ରାଜ୍ୟ ସରକାରଙ୍କର ଭୁଲ ପାଇଁ ୬.୨୫ ଲକ୍ଷ ଆଦିବାସୀ ଅକାରଣରେ ବିସ୍ଥାପିତ ହେବେ : ବିଜେପି

Straight to the Point

ଭୁବନେଶ୍ୱର (ଓଡ଼ିଶା ଜର୍ଣ୍ଣାଲ): ନବୀନ ସରକାର ହେଉଛି ଆଦିବାସୀ ବିରୋଧୀ ସରକାର । ଏ ସରକାର କେବଳ ଆଦିବାସୀମାନଙ୍କୁ ନିଜର ଭୋଟ ବ୍ୟାଙ୍କ ପାଇଁ ବ୍ୟବହାର କରିଆସିଛି । ଆଦିବାସୀମାନଙ୍କ ସମସ୍ୟାର ସମାଧାନ ଓ ସେମାନଙ୍କର ଆର୍ଥୀକ ବିକାଶ ପାଇଁ ଏ ସରକାର କିଛି କରିନାହାନ୍ତି ବଂର ଆଦିବାସୀମାନଙ୍କର ସମସ୍ୟାକୁ ଆହୁରି ବଢାଇଛନ୍ତି । ଏବେ ରାଜ୍ୟ ସରକାରଙ୍କର ନିଜର ଭୁଲ ପାଇଁ ରାଜ୍ୟରେ ୬.୨୫ ଲକ୍ଷ ଆଦିବାସୀ ଏବେ ବିସ୍ଥାପିତ ହେବାକୁ ଯାଉଛନ୍ତି । ଚଳିତ ମାସ ୧୩ ତାରିଖ ଦିନ ସୁର୍ପିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଓଡିଶାରେ ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଓ ଅଭୟାରଣ୍ୟ ଭିତରେ ରହୁଥିବା ୧ ଲକ୍ଷ ୪୫ ହଜାର ଆଦିବାସୀ ପରିବାରମାନଙ୍କୁ ଜୁଲାଇ ମାସ ସୁଦ୍ଧା ନିଜ ଭିଟାମାଟି ଛାଡିବାକୁ ହେବ । ଏହି ଅଘଟଣ ପାଇଁ ରାଜ୍ୟ ସରକାର ସମ୍ପୃର୍ଣ୍ଣ ଭାବେ ଦାୟୀ । ରାଜ୍ୟ ସରକାର ସମ୍ପୃକ୍ତ ଆଦିବାସୀ ପରିବାରମାନଙ୍କୁ ତାଙ୍କ ଜମି ପଟ୍ଟା ଓ ସେମାନେ ସେହି ଯାଗାରେ ୭୫ ବର୍ଷରୁ ଅଧିକ ଦିନଧରି ବାସ କରୁଥିବାର ପ୍ରମାଣ ପତ୍ର ଦେବା କଥା ଯାହା ଆଦିବାସୀମାନଙ୍କର ହକ୍କ ଓ ଅଧିକାର । ହେଲେ ସରକାର ସେହି ଆଦିବାସୀ ପରିବାର ମାନଙ୍କୁ ସେମାନଙ୍କର ଅଧିକାରରୁ ବଂଚିତ କରିଲେ । ଯାହା ଫଳରେ ବର୍ତମାନ ୬.୨୫ ଲକ୍ଷ ଆଦିବାସୀ ଅକାରଣରେ ବିସ୍ଥାପିତ ହେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବିଜେପିର ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ।

