ବିଜେଡି ଛାଡି ବିଜେପିରେ ସାମିଲ ହେଲେ ଶତାଧିକ କର୍ମୀ:ବିଜେପି

Straight to the Point

ଭୁୁବନେଶ୍ୱର(ଓଡ଼ିଶା ଜର୍ଣ୍ଣାଲ): ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଛତ୍ରପୁର ନିର୍ବାଚନମଣ୍ଡଳୀର ଶତାଧିକ କର୍ମୀ ବିଜେଡି ଛାଡି ଆଜି ବିଜେପିରେ ସାମିଲ ହୋଇଛନ୍ତି ।
ଛତ୍ରପୁର ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳର ଯୁବ ନେତା ତଥା ବରିଷ୍ଠ ସଙ୍ଗଠକ ପୂର୍ବତନ ବ୍ଲକ ଭାଇସ୍ଚ୍ୟାରମାନ ଶ୍ରୀ ପ୍ରଶାନ୍ତ କର ବିଜେପିରେ ଯୋଗଦାନ କରିଛନ୍ତି । ଅବସରପ୍ରାପ୍ତ କେନ୍ଦ୍ରୀୟ ଶ୍ରମ କମିଶନର ଶ୍ରୀ ତ୍ରିନାଥ ବେହେରା ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଛତ୍ରପୁର ଅଚଂଳର ବରିଷ୍ଠ କଂଗ୍ରେସ ନେତା ଏବଂ ସମାଜସେବୀ ଶ୍ରୀ ରବିନ୍ଦ୍ରନାଥ ପ୍ରଧାନ ଆଜି ବିଜେପିରେ ସାମିଲ ହେବା ସହ ବିପୁଲିଙ୍ଗ ପଚାଂୟତର ପୂର୍ବତନ ସରପଚଂ ସୂର୍ଯ୍ୟ ନାହାକ , ସରପଚଂ ମଲାଡ୍ ବି ଲିଙ୍ଗରାଜ ନ୍ୟାୟବ, ପୂର୍ବତନ ସରପଚଂ ଆର୍ଯ୍ୟପଲ୍ଲୀ ପବିତ୍ର ଦାସଙ୍କ ପୂର୍ବତନ ସମିତି ସଭ୍ୟ ରବିନ୍ଦ୍ର କୁମାର ସ୍ୱାଇଁ, ରବିନ୍ଦ୍ର ରାଉଳଙ୍କ ସହ ଶତାଧିକ କର୍ମୀ ବିଜେଡି ଏବଂ କଂଗ୍ରେସ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ସେମାନଙ୍କୁ ଆଜି ଦଳରେ ବିଧିବଦ୍ଧ ଭାବେ ସାମିଲ କରିବା ସହ ସ୍ୱାଗତ କରାଯାଇଛି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

 ଛତ୍ରପୁର ନିର୍ବାଚନମଣ୍ଡଳୀର ବିଜୁ ଜନତା ଦଳର ଯୁବ ନେତା ତଥା ପୂର୍ବତନ ବ୍ଲକ ଭାଇସ୍ଚ୍ୟାରମାନ ପ୍ରଶାନ୍ତ କର ବିଜେପିରେ ସାମିଲ
 ଅବସରପ୍ରାପ୍ତ କେନ୍ଦ୍ରୀୟ ଶ୍ରମ କମିଶନର ଶ୍ରୀ ତ୍ରିନାଥ ବେହେରା ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ
 ବିଜେଡି ଦଳ ପ୍ରତି ଅତିଷ୍ଠ ହୋଇ ଏବଂ ମୋଦୀଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ଛତ୍ରପୁର ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି କର୍ମୀ ବିଜେପିରେ ଯୋଗଦାନ

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି । ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ସମସ୍ତଙ୍କୁ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି । ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଅନ୍ୟପଟେ ବିଜେଡି ଦଳ ପ୍ରତି ଅତିଷ୍ଠ ହୋଇ ଏବଂ ମୋଦୀଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି ବୋଲି ସଦ୍ୟ ବିଜେପିରେ ମିଶିଥିବା କର୍ମୀମାନେ କହିଛନ୍ତି । ରାଜ୍ୟର ବିକାଶ ବିଜେପି ସରକାର କରିପାରିବ । ଏଥି ସହ ବିଜେପି ହିଁ ଏକମାତ୍ର ବିକଳ୍ପ ବୋଲି ସେମାନେ କହିବା ସହ ବିଜେଡି ଦଳର ନେତାମାନେ ଦୁର୍ନୀତି ଓ ଭ୍ରଷ୍ଟାଚାର ଲିପ୍ତ ବୋଲି ଅଭିଯୋଗ କରିଛନ୍ତି ।
ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ କାହ୍ନୁଚରଣ ପତି ଏବଂ ମଣ୍ଡଳ ସଭାପତି ଶ୍ରୀ ପ୍ରଦୀପ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting