୍ତର୍ଗତ ସନ୍ତୋସପଡା ପଣ୍ଡରିପାଣି ଜଙ୍ଗଲରେ ଏକ ମାଓକ୍ୟାମ୍ପ ଉପରେ ସିଆରପିଏଫ ପକ୍ଷରୁ ଚଢଉ କରାଯାଇଛି। ମାଓ କ୍ୟାମ୍ପରୁ ୨ଟି ରାଇଫଲ ସହ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି।

ସୂଚନାଯୋଗ୍ୟ ଯେ, ନୂଆପଡା ଜିଲା ସନ୍ତୋସପଡା ପଣ୍ଡରିପାଣି ଜଙ୍ଗଲରେ ମାଓକ୍ୟାମ୍ପ ଥିବାର ଖବର ସିଆରପିଏଫ ଯବାନମାନେ ପାଇଥିଲେ। ଯବାନମାନେଏହି ଖବର ପାଇବା ପରେ ସର୍ଚ୍ଚ ଅପରେସନ କରିଥିଲେ। ସନ୍ତୋସପଡା ଓ ପଣ୍ଡରିପାଣି ଗ୍ରାମ ସଂଲଗ୍ନ ଜଙ୍ଗଲରେ ସନ୍ଦେହଜନକ କିଛି ବସ୍ତୁ ରହିଥିବାର ଯବାନମାନେ ଦେଖିବାକୁପାଇ ହେଡକ୍ବାର୍ଟରକୁ ଖବର ଦେଇଥିଲେ। ତାପରେ ଯବାନମାନେ କୁମ୍ବି ଅପରେସନ ଆରମ୍ଭ କରିଥିଲେ। ଯବାନମାନଙ୍କୁ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ମାଓକ୍ୟାମ୍ପରୁ ଯବାନମାନେ ୨ଟି ରାଇଫଲ, ୧୨ଟି ଜିଲାଟିନ, ୨୫ଟି ଡିଟୋନେଟର ସହ ୫ କେଜି ବିସ୍ଫୋରକ, ଗୋଟିଏ ରିମୋଟ, ଗୋଟିଏ ଟିଫିନ ବକ୍ସ, ଲାଲ କପଡା, ଔଷଧ, ତମ୍ବାର ତାର ସହ ବହୁ ମାଓ ସାମଗ୍ରୀ ଜବତ କରିଥିଲେ।

error: Thank You Keep Visiting