ସମ୍ପୃକ୍ତ ଆଦିବାସୀ ପରିବାରମାନଙ୍କର ସୁରକ୍ଷା ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ଦେବାରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ଉପସଭାପତି ସମିର ମହାନ୍ତିଙ୍କ ନେତୃତ୍ୱରେ ଆଜି ରାଜ୍ୟପାଳଙ୍କୁ ଭେଟି ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଯଦି ସରଳ ଆଦିବାସୀମାନେ ସେମାନଙ୍କର ଭିଟ୍ଟାମାଟି ହରାଇବେ ତାହେଲେ ଯେଉଁ ଅଘଟଣ ସୃଷ୍ଟି ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି କହିଛନ୍ତି ଶ୍ରୀ ମହାନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ରାଜ୍ୟ ସରକାରଙ୍କୁ ୨୦୧୪ରୁ ନିର୍ଦ୍ଦେଶ ମିଳିଥିଲା କି ସଂରକ୍ଷିତ ଜଙ୍ଗଲରେ ରହୁଥିବା ସମ୍ପୃକ୍ତ ସମସ୍ତ ଆଦିବାସୀ ପରିବାରମାନଙ୍କୁ ସେମାନଙ୍କର ଜମି ପଟ୍ଟା ଦିଆକରାଇବା ପାଇଁ । ହେଲେ ରାଜ୍ୟ ସରକାର ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେଲେ ନାହିଁ । ଭାରତୀୟ ଜନତା ପାର୍ଟି ସମ୍ପୃକ୍ତ ଆଦିବାସୀ ପରିବାରମାନଙ୍କ ପାଇଁ ଲଢେଇ କରିବ ଓ ସେମାନଙ୍କର ଭିଟ୍ଟାମାଟି ପାଇଁ ଳଢେଇ ଜାରି ରଖିବ ।

ସାମ୍ବାଦିକ ସମ୍ମିଳନିରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି କି ରାଜ୍ୟ ସରକାର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କରି ନାଚ ଗୀତ କରୁଥିବାବେଳେ ଜନଜାତିମାନଙ୍କୁ ଥଇଥାନ କରିପାରୁନାହାଁନ୍ତି । ଗରୀବ ଆଦିବାସୀ ଭାଇ ଭଉଣାମାନଙ୍କୁ ପଟ୍ଟା ମିଳିନାହିଁ । ହାତରେ ମାତ୍ର ୪ ମାସ ଥିବାବେଳେ ୬.୨୫ ଲକ୍ଷ ଆଦିବାସୀଙ୍କୁ ରାଜ୍ୟ ସରକାର କେବେ ନ୍ୟାୟ ଦେବେ ତାହା ସ୍ପଷ୍ଟ କରନ୍ତୁ ।

 ଭିଟ୍ଟାମାଟି ହରାଇବେ ୧.୪ ଲକ୍ଷ ଆଦିବାସୀ ପରିବାରର ୬.୨୫ ଲକ୍ଷ ଆଦିବାସୀ ଲୋକ
 ସରଳ ଆଦିବାସୀମାନଙ୍କୁ ଭିଟ୍ଟାମାଟିର କାଗଜପତ୍ର ଦିଆକରାଇବା ରାଜ୍ୟ ସରକାରଙ୍କ କାମ
 ହାତରେ ମାତ୍ର ୪ ମାସ ଥିବାବେଳେ ୬.୨୫ ଲକ୍ଷ ଆଦିବାସୀଙ୍କୁ ରାଜ୍ୟ ସରକାର କେବେ ନ୍ୟାୟ ଦେବେ ତାହା ସ୍ପଷ୍ଟ କରନ୍ତୁ
 ଆସନ୍ତାକାଲି ରାଜ୍ୟ ସରକାର କରିବାକୁ ଯାଉଥିବା ଟ୍ରାଇବାଲ କନକଲେଭ ବେଆଇନ
 ରାଜ୍ୟପାଳଙ୍କୁ ଦାବିପତ୍ର ଦେଲା ବିଜେପି

