ଆସନ୍ତାକାଲି ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ : ଓଡିଶା ପ୍ରଭାରୀ ଅରୁଣ ସିଂହ

Straight to the Point

 ସକାଳ ୧୦ଟାରେ ଭଦ୍ରକ ଭଣ୍ଡାରିପୋଖରୀର ବାଣିକପୁର, ୧୧.୩୦ରେ ଢେଙ୍କାନାଳ ଜିଲ୍ଲା ଭୁବନ ଏବଂ ଅପରାହ୍ନ ୨.୩୦ରେ ଶ୍ରୀ ସିଂହ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେବେ ଶ୍ରୀ ସିଂହ
 ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଏବଂ ବିଜେପି ନେତ୍ରୀ ତଥା ସିନେ ଅଭିନେତ୍ରୀ ଅପରାଜିତା ମହାନ୍ତି ଉପସ୍ଥିତ ରହିବେ

ଭୁବନେଶ୍ୱର,(ଓଡ଼ିଶା ଜର୍ଣ୍ଣାଲ): ଆସନ୍ତା କାଲି ୨୮ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସି ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ଓଡିଶା ପ୍ରଭାରୀ ଅରୁଣ ସିଂହ । ଆସନ୍ତାକାଲି ଶ୍ରୀ ସିଂହ ଭୁବନେଶ୍ୱର ବିମାନବନ୍ଦରରୁ ସିଧାସଳଖ ଭଦ୍ରକ ଜିଲ୍ଲା ଗସ୍ତରେ ଯାଇ ଭଣ୍ଡାରିପୋଖରୀର ବାଣିକପୁର ବାସନ୍ତୀ ଦୁର୍ଗା ପଡିଆ (କଲେଜ ପଡିଆ)ରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେବେ । ସଭା ପରେ ଶ୍ରୀ ସିଂହ ଦିନ ୧୧.୩୦ରେ ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ଅନ୍ତର୍ଗତ ଟେଲିଫୋନ ଏକ୍ସଚେଂଜ ପଡିଆ ଏବଂ ଅପରାହ୍ନ ୨.୩୦ରେ ଶ୍ରୀ ସିଂହ ଭଦ୍ରକ ଜିଲ୍ଲା ଚାନ୍ଦବାଲି କାଳିପଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ଏହି ବିଜୟ ସଂକଳ୍ପ ସମାବେଶରେ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଏବଂ ବିଜେପି ନେତ୍ରୀ ତଥା ସିନେ ଅଭିନେତ୍ରୀ ଅପରାଜିତା ମହାନ୍ତି ଉପସ୍ଥିତ ରହିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

error: Thank You Keep Visiting