ଦୈତାରୀ ନାୟକଙ୍କୁ ଭେଟିଲେ ନିରଞ୍ଜନ,ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ

Straight to the Point

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ଦୈତାରୀ ନାୟକଙ୍କୁ ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ସାକ୍ଷାତ କରିଛନ୍ତି । ସାକ୍ଷାତ କରି ଶ୍ରୀ ପଟ୍ଟନାୟକ ଦୈତାରୀଙ୍କୁ ପ୍ରଶଂସା କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏ ନେଇ ଶ୍ରୀ ପଟ୍ଟନାୟକ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଉଲ୍ଲେଖ କରିଛନ୍ତି ।
ଉଲ୍ଲେଖନୀୟ ଯେ ଦୈତାରୀ ନିଜ ଉଦ୍ୟମରେ ୩ କିଲୋମିଟର କେନାଲ ଖୋଳି ଚର୍ଚ୍ଚାକୁ ଆସିଥିଲେ ।
କେନ୍ଦୁଝର ଜିଲ୍ଲା ବାଂଶପାଲ ଅ ଳର ଦୈତାରି ନାୟକଙ୍କୁ ଭେଟିବା ସହ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି ଶ୍ରୀ ପଟ୍ଟନାୟକ ।
ସେପଟେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ନିରଞ୍ଜନା ଦୀର୍ଘ ୧୮ ବର୍ଷ ଶାସନ ପରେ ମଧ୍ୟ ଚାଷୀ ନିଜ ଜମିକୁ ଜଳ ସେଚନ କରାଇ ପାରୁନଥିବାକୁ ନେଇ ସମାଲୋଚନା କରିଛନ୍ତି ଶ୍ରୀ ପଟ୍ଟନାୟକ ।

error: Thank You Keep Visiting