ଶ୍ରୀ ଆଚାର୍ଯ୍ୟ କହିଛନ୍ତି କି ଓଡିଶାରେ ବସବାସ କରୁଥିବା ଜନସଂଖ୍ୟାର ପାଖପାଖି ୨୩ ପ୍ରତିଶତ ହେଉଛନ୍ତି ଆଦିବାସୀ । ୧ କୋଟି ପରିବାରରୁ ୨୪ ଲକ୍ଷ ହେଉଛନ୍ତି ଆଦିବାସୀ ପରିବାର । ଗତ ୧୯ ବର୍ଷ ଧରି ରାଜ୍ୟସରକାର ଆଦିବାସୀ ମାନଙ୍କୁ ଅବହେଳିତ ଅଣଦେଖା କରିଚାଲିଛନ୍ତି । ଆସନ୍ତକାଲି ରାଜ୍ୟସରକାର ଜିଲ୍ଲାସ୍ତରୀୟ ଟ୍ରାଇବାଲ କନକ୍ଲେଭ କରିବାକୁ ବସିଛନ୍ତି । ଟ୍ରାଇବାଲ କନକ୍ଲେଭ ପାଇଁ ଜିଲ୍ଲା କଲେକ୍ଟରଙ୍କୁ ଚିଠି କରାଯାଇଛି କି ଆଦିବାସୀମାନଙ୍କୁ ଏକାଠି କରି ନାଚଗୀତ କରିବା ପାଇଁ । ହେଲେ ଏ ସରକାର ଆଦିବାସିମାନଙ୍କର ମୌଳିକ ଅଧୀକାର ସେମାନଙ୍କଠାରୁ ଛଡାଇ ନେଉଛନ୍ତି ।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି କି ଓଡିଶାରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ନାହିଁ । ସମ୍ବିିଧାନ ୨୪୪ ଧାରା ଅନୁଯାୟୀ ତଫସିଲ ଭୃକ୍ତ ଜାତି ଜନଜାତି ବସବାସ କରୁଥିବା ଅଂଚଳରେ ସେମାନଙ୍କ ସମାଜିକ, ଅର୍ଥନୈତିକ ବିକାଶ ସହ କଣ କଣ ଯୋଜନା ଲାଗୁ କରାଯିବ ସେ କଥା ବୁଝିବା ରାଜ୍ୟପାଳଙ୍କ ଦାୟୀତ୍ୱ । ରାଜ୍ୟପାଳଙ୍କ ଏହି କ୍ଷମତାକୁ ମୁଖ୍ୟମନ୍ତ୍ରୀ ଅପବ୍ୟବହାର କରୁଛନ୍ତି । ଏଥିରେ ତୃତୀୟ ମହଲାର ରଘୁ ପ୍ରସାଦ ଓ ପାଣ୍ଡିଆନ ମଧ୍ୟ କ୍ଷମତାର ଅପବ୍ୟବହାର କରୁଛନ୍ତି । ଟ୍ରାଇବାଲସ ଆଡଭାଇଜର କାଉନସିଲକୁ ରାଜ୍ୟପାଳ ତିଆରି କରିଥାନ୍ତି । ରାଜ୍ୟସରକାରଙ୍କ ଅନୁସୂଚିତ ଅଂଚଳରେ କୌଣସି ପ୍ରକାରର ନିୟମ ପ୍ରଣୟନ କରିବାର ଅଧିକାର ରାଜ୍ୟ ସରକାରଙ୍କର ନାହିଁ । ଆସନ୍ତାକାଲିର ଟ୍ରାଇବାଲସ କଲକଲେଭ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଅସାମ୍ବିଧାନିକ । ରାଜ୍ୟପାଳ ହସ୍ତକ୍ଷେପ କରିବା ପାଇଁ ବିଜେପିର ଏକ ପ୍ରତିନିଧୀଦଳ ରାଜ୍ୟପାଳଙ୍କୁ ଭେଟି ଏ ସଂର୍ପକରେ ଜଣାଇଛି ।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଟ୍ରାଇବାଲ ଆଡଭାଇଜାରି କାଉନସିଲ ୧୯୫୦ରେ ଗଠନ ହୋଇଥିଲା । ଏହାର ସଭାପତି ମୁଖ୍ୟମନ୍ତ୍ରୀ । ୧୫ ଜଣ ଟ୍ରାଇବାଲ ବିଧାୟକ ଏଥିରେ ସଦସ୍ୟ ରହିବେ ଏବଂ ଆଦିବାସୀମାନଙ୍କର ମଙ୍ଗଳ ପାଇଁ ରାଜ୍ୟପାଳ ନିର୍ଦ୍ଦେଶ ଦେବେ । ରାଜ୍ୟପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଟ୍ରାଇବାଲ ଆଡଭାଇଜାରି କାଉନସିଲ କାର୍ଯ୍ୟ କରିବ । ପ୍ରତି ୬ ମାସରେ ଥରେ ଟ୍ରାଇବାଲ ଆଡଭାଇଜାରି କାଉନସିଲ ବୈଠକ ହେବା କଥା । ମୁଖ୍ୟମନ୍ତ୍ରୀ ଚେୟାରମ୍ୟାନ ଥିବା ସତ୍ୱେ ଗତ ୫ ବର୍ଷ ହେବ ଏହି ବୈଠକ ହୋଇନାହିଁ । ଏବେ ମୁଖ୍ୟମନ୍ତ୍ରୀ ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ୍ତାକାଲି କଲକ୍ଲେଭ କରି ଭିଡିଓ କନଫରେନ୍ସିରେ ବୈ÷ଠକ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

error: Thank You Keep Visiting